ETV Bharat / city

ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

author img

By

Published : Feb 27, 2020, 11:34 PM IST

ganjam-collector-bijaya-amruta-kulange-visit-satrusola-village
ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମକୁ ସରକାରୀ କାର୍ଯ୍ୟରେ ଆସିଥିଲେ । ଫେରିବା ସମୟରେ ସେଠାର କିଛି ସମୟ ପାଇଁ ଉପସ୍ଥିତ ରହି କିପରି ଚାଲିଛି ଶିକ୍ଷାଦାନ ଅନୁଧ୍ୟାନ କରିଥିଲେ।

ବ୍ରହ୍ମପୁର: ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମକୁ ସରକାରୀ କାର୍ଯ୍ୟରେ ଆସିଥିଲେ । ଫେରିବା ସମୟରେ ସେଠାର କିଛି ସମୟ ପାଇଁ ଉପସ୍ଥିତ ରହି କିପରି ଚାଲିଛି ଶିକ୍ଷାଦାନ ଅନୁଧ୍ୟାନ କରିଥିଲେ।

ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ବିଦ୍ୟାଳୟକୁ ଯାଇ ପିଲା କେମିତି ପାଠ ପଢୁଛନ୍ତି ଜିଲ୍ଲାପାଳ ଦେଖିବା ସହ ସେମାନଙ୍କୁ କିଛି ସମୟ ପଢାଇଥିବା ଦେଖିବାକୁ ମିଳିଛି। ବିଦ୍ୟାର୍ଥୀଙ୍କ ସୁନ୍ଦର ହସ୍ତାକ୍ଷର, ଇଂରାଜୀ କୁ କିଭଳି ସ୍ପଷ୍ଟ ଭାବରେ ଉଚ୍ଚାରଣ କରାଯିବ, ଶୁଦ୍ଧ ବନାନ କିପରି ଲେଖାଯାଉଛି ତାହାକୁ ଜିଲ୍ଲାପାଳ ପଚାରିଥିଲେ।

ଏଥିସହ ସ୍କୁଲ ପରିସର ସଫା ରଖିବା ସହ ଗଛ ଲଗେଇବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ଜିଲ୍ଲାପାଳ ଏହି ପରିଦର୍ଶନ ବେଳେ ସ୍ଥାନୀୟ ସମିତି ସଭ୍ୟ ସୁରଥ ପ୍ରଧାନ, ଵିଡିଓ ଜ୍ୟୋତି ଶଙ୍କର ରାୟଙ୍କ ସମେତ ସ୍କୁଲ ପରିଚାଳନା ସଭ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି। ଜିଲ୍ଲାପାଳ ପୂର୍ବରୁ ମଧ୍ୟ ଅନେକ ସ୍କୁଲକୁ ପରିଦର୍ଶନରେ ଯାଇ ବିଦ୍ୟାର୍ଥୀଙ୍କୁ ପଢାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.