ETV Bharat / city

ଯୁକ୍ତ ଦୁଇ ପରୀକ୍ଷା: ପ୍ରଥମ ଦିନ କପି କରି ଧରା ପଡିଲେ ୨୯ ପରୀକ୍ଷାର୍ଥୀ

author img

By

Published : Apr 29, 2022, 6:15 AM IST

ଯୁକ୍ତ ଦୁଇ ପରୀକ୍ଷା, କପି କରି ଧରା ପଡିଲେ ୨୯ ପରୀକ୍ଷାର୍ଥୀ
ଯୁକ୍ତ ଦୁଇ ପରୀକ୍ଷା, କପି କରି ଧରା ପଡିଲେ ୨୯ ପରୀକ୍ଷାର୍ଥୀ

ପରୀକ୍ଷାରେ କପି ନକିବାକୁ ବାରମ୍ବାର ଚେତା ଯାଉଥିଲେ ମଧ୍ୟ ସୁଧୁରୁ ନାହାଁନ୍ତି ବିଦ୍ୟାର୍ଥୀ । ଯୁକ୍ତ ଦୁଇ ପରୀକ୍ଷାର ପ୍ରଥମ ଦିନରେ କପି କରି ୨୯ ଜଣ ଛାତ୍ରଛାତ୍ରୀ ଧରାପଡିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଗୁରୁବାର ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷାର ପ୍ରଥମ ଦିନରେ କଳା ଓ ବାଣିଜ୍ୟ ପରୀକ୍ଷା ଥିଲା । ପରୀକ୍ଷାରେ କପି କରି ଆଜି ୨୯ ଜଣ ଛାତ୍ରଛାତ୍ରୀ ଧରା ପଡିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପରୀକ୍ଷା ଚାଲିଥିଲା ବେଳେ ସମ୍ବଲପୁର ଜୋନରୁ ୧୧ ଜଣ, ବାରିପଦା ଜୋନରୁ ୧୦ଜଣ ଓ ସେଣ୍ଟ୍ରାଲ ଜୋନରୁ ୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ ।

ହେଲା ଏମାନଙ୍କ ମଧ୍ୟରେ ୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କପି କରୁଥିଲେ । ଏହା ଜଣାପଡ଼ିବା ପରେ ସେମାନଙ୍କ ଠାରୁ କପି ନିଆଯିବା ସହିତ ପରୀକ୍ଷାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର ପ୍ରଥମ ଦିନରେ କଳା ଓ ବାଣିଜ୍ୟ ପରୀକ୍ଷା ଚାଲୁଥିଲା । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ସରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.