ETV Bharat / city

ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଚାରି ଅଭିଯୁକ୍ତ ଗିରଫ

author img

By

Published : Sep 9, 2019, 1:47 AM IST

ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଚାରି ଅଭିଯୁକ୍ତ ଗିରଫ

ନକଲି ବିଦେଶୀ ମଦ ପ୍ରସ୍ତୁତକାରୀଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଦୀର୍ଘ ଦିନ ହେଲା ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ ଆଣି ନକଲି ମଦ ପ୍ରସ୍ତୁତ କରୁଥିଲେ ।

ବ୍ରହ୍ମପୁର : ଦୀର୍ଘ ଦିନ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଦିଗପହଣ୍ଡି ପୋଲିସ । ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ବୀରପାଟଣା କୁକୁଡ଼ା ଫାର୍ମ ପାର୍ଶ୍ବରେ ଥିବା ବେଆଇନ ନକଲି ମଦ କାରଖାନା ଉପରେ ପୋଲିସ ହଠାତ୍ ଅତର୍କିତ ଭାବରେ ଚଢ଼ାଉ କରିଥିଲା । ବିଭିନ୍ନ ନାମିଦାମୀ କମ୍ପାନୀର ଲେବୁଲ ଆଣି ଏହାକୁ ଅଭିଯୁକ୍ତ ମାନେ ପ୍ରସ୍ତୁତ କରି ବଜାରକୁ ବିକ୍ରୀ କରୁଥିଲେ ।

ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଚାରି ଅଭିଯୁକ୍ତ ଗିରଫ

ପେଣ୍ଡୁରାବାଡି ଗ୍ରାମର ଦଣ୍ଡପାଣି ଡାକୁଆ , ବ୍ରହ୍ମପୁର ଅଞ୍ଚଳର ଟୁଟୁ ଦାସ , ପ୍ରଦୀପ ସାହୁ ଏବଂ ଭୀଷ୍ମଗିରି ଗ୍ରାମର ହୃଷିକେଶ ଗୌଡଙ୍କୁ ପୋଲିସ ଗିରଫ କରିଛି । ଏହି ନକଲି ମଦ କାରଖାନା ମଧ୍ୟରେ ରହିଥିବା ବିପୁଳ ପରିମାଣର ମଦକୁ ଜବତ କରାଯାଇଛି । ୪୬ଟି କାର୍ଟୁନରେ ଭର୍ତ୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ, ୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ପୋଲିସ ଜବତ କରିଛି ।


ତେବେ ଏନେଇ ଅତିରିକ୍ତ ଏସ୍.ପି ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:ଦୀର୍ଘ ଦିନ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଚାରି ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଦିଗପହଣ୍ଡି ପୋଲିସ । ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ବୀରପାଟଣା କୁକୁଡ଼ା ଫାର୍ମ ପାର୍ଶ୍ୱରେ ଥିବା ବେଆଇନ ନକଲି ମଦ କାରଖାନା ଉପରେ ହଠାତ୍ ଅତର୍କିତ ଭାବରେ ଚଢ଼ାଉ କରିଥିଲେ ପୋଲିସ । ବିଭିନ୍ନ ନାମୀ ଦାମୀ କମ୍ପାନୀର ଲେବୁଲ ଆଣି ଏହାକୁ ଅଭିଯୁକ୍ତ ମାନେ ପ୍ରସ୍ତୁତ କରି ବିକ୍ରୀ କରୁଥିବା ବେଳେ ପେଣ୍ଡୁରାବାଡି ଗ୍ରାମର ଦଣ୍ଡପାଣି ଡାକୁଆ , ବ୍ରହ୍ମପୁର ଅଞ୍ଚଳର ଟୁଟୁ ଦାସ , ପ୍ରଦୀପ ସାହୁ ଏବଂ ଭୀଷ୍ମଗିରି ଗ୍ରାମର ହୃଷିକେଶ ଗୈଡଙ୍କୁ ଗିରଫ କରାଯିବା ସହ ଏହି ନକଲି ମଦ କାରଖାନା ମଧ୍ୟରେ ରହିଥିବା ବିପୁଳ ପରିମାଣର ମଦ କୁ ଜବତ କରାଯାଇଛି । ୪୬ଟି କାର୍ଟୁନରେ ଭର୍ତ୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ,୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି । ଘଟଣାପରେ ଅତିରିକ୍ତ ଏସ୍.ପି ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ କୁ ଭି.ଓ ଦେବା ସହିତ ଏଡିଟିଙ୍ଗ୍ କରି ପଠାଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.