ETV Bharat / city

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଶିକ୍ଷା ବିଭାଗର ଦୁଇ କିରାଣୀ

author img

By

Published : Sep 9, 2022, 9:02 AM IST

two clerk under vigilance scanner in berhampur
ଲାଞ୍ଚ ନେବାବେଳେ ଧରାପଡ଼ିଲେ ଶିକ୍ଷା ବିଭାଗର ଦୁଇ କିରାଣୀ

ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବାକୁ 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଶିକ୍ଷା ବିଭାଗର ଦୁଇ କନିଷ୍ଠ କିରାଣୀ । କିରାଣୀ ପ୍ରଦୀପ କୁମାର ମହାନ୍ତି ଏବଂ ସୁଶୀଲ କୁମାର ପଟ୍ଟନାୟକଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ବିଭାଗର ଦୁଇ କନିଷ୍ଠ କିରାଣୀ (Clerk caught by Vigilance while Bribe)। ଆସିକା ଜୟପୁର ନୋଡାଲ ହାଇସ୍କୁଲର ଅବସରପ୍ରାପ୍ତ ଲେବ୍ ଆଟେଣ୍ଡେଣ୍ଟ କାଳୀଚରଣ ପାଣିଗ୍ରାହୀଙ୍କଠାରୁ ଶିକ୍ଷା ବିଭାଗର ଦୁଇ କନିଷ୍ଠ କିରାଣୀ ପ୍ରଦୀପ କୁମାର ମହାନ୍ତି ଏବଂ ସୁଶୀଲ କୁମାର ପଟ୍ଟନାୟକ ମିଳିତ ଭାବରେ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗିରି ରୋଡ଼ ସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଟିମ୍ ଚଢାଉ କରି ଦୁଇ କର୍ମଚାରୀଙ୍କୁ ଧରିବା ସହିତ ସେମାନଙ୍କଠାରୁ ଟଙ୍କା ଜବତ କରାଯାଇଛି ।

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଶିକ୍ଷା ବିଭାଗର ଦୁଇ କିରାଣୀ

ସୂଚନା ଅନୁଯାୟୀ, ଅଭିଯୋଗକାରୀ କାଳୀଚରଣ ପାଣିଗ୍ରାହୀଙ୍କ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଆସିକା ଜୟପୁର ନୋଡାଲ ହାଇସ୍କୁଲର କନିଷ୍ଠ କିରାଣୀ ଜିଲ୍ଲା ଶିକ୍ଷା ବିଭାଗର କନିଷ୍ଠ କିରାଣୀଙ୍କ ସହ ଆଲୋଚନା କରି ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଅଭିଯୋଗକାରୀ ମଧ୍ୟ ଟଙ୍କା ପ୍ରଦାନ କରିଥିଲେ । ଏହାପରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଶିଲ କୁମାର ପଟ୍ଟନାୟକଙ୍କ ଠାରୁ ସାତ ହଜାର ଟଙ୍କା ଏବଂ ପ୍ରଦୀପ ଠାରୁ ତିନି ହଜାର ଟଙ୍କା ଜବତ କରିଛି । ଏନେଇ ଦୁଇ କର୍ମଚାରୀଙ୍କୁ ଅଟକ ରଖି ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ଟିମ ।

ଏହା ମଧ୍ୟ ପଢ଼ନ୍ତୁ: ମୋ ଗୁହାଳ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ନିକଟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଜଣେ ହିତାଧିକାରୀଙ୍କ ଠାରୁ ମୋ ଗୁହାଳ ଯୋଜନାର ଅର୍ଥ ପ୍ରଦାନ କରିବାକୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା । ଏକ ଆଦର୍ଶ ଗାଈ ଗୁହାଳ ବିଲ୍ ପାସ୍ କରାଇବାକୁ ଜଣେ ହିତାଧିକାରୀଙ୍କ ଠାରୁ ଏଭଳି ଲାଞ୍ଚ ଦାବି କରିଥିଲେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ । ଏନେଇ ହିତାଧିକାରୀ ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଯନ୍ତ୍ରୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା । ହିତାଧିକାରୀ ଜଣଙ୍କ ଦାବି ମୁତାବକ ୭ ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଦେଉଥିଲେ । ଏହି ସମୟରେ ଲୁଚି ରହିଥିବା ଭିଜିଲାନ୍ସ ବିଭାଗର ଟିମ ଚଢ଼ାଉ କରି ଲାଞ୍ଚୁଆ ଯନ୍ତ୍ରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଯନ୍ତ୍ରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଦୁଇଟି ସ୍ଥାନରେ ଚଢାଉ କରି ଘଟଣାର ଅଧିକ ଖୋଳତାଡ଼ କରୁଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.