ETV Bharat / business

Fuel Rates Update: ତେଲ ଦର ବୃଦ୍ଧିରେ ବ୍ରେକ, ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦

author img

By

Published : Apr 15, 2022, 10:01 AM IST

Fuel Rates Update: ତେଲ ଦର ବୃଦ୍ଧିରେ ବ୍ରେକ, ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦
Fuel Rates Update: ତେଲ ଦର ବୃଦ୍ଧିରେ ବ୍ରେକ, ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦

୯ ଦିନ ହେଲା ଦେଶରେ ସ୍ଥିର ରହିଛି ତେଲ ଦର । ହେଲେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ୧୨୦ ଟଙ୍କାରୁ ଅଧିକରେ ବିକ୍ରି ହେଉଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ରହିଛି ତେଲ ଦର । ଲଗାଣ ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ୯ ଟଙ୍କା ମହଙ୍ଗା ହୋଇଛି । ହେଲେ ଆଶ୍ବସ୍ତିକର ବିଷୟ ଏହା ଯେ, କିଛି ଦିନ ହେବ ଦେଶବ୍ୟାପୀ ତେଲ ଦର ଅପରିବର୍ତ୍ତିର ରହିଛି । ଆଜି(ଶୁକ୍ରବାର) ନବମ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଯଦିଓ ଦର ସ୍ଥିର ଅଛି, କିନ୍ତୁ ଏବେ ବି ବିଭିନ୍ନ ସ୍ଥାନରେ ପେଟ୍ରୋଲ ୧୨୦ ଟଙ୍କା ପାର୍ କରିଥିବା ବେଳେ ଡିଜେଲ ଶତକ ଛୁଇଁଛି ।

ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଏବଂ ଡିଜେଲ ୯୬.୬୭ ଟଙ୍କା ରହିଛି । ବାଣିଜ୍ୟ ନଗରୀ ମୁମ୍ବାଇରେ ରେଟ୍ ସବୁଠୁ ଅଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪ ଟଙ୍କା ପାର୍ କରିଛି । ଏହି କ୍ରମରେ ଚେନ୍ନାଇରେ ଏବେ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କାରେ ସ୍ଥିର ଅଛି । ଯଦି କୋଲକାତା କଥା କହିବା, ତେବେ ଏଠାରେ ଦର ଯଥାକ୍ରମେ ୧୧୫.୧୨ ଟଙ୍କା ଏବଂ ୯୯.୮୩ ଟଙ୍କା ରହିଛି । ଶେଷ ଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ସେହିଦିନ ପରଠାରୁ ଦର ଅପରିବର୍ତ୍ତିତ ରହିଛି ।

ନିକଟରେ ସିଏନଜି(CNG) ଓ ଘରୋଇ ପିଏନଜି(PNG) ଦର ମଧ୍ୟ ବୃଦ୍ଧି ପାଇଥିଲା । ମହାନଗର ଗ୍ୟାସ୍ ଲିମିଟେଡ ସିଏନଜି କେଜି ପିଛା ୫ଟଙ୍କା ଏବଂ ପିଏନଜି SCM ପିଛା ୪ ଟଙ୍କା ୫୦ ପଇସା ବଢାଇଥିଲେ । ଯାହାପରେ ଏବେ ସିଏନଜି ଦାମ୍ କେଜି ପିଛା ୭୨ ଟଙ୍କା ଥିବାବେଳେ ପିଏନଜି ଦର ୪୫.୫୦ ଟଙ୍କା ରହିଛି ।

ସେହିପରି ଚଳିତ ଆର୍ଥିକ ବର୍ଷରେ ଦେଶରେ ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ପ୍ରଥମ ତ୍ରୟ ମାସରେ ମୁଦ୍ରାସ୍ଫୀତି ୬.୩ ପ୍ରତିଶତ, ଦ୍ବିତୀୟ ତ୍ରୟ ମାସରେ ୫ ପ୍ରତିଶତ, ତୃତୀୟରେ ୫.୪ ପ୍ରତିଶତ ଏବଂ ଚତୁର୍ଥ ତ୍ରୟ ମାସରେ ୫.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.