ETV Bharat / business

ଥମୁନି ତେଲ ତାତି, ୧୨ ଦିନରେ ୭ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ

author img

By

Published : Apr 2, 2022, 8:12 AM IST

ଥମୁନି ତେଲ ତାତି, ୧୨ ଦିନରେ ୭ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ
ଥମୁନି ତେଲ ତାତି, ୧୨ ଦିନରେ ୭ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ

ଦେଶବାସୀଙ୍କୁ ଅତିଷ୍ଠ ତେଲ ତାତି । ୧୨ ଦିନରେ ୭ ଟଙ୍କାରୁ ଅଧିକ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ତ୍ରାହି । ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ-ଡିଜେଲ । ଆଜି ଦେଶରେ ପୁଣିଥରେ ତେଲ ମହଙ୍ଗା ହୋଇଛି । ଗତକାଲି(ଶୁକ୍ରବାର) ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ଥିବାବେଳେ ଆଜି ଲିଟର ପିଛା ୮୦ ପଇସା ଲେଖାଏଁ ବଢାଇଛନ୍ତି ତୈଳ କମ୍ପାନୀ । ଫଳରେ ଗତ ୧୨ ଦିନ ମଧ୍ୟରେ ରେଟ୍ ୭.୨୦ ଟଙ୍କା ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ୨୨ ତାରିଖରୁ ଦେଶରେ ଏହି ମହଙ୍ଗା ମାଡ ଜାରି ରହିଛି ।

ବର୍ଦ୍ଧିତ ଦର ପରେ ଏବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୧.୮୧ ଟଙ୍କାରୁ ୧୦୨.୬୧ ଟଙ୍କାକୁ ବୃଦ୍ଧି ପାଇଛି । ଏହି କ୍ରମରେ ଡିଜେଲ ମଧ୍ୟ ୯୩.୦୭ ଟଙ୍କାରୁ ବଢି ୯୩.୮୭ ଟଙ୍କାରେ ପହଞ୍ଚିଛି । ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ୮୦ ପଇସା ଲେଖାଏଁ ମହଙ୍ଗା ହୋଇଥିବା ବେଳେ ମୁମ୍ବାଇରେ ୮୫ ପଇସା ମହଙ୍ଗା ହୋଇଛି । ଏଠାରେ ଏବେ ପେଟ୍ରୋଲ ଲିଟର ୧୧୭.୫୭ ଟଙ୍କା ଏବଂ ଡିଜେଲ ୧୦୧.୭୯ ଟଙ୍କା ହୋଇଯାଇଛି ।

ଆଜି ଚେନ୍ନାଇରେ ତେଲ ୭୬ ପଇସା ବୃଦ୍ଧି ପାଇଛି । ଏବେ ଏହି ସହରରେ ପେଟ୍ରୋଲ ଓ ଡିଜେଲ ୧୦୮.୨୧ ଟଙ୍କାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ୧୧୨.୧୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭ ଟଙ୍କା ଟପିଛି । ଗତ ୧୨ ଦିନ ମଧ୍ୟରେ ଦେଶରେ ୧୦ ଥର ତେଲ ଦର ବୃଦ୍ଧି ପାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.