ETV Bharat / business

Credit Score: ଏମିତି ବଢାନ୍ତୁ କ୍ରେଡିଟ୍ ସ୍କୋର

author img

By

Published : Aug 5, 2022, 2:39 PM IST

Credit Score: ଏମିତି ବଢାନ୍ତୁ କ୍ରେଡିଟ୍ ସ୍କୋର
Credit Score: ଏମିତି ବଢାନ୍ତୁ କ୍ରେଡିଟ୍ ସ୍କୋର

ବ୍ୟକ୍ତିର କ୍ରେଡିଟ୍ ଯୋଗ୍ୟତାର ମାପକାଠି କ୍ରେଡିଟ ସ୍କୋର । କୌଣସି ବିତ୍ତୀୟ ଅନୁଷ୍ଠାନରୁ ଶୀଘ୍ର ଏବଂ କମ୍ ସୁଧରେ ଲୋନ ପାଇବାରେ ଏହା ସାହାଯ୍ୟ କରେ । ତେଣୁ କ୍ରେଡିଟ୍ ସ୍କୋର ବଢାଇବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ସ

ହାଇଦ୍ରାବାଦ: ଆର୍ଥିକ ସ୍ତରରେ ଜଣେ ବ୍ୟକ୍ତି କେତେ ଶୃଙ୍ଖଳିତା ତାହା ଦର୍ଶାଇଥାଏ କ୍ରେଡିଟ୍ ସ୍କୋର । ଆବଶ୍ୟକ ସ୍ଥଳେ ଶୀଘ୍ର ଲୋନ ପାଇବାରେ କ୍ରେଡିଟ୍‌ ସ୍କୋର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ତେଣୁ ଏହି ସ୍କୋରକୁ ଜଣେ ବ୍ୟକ୍ତିର କ୍ରେଡିଟ୍ ଯୋଗ୍ୟତାର ମାପକାଠି ବୋଲି ଧରାଯାଏ । କୌଣସି ବ୍ୟକ୍ତି ଥରେ ଲୋନ କିମ୍ବା କ୍ରେଡିଟ କାର୍ଡ ପାଇଁ ଆବେଦନ କଲେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ତାଙ୍କର ଲୋନ ପରିଶୋଧର ଇତିହାସ ଏବଂ କ୍ରେଡିଟ ସ୍କୋର ଯାଞ୍ଚ କରିଥାନ୍ତି । ଯଦି ତାଙ୍କର କ୍ରେଡିଟ ସ୍କୋର ୭୫୦ରୁ ଅଧିକ, ତା'ହେଲେ ସେ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ବିବେଚିତ ହୁଅନ୍ତି । କିନ୍ତୁ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ମାର୍କ ୭୦୦ରୁ କମ୍, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବଦେନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ । ତେଣୁ କ୍ରେଡିଟ୍ ସ୍କୋର ବଢାଇବା ପାଇଁ ନିମ୍ନଲିଖିତ ଟିପ୍ସ ମନେରଖନ୍ତୁ

Credit Score: ଏମିତି ବଢାନ୍ତୁ କ୍ରେଡିଟ୍ ସ୍କୋର
Credit Score: ଏମିତି ବଢାନ୍ତୁ କ୍ରେଡିଟ୍ ସ୍କୋର

କିସ୍ତି ପ୍ରଦାନରେ ବିଳମ୍ବ:

ମନେରଖିବେ, ଥରେମାତ୍ର EMI ଭରିବାରେ ବିଳମ୍ବ ହେଲେ, ଏହାଦ୍ବାରା କ୍ରେଡିଟ୍ ସ୍କୋର କମ୍ ହୋଇଥାଏ ଏବଂ ଏହାର ଭରଣା ଅଧିକ ସମୟ ସାପେକ୍ଷ ହୋଇଥାଏ । ଯଦି ଆପଣ ନିୟମିତ EMIରେ ଡେରି କରୁଛନ୍ତି ତେବେ ଆପଣଙ୍କ କ୍ରେଡିଟ ସ୍କୋର ବଢିବା ଅସମ୍ଭବ । ତେଣୁ ଠିକ୍ ସମୟରେ ନିଜର ଇଏମଆଇ(EMI) ଭରିବା ଉଚିତ୍ । ଏହାସହିତ ଯେକୌଣସି ପ୍ରକାର ଲୋନ ଯଥା-ହୋମ ଲୋନ, ଅଟୋ, ବ୍ୟକ୍ତିଗତ ଲୋନ ଅଥବା କ୍ରେଡିଟ କାର୍ଡ ବିଲ, ଆପଣ ଏସବୁ ଠିକ୍ ସମୟରେ ପ୍ରଦାନ କରୁଛନ୍ତି ନା ନାହିଁ ତାହା କ୍ରେଡିଟ ସ୍କୋର ଗଣନାରେ ଗୁରୁତ୍ବପୂର୍ଣ୍ଣ ଉପାଦାନ ଅଟେ ।

ଲିମିଟ୍ ମଧ୍ୟରେ ବ୍ୟବହାର କରନ୍ତୁ:

କ୍ରେଡିଟ କାର୍ଡ ଉପଯୋଗ କରୁଥିଲେ ଲିମିଟ ଠାରୁ ଅଧିକ ଉପଯୋଗ କରିବା ଦ୍ବାରା ଏହି ସ୍କୋର ପ୍ରଭାବିତ ହୋଇଥାଏ । ଉଦାହରଣସୂରୁପ, ଗୋଟିଏ କ୍ରେଡିଟ କାର୍ଡର ଲିମିଟ ୫୦ ହଜାର ଟଙ୍କା, ତେବେ ଏହାର ବ୍ୟବହାର ୨୦ ହଜାରରୁ ଅଧିକ ହେବା ଅନୁଚିତ୍ । ଏହାଦ୍ବାରା ବ୍ୟାଙ୍କ ବିଶ୍ବାସ କରେ ଯେ, ଆପଣ ଶୃଙ୍ଖଳିତ ଭାବେ କ୍ରେଡିଟ୍ ଲିମିଟ ଉପଯୋଗ କରୁଛନ୍ତି । ଅଫର ଏବଂ କ୍ୟାସବ୍ୟାକ ପାଇଁ କ୍ରେଡିଟ କାର୍ଡ ଲିମିଟ ଶେଷ କରିବା ଉଚିତ୍ ନୁହେଁ । ନଚେତ୍ ଆପଣ ଜଣେ ଋଣ ନିର୍ଭରଯୋଗ୍ୟ ବ୍ୟକ୍ତି ବୋଲି ବ୍ୟାଙ୍କଗୁଡିକ ଭାବନ୍ତି, ଯାହାକି ଆପଣଙ୍କ କ୍ରେଡିଟ ସ୍କୋର ଉପରେ ଖରାପ ପ୍ରଭାବ ପକାଏ ।

ଏକକ ଲୋନ ବାଛନ୍ତୁ:

ଯଦି ଆପଣଙ୍କ ଉପରେ ଋଣ ବୋଝ ଅଧିର ରହିଥାଏ ତେବେ କ୍ରେଡିଟ ସ୍କୋର ହ୍ରାସ ପାଏ । ଅନୁରୂପ ଭାବେ, ଯଦି ଆପଣ ଏକାଧିକ ଆର୍ଥିକ ଅନୁଷ୍ଠାନ ଏବଂ ବ୍ୟାଙ୍କରୁ ଋଣ ନେଇଥାନ୍ତି ତାହାହେଲେ ମଧ୍ୟ ଏହି ସ୍କୋର ପ୍ରଭାବିତ ହୋଇଥାଏ । ସେହିପରି ଅଧିକାଂଶ ଲୋକେ ସର୍ବଦା ଲୋନ ଆଶାରେ ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡିକ ସନ୍ଧାନ କରିଥାନ୍ତି । ଏହିସବୁ ବ୍ୟବହାର ମଧ୍ୟ କ୍ରେଡିଟ ରିପୋର୍ଟରେ ପ୍ରତିଫଳିତ ହୋଇଥାଏ । ଅତ୍ୟଧିକ ବ୍ୟକ୍ତିଗତ ଏବଂ କ୍ରେଡିଟ କାର୍ଡ ଲୋନ ନେବା ଦ୍ବାରା ମଧ୍ୟ କ୍ରେଡିଟ ହିଷ୍ଟ୍ରି ଖରାପ ହୋଇଥାଏ । ଭଲ ହେବ, ଆପଣ ସର୍ବଦା ନିଜର ଛୋଟ ଛୋଟ ଋଣଗୁଡିକୁ ପରିଶୋଧ କରିବା ଦିଗରେ ଯତ୍ନବାନ ହୁଅନ୍ତୁ ଏବଂ କେବଳ ଗୋଟିଏ ବଡ ଋଣ ନିଅନ୍ତୁ ।

ଗୋଟିଏ କ୍ରେଡିଟ କାର୍ଡ କିଛି ବର୍ଷ ବ୍ୟବହାର କରିବା ପରେ ଏହାକୁ ରଦ୍ଦ କରିଦେଲେ ତାହାର ପ୍ରଭାବ କ୍ରେଡିଟ ସ୍କୋରରେ ପଡିଥାଏ । ତେଣୁ କେବେ ବି ନିଜର ପ୍ରଥମ କ୍ରେଡିଟ କାର୍ଡ ରଦ୍ଦ କରନ୍ତୁ ନାହିଁ । ସେହିପରି ବର୍ତ୍ତମାନ ସମୟରେ ସାଇବର ଠକେଇ ବହୁମାତ୍ରାରେ ବୃଦ୍ଧି ପାଇଛି । ସାଇବର ଠକମାନେ ଅନ୍ୟ ଜଣଙ୍କ ପାନ ଏବଂ ଆଧାର କାର୍ଡ ବ୍ୟବହାର କରି ଋଣ କରୁଥିବାର ଅନେକ ଅଭିଯୋଗ ରହିଛି । ତେଣୁ ଏ ଦିଗରେ ମଧ୍ୟ ସାବଧାନତା ରକ୍ଷା କରିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.