ETV Bharat / city

ରାସ୍ତାକଡରୁ ପରିବା କିଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Oct 1, 2020, 9:59 AM IST

Updated : Oct 1, 2020, 10:08 AM IST

ganjam collector, berhampur latest news, ganjam collector buys vegetable from roadside, social media, bijay amruta kulange, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ରାସ୍ତାକଡରୁ ଜିଲ୍ଲାପାଳଙ୍କ ପରିବା କିଣା, ସୋସିଆଲ ମିଡିଆ, ବିଜୟ ଅମୃତା କୁଲାଙ୍ଗେ
ରାସ୍ତା କଡରୁ ପରିବା କିଣି ଚର୍ଚ୍ଚା ଗଞ୍ଜାମ ଜିଲ୍ଲାପାଳ

ସବୁବେଳେ ନିଜ ନିଆରା ବ୍ୟକ୍ତିତ୍ବ ପାଇଁ ଚର୍ଚ୍ଚାରେ ରହୁଥିବା ଗଞ୍ଜାମ ଜିଲ୍ଲାପାଳ ପୁଣି ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । ଏହାପୂର୍ବରୁ ମଧ୍ୟ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟିଥିବା ବେଳେ ଏବେ ପୁଣି ସାମ୍ନାକୁ ଆସିଛି ଜିଲ୍ଲାପାଳଙ୍କ ପରିବା କିଣା ଭିଡିଓ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ସବୁବେଳେ ନିଜ ନିଆରା ବ୍ୟକ୍ତିତ୍ବ ପାଇଁ ଚର୍ଚ୍ଚାରେ ରହୁଥିବା ଗଞ୍ଜାମ ଜିଲ୍ଲାପାଳ ପୁଣି ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । ଏହାପୂର୍ବରୁ ମଧ୍ୟ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟିଥିବା ବେଳେ ଏବେ ପୁଣି ସାମ୍ନାକୁ ଆସିଛି ଜିଲ୍ଲାପାଳଙ୍କ ପରିବା କିଣା ଭିଡିଓ । ବୁଧବାର ସୋରଡା ବ୍ଲକ ଗସ୍ତରେ ଥିବା ସମୟରେ ଜିଲ୍ଲାପାଳ ରାସ୍ତା କଡରେ ଥିବା ଏକ ପରିବା ଦୋକାନରେ କିଛି ସମୟ ପାଇଁ ଅଟକି ଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ରାସ୍ତା କଡରୁ ପରିବା କିଣି ଚର୍ଚ୍ଚା ଗଞ୍ଜାମ ଜିଲ୍ଲାପାଳ

ଏହି ଭିଡିଓରେ ଦେଖିବାକୁ ମିଳିଛି କି ଜିଲ୍ଲାପାଳ ରାସ୍ତା କଡରେ ଥିବା ଏକ ଛୋଟିଆ ପନିପରିବା ଦୋକାନରେ ଅଟକି ପନିପରିବାର ଦରଦାମ ପଚାରି ବୁଝିଛନ୍ତି । ଶେଷରେ ସେ ଦୋକାନରୁ 100 ଟଙ୍କା ଦେଇ ଏକ ପାଣି କଖାରୁ ମଧ୍ୟ କିଣିଥିବା ଦେଖାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Oct 1, 2020, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.