ETV Bharat / business

Market Update: ବଜାରରେ ଉତ୍ସାହ, କାରବାର ଆରମ୍ଭରେ ଉଛୁଳିଲା ସେନସେକ୍ସ

author img

By

Published : Apr 26, 2022, 12:47 PM IST

Market Update: ବଜାରରେ ଉତ୍ସାହ, କାରବାର ଆରମ୍ଭରେ ଉଛୁଳିଲା ସେନସେକ୍ସ
Market Update: ବଜାରରେ ଉତ୍ସାହ, କାରବାର ଆରମ୍ଭରେ ଉଛୁଳିଲା ସେନସେକ୍ସ

ସୋମବାର ପୁଞ୍ଜି ବଜାରରେ କାରବାର ମାନ୍ଦା ପରେ ଆଜି ଆରମ୍ଭରୁ ବଜାରରେ ଉତ୍ସାହ । 657.67 ପଏଣ୍ଟ ଉଛୁଳିଲା ସେନସେକ୍ସ । ଅଧିକ ପଢନ୍ତୁ

ମୁମ୍ବାଇ: ପୁଞ୍ଜି ବଜାରରେ ଉତ୍ସାହ । ସପ୍ତାହର ଦ୍ବିତୀୟ ଦିନରେ କାରବାର ଉପରମୁହାଁ ରହିଛି । ବିଶ୍ବ ବଜାରରେ ସକରାତ୍ମକ ଧାରା ଏବଂ ରିଲିଆନ୍ସ ଇଣ୍ଡଷ୍ଟ୍ରି ସେୟାରରେ ବୃଦ୍ଧି ମଧ୍ୟରେ ଆଜି(ମଙ୍ଗଳବାର) ପ୍ରାରମ୍ଭିକ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସରେ 657.67 ପଏଣ୍ଟ ବୃଦ୍ଧି ଆସିଛି(sensex climbs 657.67 points) । BSE ସୂଚକାଙ୍କ 657ରୁ ଅଧିକ ବୃଦ୍ଧି ସହ 57,237.56 ପଏଣ୍ଟରେ କାରବାର କରୁଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ମଧ୍ୟ ବୃଦ୍ଧି ଆସିଛି । ନିଫ୍ଟି 204.35 ପଏଣ୍ଟ ଉଛୁଳି 17,158.30ରେ ପହଞ୍ଚିଛି ।

ଇଣ୍ଡସିଉଇଣ୍ଡ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବଜାର ଫାଇନାନ୍ସ, ସନ ଫାର୍ମା, ହିନ୍ଦୁସ୍ଥାନ ୟୁନିଲିଭର, ଇନଫୋସିସି, ଆଇଟିସି, ଆକ୍ସିସ୍ ବ୍ୟାଙ୍କ, ବଜାର ଫିନସର୍ଭ(bajaj finserv), ଟାଇଟାନ ସମେତ ସେନସେକ୍ସ ପ୍ୟାକର ସମସ୍ତ କମ୍ପାନୀ ସବୁଜ ସଙ୍କେତରେ କାରବାର କରୁଛି । ସେହିପରି ଏସିଆରେ ଟୋକିଓ, ହଙ୍ଗକଙ୍ଗ, ସିୟୋଲ, ସଙ୍ଘାଇର ପୁଞ୍ଜି ବଜାରରେ ପୂର୍ବାହ୍ନ ସମୟରେ କାରବାର ଭଲ ଜମିଛି । ସୋମବାର ଆମେରିକା ପୁଞ୍ଜି ବଜାର ବୃଦ୍ଧି ସହ ବନ୍ଦ ହୋଇଥିଲା । ଏହାରି ମଧ୍ୟରେ ଅନ୍ତରାଷ୍ଟ୍ରୀୟ ତୈଳ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ 1.26 ପ୍ରତିଶତ ବୃଦ୍ଧି ପାଇ ପ୍ରତି ବ୍ୟାରେଲ ପିଛା 103.61 ଡଲାର ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.