ETV Bharat / business

No cost EMI: ଜିରୋ କଷ୍ଟ EMIରେ କିଛି କିଣୁଛନ୍ତି କି ? ଧ୍ୟାନ ଦିଅନ୍ତୁ

author img

By

Published : Nov 30, 2022, 2:21 PM IST

No cost EMI: ଜିରୋ କଷ୍ଟ EMIରେ କିଛି କିଣୁଛନ୍ତି କି ? ଧ୍ୟାନ ଦିଅନ୍ତୁ
No cost EMI: ଜିରୋ କଷ୍ଟ EMIରେ କିଛି କିଣୁଛନ୍ତି କି ? ଧ୍ୟାନ ଦିଅନ୍ତୁ

ପାଖରେ ଟଙ୍କା ଥାଉ ଅବା ନଥାଉ ଜିରୋ କଷ୍ଟ ଇଏମଆଇରେ ଆପଣ ଯେକୌଣସି ସାମଗ୍ରୀ କ୍ରୟ କରିପାରିବେ । ମାତ୍ର ଏହି ସୁବିଧାର ଲାଭ ଉଠାଇବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦାମୀ ସାମଗ୍ରୀ କିଣିବାକୁ ପାଖରେ ଟଙ୍କା ନାହିଁ ତ ? ଚିନ୍ତା କରନ୍ତୁନି ! ଆପଣ ନୋ କଷ୍ଟ ଇଏମଆଇରେ(No cost EMI) ନିଜର ଏହି ଅଭିଳାଷା ପୂରଣ କରିପାରିବେ । ଏହା ଜରିଆରେ ବିନା କୌଣସି ସୁଧରେ ସହଜରେ ଆପଣ ଦାମୀ ଟିଭି ଓ ପ୍ରିମିୟମ ମୋବାଇଲ ଫୋନ ଭଳି ଜିନିଷ କିଣିପାରିବେ । କିନ୍ତୁ ଏହି ସୁବିଧାର ଲାଭ ଉଠାଇବା ଦ୍ବାରା ଉକ୍ତ ସାମଗ୍ରୀ ଉପରେ ମିଳୁଥିବା ଡିସକାଉଣ୍ଟ/ରିହାତିରୁ ଆପଣ ବଞ୍ଚିତ ହେବେ । ଏହିସହିତ କମ୍ପାନୀ ସୁଧହାରକୁ ସାମଗ୍ରୀର ମୋଟ ଦରରେ ସାମିଲ କରିବେ । ଯାହାକି କିସ୍ତି ଜରିଆରେ ଆପଣ ପରିଶୋଧ କରିବେ ।

ସାଧାରଣତଃ ପାର୍ବଣ ଋତୁ ହେଉ କିମ୍ବା କୌଣସି ବଡ ଉତ୍ସବ ସମୟରେ ଅନେକ ଡିସକାଉଣ୍ଟ ଅଫର ମିଳିଥାଏ । ଉପଭୋକ୍ତାମାନେ ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ ଘରୋଇ ଉପକରଣ କିଣାକିଣି କରିଥାନ୍ତି । ବିଳାସପୂର୍ଣ୍ଣ ଜୀବନଯାପନ ନିମନ୍ତେ ସମସ୍ତଙ୍କ ମଧ୍ୟରେ ଏହି ଅତ୍ୟାଧୁନିକ ଆସବାବପତ୍ର କ୍ରୟ କରିବା ପାଇଁ ଉତ୍ସାହ ଦେଖିବାକୁ ମିଳେ । ଏପରି ସ୍ଥଳେ ଅନଲାଇନରେ ଜିରୋ କଷ୍ଟ ବା ନୋ କଷ୍ଟ ଇଏମଆଇରେ ଏହି ସାମଗ୍ରୀ କିଣିବା ସମୟରେ କେତେକ ଦିଗପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ।

ପ୍ରଥମତଃ, କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡେ । ଠିକ୍ ସେହିପରି ଏକାକାଳୀନ ପେମେଣ୍ଟ ସମୟରେ ସାଧାରଣତଃ ଡିସକାଉଣ୍ଟ ଅଫର ମିଳିଥାଏ । କିନ୍ତୁ ଯଦି ଆପଣ ଜିରୋ କଷ୍ଟ ଇଏମଆଇର ସୁବିଧା ଉପଯୋଗ କରୁଛନ୍ତି ତେବେ ଏହି ଡିସକାଉଣ୍ଟ ହରାଇବାକୁ ପ୍ରସ୍ତୁତ ରୁହନ୍ତୁ । ଉଦାହରଣସୂରୁପ, ଧରାଯାଉ ଆପଣ ୫୦୦୦ ଟଙ୍କା ମୂଲ୍ୟର କୌଣସି ଆସବାବପତ୍ର କିଣୁଛନ୍ତି । ଏଥିରେ ୧୦% ଡିସକାଉଣ୍ଟର ଅଫର୍ ରହିଛି । ଯାହାଫଳରେ ଏହି ସାମଗ୍ରୀ ପାଇଁ ଏବେ ଆପଣଙ୍କୁ ୪,୫୦୦ ଟଙ୍କା ଦେବାକୁ ହେବ । କିନ୍ତୁ ଯଦି ଆପଣ ଜିରୋ କଷ୍ଟ ଇଏମଆଇ(zero cost EMI)ରେ ତାହା କିଣୁଛନ୍ତି ତେବେ କୌଣସି ଡିସକାଉଣ୍ଟ ବା ଅନ୍ୟାନ୍ୟ ସୁବିଧା ପାଇପାରିବେ ନାହିଁ ।

ଆହୁରିମଧ୍ୟ, କମ୍ପାନୀ ସାମଗ୍ରୀର ମୂଳ ରାଶି ଠାରୁ କୌଣସି ମତେ ଅଧିକ ଅର୍ଥ ବା ସୁଧ ସଂଗ୍ରହ କରିଥାନ୍ତି । ଯଦି ସାମଗ୍ରୀର ଦାମ୍ ୫ ହଜାର ଟଙ୍କା ଓ ଆପଣ ମାସିକ ୫୦୦ ଟଙ୍କା ହିସାବରେ ୧୨ ମାସ ଯାଏଁ ଇଏମଆଇ ଦେଉଛନ୍ତି । ତାହାହେଲେ ଅତିରିକ୍ତ ଭାବେ ଆପଣ ୨୦ ପ୍ରତିଶତ ବା ୧୦୦୦ ଟଙ୍କା ଅଧିକ ଦେଉଛନ୍ତି । ଏହି ହିସାବରେ ଆପଣ ୬ ହଜାର ଟଙ୍କା ବ୍ୟୟରେ ଏହି ସାମଗ୍ରୀ କିଣୁଛନ୍ତି । କମ୍ପାନୀ ଗୁଡିକ ସାଧାରଣ ଇଏମଆଇ କ୍ରୟ ସମୟରେ ଅଲଗା ରୂପେ ସୁଧହାର ଜଣାଇଥାନ୍ତି । ମାତ୍ର ଜିରୋ କଷ୍ଟ ଇଏମଆଇ କ୍ଷେତ୍ରରେ ଅଲଗା ଭାବେ କୌଣସି ସୁଧ ସମ୍ପର୍କରେ ଜଣାଯାଏ ନାହିଁ । ତେଣୁ ସେହି ସାମଗ୍ରୀର ମୂଲ୍ୟ କମ୍ କିମ୍ବା କେତେ ଅଧିକ ତାହା ଗ୍ରାହକ ଜାଣିପାରନ୍ତି ନାହିଁ ।

ଏହାମଧ୍ୟ ପଢନ୍ତୁ: ଡିଜିଟାଲ ଋଣ ନେଉଛନ୍ତି କି ? ସାବଧାନ !

ତେବେ ଏହି ଜିରୋ କଷ୍ଟ ଇଏମଆଇର ଏହା ଫାଇଦା ଯେ, ଉପଭୋକ୍ତାଙ୍କୁ ଏକକାଳୀନ ଅର୍ଥ ପ୍ରଦାନ କରିବାକୁ ପଡେନାହିଁ । ବିଶେଷକରି କୌଣସି ଦାମୀ ସାମଗ୍ରୀ କ୍ରୟ କରିବା ସମୟରେ ଏହାକୁ ଉପଯୋଗ କରାଯାଏ । ଯଦି କୌଣସି ବ୍ୟକ୍ତି କିଛି ସାମଗ୍ରୀ ପାଇଁ ଟଙ୍କା ଯୋଗାଡ କରିପାରୁନାହାନ୍ତି ତାହାଲେ ସେ ଜିରୋ କଷ୍ଟ ଇଏମଆଇରେ ସେହି ଜିନିଷ ପାଇପାରିବେ ଏବଂ ଏଥିପାଇଁ ତାଙ୍କୁ ଏକକାଳୀନ ଅର୍ଥ ଦେବାକୁ ପଡିବ ନାହିଁ । ସେହିପରି କିଛି ନିର୍ଦ୍ଦିଷ୍ଟ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ମାଧ୍ୟମରେ ତାହା କିଣାଯାଏ ତେବେ ଇ-କମର୍ସ କମ୍ପାନୀ ଓ ବ୍ୟବସାୟୀ ସ୍ବତନ୍ତ୍ର ଡିସକାଉଣ୍ଟ ଅଫର ଦେଇଥାନ୍ତି । ତେବେ ନୋ କଷ୍ଟ ଇଏମଆଇ କ୍ଷେତ୍ରରେ ଅଗ୍ରୀମ ପେମେଣ୍ଟ ଓ ବିଳମ୍ବ ପେମେଣ୍ଟ ପାଇଁ ନିର୍ଦ୍ଧାରିତ ଜରିମାନା ସମ୍ପର୍କରେ ଭଲ ଭାବେ ଜାଣିରଖନ୍ତୁ । ଆବଶ୍ୟକତା ଥିଲେ ହିଁ ଆପଣ ପେମେଣ୍ଟର ଏହି ବିକଳ୍ପ ଚୟନ କରନ୍ତୁ ।

ଆପଣ ଫ୍ରିଜ, ୱାସିଂମେସିନ କିମ୍ବା ଏହିଭଳି ଉପକରଣ ଜିରୋ କଷ୍ଟ ଇଏମଆଇରେ କ୍ରୟ କରିପାରିବେ । ସବୁ ପ୍ରକାର ସାମଗ୍ରୀ ପାଇଁ କମ୍ପାନୀ ଓ ଅନଲାଇନ କମର୍ସ ଫାର୍ମ ଏହି ସୁବିଧା ଅଫର କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.