ETV Bharat / business

ବେଲଗାମ ତୈଳ ଦର, ସପ୍ତାହକରେ ୪ ଟଙ୍କା ୯୦ ପଇସା ବଢିଲାଣି ପେଟ୍ରୋଲ-ଡିଜେଲ

author img

By

Published : Mar 29, 2022, 8:45 AM IST

ବେଲଗାମ ତୈଳ ଦର, ସପ୍ତାହକରେ ୪ ଟଙ୍କା ୯୦ ପଇସା ବଢିଲାଣି ପେଟ୍ରୋଲ-ଡିଜେଲ
ବେଲଗାମ ତୈଳ ଦର, ସପ୍ତାହକରେ ୪ ଟଙ୍କା ୯୦ ପଇସା ବଢିଲାଣି ପେଟ୍ରୋଲ-ଡିଜେଲ

ପେଟ୍ରୋଲ ଓ ଡିଜେଲ ଦରରେ ଲାଗୁନି ବ୍ରେକ୍ । ଗତ ୮ ଦିନ ମଧ୍ୟରେ ୭ ଥର ବଢିଲାଣି ତେଲ ଦର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତୈଳ ଦରରେ ନିଆଁ । ପେଟ୍ରୋଲ ଓ ଡିଜେଲ ଦରରେ ଲାଗୁନି ବ୍ରେକ୍ । ଗତ ୮ ଦିନ ମଧ୍ୟରେ ୭ ଥର ବଢିଲାଣି ତେଲ ଦର । ଆଜି(ମଙ୍ଗଳବାର) ମଧ୍ୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଓ ୭୦ ପଇସା ବଢିଛି । ଫଳରେ ସପ୍ତାହକ ମଧ୍ୟରେ ତୈଳ ୪.୯୦ ଟଙ୍କା ମହଙ୍ଗା ହୋଇଛି । ଏହି ବର୍ଦ୍ଧିତ ଦର ସହ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର୍ କରିଛି । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୦.୨୧ ଟଙ୍କା ଓ ଡିଜେଲ ୯୧.୪୭ ଟଙ୍କାକୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ଆଜି ପେଟ୍ରୋଲ ଲିଟର ପିଛା ୮୫ ପଇସା ଓ ଡିଜେଲ ୭୪ ପଇସା ବଢିଛି । ଯାହାଫଳରେ ଏବେ ରାଜଧାନୀରେ ପେଟ୍ରୋଲ ଓ ଡିଜେଲ ଦର ୧୦୭.୧୧ ଟଙ୍କା ଓ ୯୬.୮୩ ଟଙ୍କାରେ ହୋଇଯାଇଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇରେ ଏବେ ପେଟ୍ରୋଲ ଲିଟର ୧୧୫.୦୪ ଟଙ୍କା ଏବଂ ଡିଜେଲ ୯୯.୨୫ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୬ ପଇସା ବୃଦ୍ଧି ସହ ଦର ୧୦୫.୯୪ ଟଙ୍କା ଏବଂ ଡିଜେଲ ୯୬ ଟଙ୍କାରେ ପହଞ୍ଚିଛି ।

ଦେଶରେ ଅନ୍ୟ ପ୍ରମୁଖ ସହର କୋଲକାତାରେ ତୈଳ ଦର ଯଥାକ୍ରମେ ୧୦୯.୬୮ ଟଙ୍କା ଏବଂ ଡିଜେଲ ୯୪.୬୨ ଟଙ୍କା ରହିଛି । ତୈଳ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଯାହାଦ୍ବାରା ସାଧାରଣ ଖାଉଟିଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ସୋମବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ୩୫ ପଇସା ବଢିଥିଲା । କହିରଖୁଛି କି, ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.