ETV Bharat / city

ବଡ ଧରଣର ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ବୋମା-ମାରଣାସ୍ତ୍ର ଜବତ

author img

By

Published : Sep 19, 2021, 10:27 PM IST

ବଡ ଧରଣର ଡକାୟତି ଯୋଜନା ପଣ୍ଡ; ୪ ଗିରଫ, ବୋମା ମାରଣାସ୍ତ୍ର ଜବତ
ବଡ ଧରଣର ଡକାୟତି ଯୋଜନା ପଣ୍ଡ; ୪ ଗିରଫ, ବୋମା ମାରଣାସ୍ତ୍ର ଜବତ

ସହରରେ ଚାଲିଥିଲା ବଡ ଧରଣର ଡକାୟତି ଯୋଜନା । ଘଟଣାସ୍ଥଳରେ 4 ଯୁବକ ଡକାୟତି ଉଦ୍ୟମ କରୁଥିବାବେଳେ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଲୁଟ୍ କରିବାକୁ ଉଦ୍ୟମ କରିଥିବାବେଳେ ପଣ୍ଡ ହୋଇଛି ଯୋଜନା । ଆଉ ଏହି ଘଟଣାରେ ଦିଗପହଣ୍ଡି ପୋଲିସକୁ ମିଳିଛି ଆଉ ଏକ ସଫଳତା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ଛକ ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ଏଟିଏମରୁ ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଗିରଫ କରିଛି ଦିଗପହଣ୍ଡି ପୋଲିସ । ତେବେ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ସମେତ ୪ଟି ଜୀବନ୍ତ ବୋମା ଓ ଦୁଇଟି ମୋଟର ସାଇକେଲ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ବନ୍ଥପଲ୍ଲୀ ଗ୍ରାମର ହେମନ୍ତ ସ୍ବାଇଁ, ସମୀର ସ୍ବାଇଁ, ଚାଞ୍ଚଡାପଲ୍ଲୀର କୃଷ୍ଣ ସ୍ବାଇଁ ଓ ପରେଶ ଲେଙ୍କା ଓ ସଦରଥାନା ସୁକୁଣ୍ଡା ଗ୍ରାମର ଶଙ୍କର ଗୌଡ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାନୁଯାୟୀ ପାର୍ବଣ ଋତୁ ପାଖେଇ ଆସୁଥିବାରୁ ସହରର ବିଭିନ୍ନ ଅଞ୍ଚଳରେ ଲୁଟେରାଙ୍କ ଦ୍ବାରା ବିଭିନ୍ନ ସମୟରେ ହେଉଥିବା ଚୋରି, ଡକାୟତି, ରାହାଜାନୀ ଓ ଲୁଟକୁ ଦମନ କରିବା ପାଇଁ ପୋଲିସ ଯାଞ୍ଚ ବ୍ୟବସ୍ଥା ଉପରେ କଡା ନଜର ରଖିଛି ।

ତେବେ ଏହି ଘଟଣାରେ ଥାନାଧିକାରୀ ବସନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଏ .ସ୍ବର୍ଣ୍ଣଲତା ପାତ୍ର ଦିଗପହଣ୍ଡି ଥାନା ଅନ୍ତର୍ଗତ ଡିମ୍ବୁଳା, ସିଦ୍ଧେଶ୍ବର ଓ ଗଣିଆନାଳ ଗ୍ରାମରେ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ଛକରେ ଥିବା ଏଟିଏମ୍ ଠାରୁ ୨୦ ମିଟର ଦୂରରେ ଥିବା ଏକ ନିଛାଟିଆ ସ୍ଥାନରେ ଦୁଇଟି ମୋଟର ସାଇକେଲ ଛିଡା ହୋଇଥିବା ବେଳେ ଡକାୟତି ପାଇଁ ଉଦ୍ୟମ କରୁଥିବା ଜାଣିବାକୁ ପାଇଥିଲା ପୋଲିସ ।

ଆଉ ଏନେଇ ସନ୍ଦେହ ହେବାରୁ ପୋଲିସ ସତର୍କତାର ସହ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହି ଘଟଣାରେ ଦିଗପହଣ୍ଡି ଥାନାରେ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.