ETV Bharat / city

ଖରିଫ ଧାନ ଚାଷର କ୍ଷୟକ୍ଷତି ଆକଳନ ଜାରି

author img

By

Published : Dec 7, 2021, 8:26 PM IST

ଟଳିଛି ବାତ୍ୟା ବିପଦ, ହେଲେ ଅବପାତ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଅବିରତ ବର୍ଷା ଓ ହାଲୁକା ପବନ କାରଣରୁ ଏକ ଲକ୍ଷରୁ ଅଧିକ ହେକ୍ଟର ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

ଖରିଫ ଧାନ ଚାଷର କ୍ଷୟକ୍ଷତି ଆକଳନ ଜାରୀ
ଖରିଫ ଧାନ ଚାଷର କ୍ଷୟକ୍ଷତି ଆକଳନ ଜାରୀ

ଭଦ୍ରକ: ଟଳିଛି ବାତ୍ୟା ବିପଦ, ହେଲେ ଅବପାତ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଅବିରତ ବର୍ଷା ଓ ହାଲୁକା ପବନ କାରଣରୁ ଏକ ଲକ୍ଷରୁ ଅଧିକ ହେକ୍ଟର ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଇଛି । ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇଛନ୍ତି। ବର୍ଷା ଯୋଗୁଁ ଚାଷ ଜମିରେ ଲହଡି ମାରୁଛି ପାଣି । ବର୍ତ୍ତମାନ ଧାନ ଅମଳ ସମୟ । ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ଏବେ ପାଣିରେ ଭାସୁଛି । ଚଳିତ ବର୍ଷ ଆଶା ଥିଲା ଏଥର ଭଲ ଅମଳ ହେବ । କିନ୍ତୁ ଅଦିନିଆ ବର୍ଷା ଫସଲକୁ ନଷ୍ଟ କରି ଦେଇଛି । ବିଶେଷକରି ଲଘୁଚାପ ବର୍ଷାରେ ଜିଲ୍ଲାବ୍ୟାପୀ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି ।

ଖରିଫ ଧାନ ଚାଷର କ୍ଷୟକ୍ଷତି ଆକଳନ ଜାରୀ

ତେବେ କ୍ଷୟକ୍ଷତି ଆକଳନ କରିବାକୁ କୃଷି ଏବଂ ରାଜସ୍ବ ବିଭାଗର କର୍ମଚାରୀ ଏବଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ପକ୍ଷରେ ଲକ୍ଷାଧିକ ହେକ୍ଟର ଜମିର ଅନୁଧ୍ୟାନ କରି କ୍ଷୟକ୍ଷତି ରିପୋର୍ଟ ଆକଳନ କରିବା ଉଭୟ କୃଷି ଏବଂ ରାଜସ୍ଵ କର୍ମଚାରୀଙ୍କ ଲାଗି କାଠିକର ପାଠ ସାବ୍ୟସ୍ତ ହୋଇଛି । ତେବେ ଯଥାଶୀଘ୍ର ଜିଲ୍ଲାର କୃଷି କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ଦିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.