ETV Bharat / city

ରାସନ ଆଳରେ ବିକୁଥିଲା ନିଶାଦ୍ରବ୍ୟ, ଅଭିଯୁକ୍ତକୁ ବାନ୍ଧିଲା ଅବକାରୀ ଗୁଇନ୍ଦା ବିଭାଗ

author img

By

Published : Aug 19, 2022, 10:42 AM IST

ବ୍ରହ୍ମପର ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା । ରାସନ ଦୋକାନରେ ବିକ୍ରି ହେଉଥିଲା ଗଞ୍ଜେଇ ,ଅଫିମ ଓ ବ୍ରାଉନ୍ ସୁଗାର । ମାଡି ବସିଲା ବ୍ରହ୍ମପର ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ
ରାସନ ଦୋକାନରେ ନିଶାଦ୍ରବ୍ୟ ବିକ୍ରି କରୁଥିଲା ଅଭିଯୁକ୍ତ,ବାନ୍ଧିଲା ଅବକାରୀ ଗୁଇନ୍ଦା ବିଭାଗ
ରାସନ ଦୋକାନରେ ନିଶାଦ୍ରବ୍ୟ ବିକ୍ରି କରୁଥିଲା ଅଭିଯୁକ୍ତ,ବାନ୍ଧିଲା ଅବକାରୀ ଗୁଇନ୍ଦା ବିଭାଗ

ବ୍ରହ୍ମପୁର: ରାସନ ଦୋକାନରେ ବିକ୍ରି ହେଉଛି ନିଶାଦ୍ରବ୍ୟ । ନିଶାଦ୍ରବ୍ୟ ବିକୁଥିବା ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଏ.ଭାସ୍କର ଦୋରା । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ବିଭାଗର ଡେପୁଟି କମିଶନର ଅଶୋକ କୁମାର ଶତପଥୀ ।

ରାସନ ଦୋକାନରେ ନିଶାଦ୍ରବ୍ୟ ବିକ୍ରି କରୁଥିଲା ଅଭିଯୁକ୍ତ,ବାନ୍ଧିଲା ଅବକାରୀ ଗୁଇନ୍ଦା ବିଭାଗ

ସୂଚନା ଅନୁସାରେ, ବ୍ରହ୍ମପୁର ସହର ଉପକଣ୍ଠ 16 ନଂ ଜାତୟ ରାଜପଥର ଭାଲିଆଗଡ ଛକ ନିକଟରେ ଏ.ଭାସ୍କର ନିଜ ଦୋକାନରେ ଗଞ୍ଜେଇ ,ଅଫିମ ଓ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଗୁରୁବାର ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଧେଶକ୍ରମେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ସେହି ଦୋକାନରେ ଚଢାଉ କରିଥିଲେ । ପରେ ଘଟଣାସ୍ଥଳରୁ 101 ଗ୍ରାମ ଓଜନର ବ୍ରାଉନସୁଗାର, 20 କିଲୋ 500 ଗ୍ରାମ ଗଞ୍ଜେଇ ଓ 106 ଗ୍ରାମ ଓଜନର ଅଫିମ ଜବତ କରିଥିଲେ ଅଧିକାରୀ । ପରେ ଅଭିଯୁକ୍ତ ଏ.ଭାସ୍କର ଦୋରାଙ୍କୁ ଗିରଫ କରିଥିଲେ ଅଧିକାରୀ । ଅଭିଯୁକ୍ତ ଜଣଙ୍କ ପୂର୍ବରୁ ମଧ୍ୟ ବ୍ରାଉନସୁଗାର ବିକ୍ରି କରିବା ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଆଉ ଜେଲରୁ ଫେରିବା ପରେ ବ୍ରହ୍ମପୁର ସହରର ଅନ୍ୟ ଜଣେ ଯୁବକଙ୍କ ଠାରୁ ଏହି ବ୍ରାଉନସୁଗାରକୁ ବିକ୍ରି କରୁଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.