ETV Bharat / business

Health insurance: ଭାବିଚିନ୍ତି ଚୟନ କରନ୍ତୁ ସ୍ବାସ୍ଥ୍ୟ ବୀମା

author img

By

Published : Dec 2, 2022, 2:18 PM IST

Health insurance: ସ୍ବାସ୍ଥ୍ୟ ବୀମା ନେବା ପୂର୍ବରୁ ଧ୍ୟାନ ଦିଅନ୍ତୁ
Health insurance: ସ୍ବାସ୍ଥ୍ୟ ବୀମା ନେବା ପୂର୍ବରୁ ଧ୍ୟାନ ଦିଅନ୍ତୁ

ପ୍ରତ୍ୟେକ ପରିବାର ପାଇଁ ସ୍ବାସ୍ଥ୍ୟ ବୀମା ଜରୁରୀ । କୋରୋନା ମହାମାରୀ ପରେ ଅନେକ ଲୋକ ଏହି ବୀମାର ଗୁରୁତ୍ବ ବୁଝି ପାରିଛନ୍ତି । ତେବେ ସ୍ବାସ୍ଥ୍ୟ ବୀମା ନେବା ପୂର୍ବରୁ କିଛି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ବୁଦ୍ଧିମାନ ଭାବେ ଏହି ବୀମା ଚୟନ କରିଲେ ହିଁ ଆପଣ ଏହାର ଅନେକ ସୁବିଧା ପାଇପାରିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୋରୋନା ମହାମାରୀ ପରେ ଅନେକ ଲୋକ ସ୍ବାସ୍ଥ୍ୟ ବୀମାର(health insurance) ଗୁରୁତ୍ବ ବୁଝି ପାରିଛନ୍ତି । ହେଲେ ଏହି ବୀମାକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ କିଛି ଭ୍ରାନ୍ତ ଧାରଣା ରହିଛି । ଯେପରିକି, ରୋଗାଗ୍ରସ୍ତ ହେବା ପରେ ସ୍ବାସ୍ଥ୍ୟ କଭର ନେବାରେ କୌଣସି ଫାଇଦା ନଥାଏ ବୋଲି ଅନେକ ଭାବନ୍ତି । ହେଲେ ଏହା ଆଦୌ ଯଥାର୍ଥ ନୁହେଁ । ମାରାତ୍ମକ ରୋଗ ଜନିତ ଚିକିତ୍ସା ଖର୍ଚ୍ଚରୁ ରକ୍ଷା ପାଇବାକୁ ଚାହୁଁଥିଲେ ପ୍ରତ୍ୟେକ ପରିବାର ଓ ବ୍ୟକ୍ତିଙ୍କ ପାଇଁ ଏହି ବୀମା ନେବା ନିତାନ୍ତ ଜରୁରୀ । ହେଲେ ଏହି ବୀମା ନେବା ପୂର୍ବରୁ ଏ ସମ୍ପର୍କରେ ଭଲ ଭାବେ ବୁଝିବା ଆବଶ୍ୟକ । ସଠିକ୍ ବୀମା ଚୟନ କରିଲେ ହିଁ ଏଥିରୁ ଅନେକ ସୁବିଧା ପାଇପାରିବେ । ସ୍ବାସ୍ଥ୍ୟ ବୀମା କେବଳ ଘାତକ ରୋଗରୁ ନୁହେଁ, ଅପ୍ରତ୍ୟାଶିତ ଦୁର୍ଘଟଣା ସମୟରେ ମଧ୍ୟ ଆପଣଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ ।

ଯେ ପର୍ଯ୍ୟନ୍ତ ପରିବାରର କେହି ମେଡିକାଲରେ ଭର୍ତ୍ତି ନହୋଇଥାନ୍ତି ସେ ପର୍ଯ୍ୟନ୍ତ ଅନେକ ଲୋକ ସ୍ବାସ୍ଥ୍ୟ ବୀମା ପ୍ରିମିୟମକୁ ଅଯଥା ଖର୍ଚ୍ଚ ବୋଲି ଭାବିଥାନ୍ତି । ରୋଜଗାର ଆରମ୍ଭରୁ ପ୍ରତ୍ୟେକ ବ୍ୟକ୍ତି ପାଖରେ ସ୍ବାସ୍ଥ୍ୟ ବୀମା କଭର ରହିବା ଆବଶ୍ୟକ । ପୂର୍ବରୁ କେହି ଏକ କଠିନ ସମୟର ପରିକଳ୍ପନା କରିନଥାନ୍ତି । ମାତ୍ର ସେପରି ସ୍ଥିତି ସୃଷ୍ଟି ହେଲେ ଜଣେ ବ୍ୟକ୍ତି ବୀମା କ୍ଲେମ୍ କରିପାରୁଥିବା ଭଳି ସ୍ଥିତିରେ ରହିବା ଉଚିତ୍ । ଯଦ୍ବାରା ସେ ଆର୍ଥିକ ସଙ୍କଟ ସ୍ଥିତିରୁ ବର୍ତ୍ତିପାରିବେ । ଆବଶ୍ୟକୀୟ ସଚେତନତା ସହ ଆର୍ଥିକ ସଙ୍କଟରୁ ଦୂରେଇ ରହିବା ଉଚିତ୍ ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ହସ୍ପିଟାଲାଇଜେସନ ସମୟରେ ଗୋଟିଏ ସ୍ବାସ୍ଥ୍ୟବୀମା କେତେ ଉପଯୋଗୀ ହୋଇପାରିବ ତାହା ଯାଞ୍ଚ କରନ୍ତୁ । କମ୍ ପ୍ରିମିୟମ କଭରରେ କିଛି ସର୍ତ୍ତ, ସବ୍‌ ଲିମିଟ, co-pay ରହିଥାଏ । ଯାହାର ଫଳସୂରୁପ ହସ୍ପିଟାଲରେ ବୀମାଧାରୀଙ୍କୁ ନିଜ ପକେଟରୁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ତେଣୁ ଏପରି ବୀମା ଚୟନ କରିବା ଉଚିତ୍ ଯାହା ଆପଣଙ୍କ ଉପରେ ଅତିରିକ୍ତ ବୋଝ ଦେଉନଥିବ । ତେବେ ସ୍ବାସ୍ଥ୍ୟ ବୀମା ଜୀବନ ବୀମା ଭଳି ନୁହେଁ । ଟର୍ମ ଲାଇଭ କଭର କମ୍ ପ୍ରିମିୟମର ଅଧିକ ସୁରକ୍ଷା ପ୍ରଧାନ କରିବ । ସ୍ବାସ୍ଥ୍ୟ ବୀମା କଭରରେ ଏହି ନୀତି ଲାଗୁ ହୁଏ ନାହିଁ । ତେଣୁ ଯଦି ଉପଯୁକ୍ତ ସ୍ବାସ୍ଥ୍ୟ ବୀମା ନେଇନାହାନ୍ତି ତେବେ ଅତିରିକ୍ତ ଖର୍ଚ୍ଚ ବୋଝ ବୋହିବାକୁ ପ୍ରସ୍ତୁତ ରୁହନ୍ତୁ । ସେହିପରି ପ୍ରିମିୟମ ଆଧାରରେ ଦୁଇଟି କମ୍ପାନୀର ପଲିସିକୁ ତୁଳନା କରିବା ଅନୁଚିତ୍ ।

ଏହାମଧ୍ୟ ପଢନ୍ତୁ: No cost EMI: ଜିରୋ କଷ୍ଟ EMIରେ କିଛି କିଣୁଛନ୍ତି କି ? ଧ୍ୟାନ ଦିଅନ୍ତୁ

ବୀମା କମ୍ପାନୀଗୁଡିକ ୬୦ ପ୍ରକାର ମାରାତ୍ମକ ରୋଗ ପାଇଁ ପଲିସି ଅଫର କରୁଛନ୍ତି । ଏହି ରୋଗଗୁଡିକ ମଧ୍ୟରେ କ୍ୟାନ୍ସର, ହୃଦଘାତ, କୀଡନୀ ସମସ୍ୟା, ଅଙ୍ଗ ପ୍ରତ୍ୟାରୋପଣ, ପକ୍ଷାଘାତ ଇତ୍ୟାଦି ରହିଛି । ସାଧାରଣତଃ ସ୍ବାସ୍ଥ୍ୟ ବୀମା ପଲିଗୁଡିକ ୮ରୁ ୨୦ଟି ରୋଗ ଖର୍ଚ୍ଚ କଭର କରିଛନ୍ତି । ହସ୍ପିଟାଲଇଜେସନ ଓ ଚିକିତ୍ସା ଖର୍ଚ୍ଚ କ୍ଷେତ୍ରରେ ଏହି ପଲିସି ରାଶି ପୈଠ କରାଯାଉଛି ।

ସ୍ବାସ୍ଥ୍ୟ ବୀମା ପଲିସି ନେବା ପୂର୍ବରୁ ପ୍ରଥମେ ଏହାର ନିୟମ, ସର୍ତ୍ତାବଳୀ, ସବ୍‌ଲିମିଟ୍‌କୁ ଭଲ ଭାବେ ଯାଞ୍ଚ କରନ୍ତୁ । ଯଦି କିଛି ଦ୍ବନ୍ଦ ଥାଏ ତେବେ ଏକ୍ସପର୍ଟଙ୍କ ପରମର୍ଶ ନେବା ଉଚିତ୍ । ଆପଣ ନିଜ ଫ୍ୟାମିଲ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ । ରୋଗୀ ବେମାର ପଡିବାର ୩୦ରୁ ୯୦ ଦିନ ଯାଏଁ ଜୀବିତ ରହିବା ଦ୍ବାରା କ୍ଷତିପୂରଣ ମିଳବା ପରି ସର୍ତ୍ତ ସମ୍ପର୍କରେ ସବୁବେଳେ ଯତ୍ନବାନ ହେବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.