ETV Bharat / city

ରାଜଧାନୀରେ ମୁତୟନ ହେଲେ 25 ଆୟୁଷ ଡାକ୍ତର

author img

By

Published : Apr 5, 2021, 10:54 PM IST

ରାଜଧାନୀରେ ମୃତୟନ ହେଲେ 25 ଅୟୁଷ ଡାକ୍ତର
ରାଜଧାନୀରେ ମୃତୟନ ହେଲେ 25 ଅୟୁଷ ଡାକ୍ତର

ରାଜଧାନୀରେ ମୁତୟନ ହେଲେ 25 ଆୟୁଷ ଡାକ୍ତର । ଅଧିକ ପଢନ୍ତୁ...

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବଢ଼ୁଛନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି 50 ରୁ ଅଧିକ ଆକ୍ରାନ୍ତ । ଶାସନର ପ୍ରାଣ କେନ୍ଦ୍ର ଭୁବନେଶ୍ବରକୁ ସୁସ୍ଥ ରଖିବା ଲାଗି ସମସ୍ତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂକୁ ଦିଆଯାଉଛି ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ 25 ଆୟୁଷ ଡାକ୍ତର ମୁତୟନ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଖୋର୍ଦ୍ଧା, ନୟାଗଡ, ପୁରୀରେ ନିଯୁକ୍ତ ଥିବା ଏହି ଆୟୁଷ ଡାକ୍ତରଙ୍କୁ ଜରୁରୀକାଳୀନ ସ୍ଥିତିରେ ଭୁବନେଶ୍ବରରେ ମୁତୟନ କରାଯାଇଛି । ଏମାନେ ବିଏମସି କମିଶନରଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଭୁବନେଶ୍ବରରେ ରହିବା ଲାଗି ଅୟୁଷ ଡାକ୍ତରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.