ETV Bharat / business

ସାବଧାନ ! ସହଜ ଲୋନ୍‌ ଓ କ୍ରେଡିଟ କାର୍ଡର ଋଣ ଜାଲରେ ନ ପଡନ୍ତୁ

author img

By

Published : Oct 29, 2022, 3:53 PM IST

ସାବଧାନ ! ସହଜ ଲୋନ ଓ କ୍ରେଡିଟ କାର୍ଡ ଋଣ ଜାଲରେ ନ ପଡନ୍ତୁ
ସାବଧାନ ! ସହଜ ଲୋନ ଓ କ୍ରେଡିଟ କାର୍ଡ ଋଣ ଜାଲରେ ନ ପଡନ୍ତୁ

ଆଜିକାଲି ଲୋନ ନେବା ଖୁବ୍ ସହଜ ହୋଇଯାଇଛି । ଲୋକେ କ୍ରେଡିଟ କାର୍ଡ ଜରିଆରେ ଅଯଥା ଖର୍ଚ୍ଚ କରୁଛନ୍ତି । ଲୋନ୍‌ରେ କାର୍ ଠାରୁ ଆରମ୍ଭ କରି ମୋବାଇଲ ଯାଏଁ ସବୁକିଛି କିଣା ଚାଲିଛି । ଲୋନ୍‌ ଜରିଆରେ ଏହିସବୁ ଅନାବଶ୍ୟକ ଖର୍ଚ୍ଚାନ୍ତ ମଣିଷକୁ ଧୀରେ ଧୀରେ ଅଦୃଶ୍ୟ ଋଣ ଜାଲରେ ଛନ୍ଦି ଦେଉଛି । ତେବେ କିପରି ଏଥିରୁ ବର୍ତ୍ତିବେ, ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ: ଆଜିକାଲି ଲୋକଙ୍କ ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ବଢୁଛି । ବ୍ୟାଙ୍କ ଏବଂ ବିଭିନ୍ନ ଆର୍ଥିକ ଅନୁଷ୍ଠାନରୁ ସହଜରେ ଋଣ ମିଳିଯାଉଛି । ଲୋନରେ ଘର ଠାରୁ ଆରମ୍ଭ କରି କାର୍ ଓ ମୋବାଇଲ ଇତ୍ୟାଦି ସବୁକିଛି କିଣା ଚାଲିଛି । ବ୍ୟକ୍ତିଗତ ଲୋନ(personal loans) ଏବଂ କ୍ରେଡିଟ କାର୍ଡର (credit cards) ଅତ୍ୟଧିକ ବ୍ୟବହାରରୁ ଲୋକେ ନିବୃତ୍ତ ରହୁନାହାନ୍ତି । ଫଳସୂରୁପ ଅଧିକାଂଶ ଲୋକେ ଧୀରେ ଧୀରେ ଅଦୃଶ୍ୟ ଋଣ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଏହି ଅବାଞ୍ଛିତ ଋଣ ବୋଝ ସେମାନଙ୍କୁ ଅବସାଦ ମଧ୍ୟରୁ ଠେଲି ଦେଉଛି । ତେଣୁ ଏହି ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ କ'ଣ କରିବା ଉଚିତ୍ ଆସନ୍ତୁ ଜାଣିବା ।

ସମ୍ପ୍ରତ୍ତି ଅନେକ ଗୁଡିଏ କମ୍ପାନୀ ଲୋନ ଦେବାକୁ ଆଗଭର ହେଉଛନ୍ତି । ଆବଶ୍ୟକତା ନଥାଇ ମଧ୍ୟ ଲୋକମାନେ ଏହି ଲୋନ୍‌ ନେଉଛନ୍ତି । ପରବର୍ତ୍ତୀ ସମୟରେ ଏହି ଲୋନ ମୁଣ୍ଡର ବୋଝ ପାଲଟି ଯାଉଛି । ଲୋନ ନେବା ସମୟରୁ ଶେଷ EMI ପର୍ଯ୍ୟନ୍ତ ବ୍ୟାପକ ସତର୍କତା ଅବଲମ୍ବନ କରିବା ଉଚିତ୍ । ବର୍ତ୍ତମାନ ହୋମ ଲୋନ୍‌ ସୁଧହାର ୮.୪୦ ପ୍ରତିଶତରୁ ୮.୫୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ରେପୋ ରେଟ୍ ମଧ୍ୟ ୪ ପ୍ରତିଶତରୁ ୬ ପ୍ରତିଶତ ମୁହାଁ ହୋଇଛି । ସୁଧହାର ଅନୁପାତରେ EMI ବୋଝ ବଢୁଛି । ଏପରି ସ୍ଥିତିରେ ଅନେକ ଲୋକ ନିଜ କ୍ଷମତା ଠାରୁ ଅଧିକ ଲୋନ୍‌ ନେଉଥିବାର ଦେଖିବାକୁ ମିଳୁଛି । ଏଥିପାଇଁ ଲୋନ ନେବା ଆଗରୁ ଭବିଷ୍ୟତର ସୁଧହାର ବୃଦ୍ଧି ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ ।

ଆର୍ଥିକ ସିଦ୍ଧାନ୍ତ ଅନୁସାରେ, ବ୍ୟକ୍ତିଟିଏ ନିଜ ଆୟର ୪୦ରୁ ୫୦ ପ୍ରତିଶତ ଲୋନ ନେବା ଉଚିତ୍ । ଏହି ରାଶି ୪୦ ପ୍ରତିଶତରୁ କମ୍ ହେଲେ ଆହୁରି ଭଲ । ଅତ୍ୟଧିକ ଋଣ ବୋଝ କ୍ଷେତ୍ରରେ ମାସିକ କିସ୍ତି ପୈଠ କରିବା କଷ୍ଟସାଧ୍ୟ ହୋଇଥାଏ । EMI ବଢିବା ଦ୍ବାରା ଆମକୁ ଅନ୍ୟ ଖର୍ଚ୍ଚଗୁଡିକ ସହ ବୁଝାମଣା କରିବାକୁ ପଡିଥାଏ । ନିଜ ଆୟର ୪୦ ପ୍ରତିଶତ ସୀମା ଭିତରେ ଆପଣ କେତେ ଲୋନ୍‌ ନେଇପାରିବେ ତାହା ଚିନ୍ତା କରନ୍ତୁ ।

ଅଧିକ ସୁଧ ସମ୍ପନ୍ନ ବ୍ୟକ୍ତିଗତ ଲୋନ୍‌ ଏବଂ କ୍ରେଡିଟ କାର୍ଡରେ ଉଧାର ଖୁବ୍ ସହଜ ହୋଇଯାଇଛି । ତେବେ ଏଗୁଡିକ ଯେ ଆମର ତତ୍କାଳ ଆବଶ୍ୟକତା ପୂରଣରେ ସହାୟକ ହୁଏ, ତାହା ନିଃସନ୍ଦେହ । ମାତ୍ର ଲମ୍ବା ସମୟ ପାଇଁ ଏହି ଲୋନ୍‌ ଜାରି ରହିବା ଠିକ୍ ନୁହେଁ । ଯଦି ଆପଣଙ୍କ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ ବଢୁଛି ତେବେ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏଥିପାଇଁ କଠୋର ଆର୍ଥିକ ଅନୁଶାସନ ପାଳନ କରନ୍ତୁ । କମ୍ ଲିମିଟ ଯୁକ୍ତ କ୍ରେଡିଟ କାର୍ଡ ବ୍ୟବହାର କରନ୍ତୁ ।

ବଡ ଲୋନ୍‌ ନେଇଥିଲେ ଯଥାଶୀଘ୍ର ଏହାକୁ ପରିଶୋଧ କରିବା ଦିଗରେ ଯତ୍ନବାନ ହୁଅନ୍ତୁ । ସମୟ ପୂର୍ବରୁ ଲୋନ ଶୁଝିବାକୁ ଚାହୁଁଥିଲେ ଅଧିକ EMI ଭରନ୍ତୁ । ଋଣ ଜାଲରୁ ମୁକ୍ତ ହେବାକୁ ହେଲେ ଏ କ୍ଷେତ୍ରରେ ଆମକୁ ସତର୍କତାର ସହ ସଠିକ୍ ପଦକ୍ଷେପ ନେବାକୁ ହେବ । ଦୀର୍ଘମିଆଦୀ ହୋମ ଲୋନରେ ବାର୍ଷିକ ଅତିରିକ୍ତ ୩ରୁ ୪ଟି EMI ପୈଠକ କରିବା ଦ୍ବାରା ଆପଣ ଜଲ୍‌ଦି ଋଣଭାରରୁ ମୁକ୍ତି ପାଇପାରିବେ ।

ଠିକ୍ ସମୟରେ EMI ପୈଠ କରିବାକୁ ଭୁଲନ୍ତୁ ନାହିଁ । ନଚେତ୍ ଅଧିକ ଜରିମାନା ଗଣିବାକୁ ପଡିବ । ବାରମ୍ବାର EMI ପୈଠରେ ବିଳମ୍ବ ହେଲେ ଆପଣଙ୍କ CIBIL ସ୍କୋର ପ୍ରଭାବିତ ହୋଇଥାଏ । ଏହାଦ୍ବାରା ଭବିଷ୍ୟତରେ ଋଣ ନେବାରେ ସମସ୍ୟା ହୋଇଥାଏ । ତେବେ କେବଳ EMI ନୁହେଁ, ଫୋନ ବିଲ୍, ବିଜୁଳି ଏବଂ ଅନ୍ୟାନ୍ୟ ବିଲ୍‌ଗୁଡିକ ଶେଷ ତାରିଖ ପୂର୍ବରୁ ପେମେଣ୍ଟ ପାଇଁ ଅଭ୍ୟାସରେ ପକାନ୍ତୁ । ଜରିମାନାକୁ ଛୋଟ ପରିମାଣ ଭାବି ହେୟଜ୍ଞାନ କରିବା ଦ୍ବାରା କ୍ରମଶଃ ଆମେ ଅଧିକ କ୍ଷତି ସହିଥାଉ । ଅନବାଶ୍ୟକ ଖର୍ଚ୍ଚ ଉପରେ ନିରନ୍ତ୍ରଣ ରଖିପାରିଲେ ଏକ ବ୍ୟବସ୍ଥିତ ଆର୍ଥିକ ସ୍ଥିତି ମିଳିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.