ETV Bharat / city

ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମିକୁ ନେଇ ଆଲୋଚନା

author img

By

Published : Oct 16, 2019, 3:08 AM IST

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମି ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମିକୁ ନେଇ ଆଲୋଚନା

ବ୍ରହ୍ମପୁର: ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମି ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମେଡିକାଲର ଅଧ୍ୟକ୍ଷ, ଅଧିକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ଏଥିରେ ମୁଖ୍ୟତଃ ଏଲ୍.ଏଣ୍ଡ.ଟି ପକ୍ଷରୁ ନିର୍ମିତ ହୋଇଥିବା କୋଠା ଗୁଡିକୁ କିଭଳି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯିବା ସହ କୋଠା ଗୁଡିକର ଫାୟର କ୍ଲିୟରନେସ, ନୋ ପାର୍କିଂ ବ୍ୟବସ୍ଥାର କାର୍ଯ୍ୟକାରୀ ନେଇ ଆଲୋଚନା ହୋଇଥିଲା ।

ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମିକୁ ନେଇ ଆଲୋଚନା

ଏହି ବୈଠକରେ ଏମ୍.କେ.ସି.ଜି ମେଡିକାଲର ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରୀପାଠୀ, ଏମ୍.କେ.ସି.ଜି ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା, ମେଡିକାଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକଙ୍କ ସମେତ ବହୁ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ଅନ୍ୟପଟେ ଗତ କିଛିଦିନ ତଳେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମେତ ବ୍ରହ୍ମପୁର ସାଂସଦ ଓ ବିଧାୟକ ଏବଂ ଜିଲ୍ଲାପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ମଧ୍ୟ ଏକ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥ ସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଭିତ୍ତିଭୂମି ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମେଡିକାଲ ର ଅଧ୍ୟକ୍ଷ , ଅଧିକ୍ଷକ ଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟତଃ ଏଲ୍.ଏଣ୍ଡ.ଟି ପକ୍ଷରୁ ନିର୍ମିତ ହୋଇଥିବା କୋଠା ଗୁଡିକୁ କିଭଳି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯିବା ସହ କୋଠା ଗୁଡିକର ଫାୟର କ୍ଲିୟରନେସ ,ନୋ ପାର୍କିଂ ବ୍ୟବସ୍ଥା କୁ କିଭଳି କାର୍ଯ୍ୟକାରୀ କରାଯିବ ଏଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ ଏମ୍.କେ.ସି.ଜି ମେଡିକାଲ ର ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରୀପାଠୀ , ଏମ୍.କେ.ସି.ଜି ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା , ମେଡିକାଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଙ୍କ ସମେତ ବହୁ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।ଅନ୍ୟପଟେ ଗତ କିଛି ଦିନ ତଳେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ ସମେତ ବ୍ରହ୍ମପୁର ସାଂସଦ ଓ ବିଧାୟକ ଙ୍କ ଉପସ୍ଥିତିରେ ଜିଲ୍ଲାପ୍ରଶାସନର ଅଧିକାରୀ ଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା ।
Body:ବାଇଟ୍-ସିନ୍ଧେ ଦତ୍ତାତ୍ରୟ ଭାଉସାହେବ(ଉପଜିଲ୍ଲାପାଳ,ବ୍ରହ୍ମପୁର)
ବାଇଟ୍- ପ୍ରଫେସର ରାଧାମାଧବ ତ୍ରୀପାଠୀ(ଅଧ୍ୟକ୍ଷ,ଏମ୍.କେ.ସି.ଜି)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.