ETV Bharat / business

ଜୀବନକୁ ସହଜ କରେ କ୍ରେଡିଟ କାର୍ଡ, ହେଲେ ଏମିତି ସମସ୍ୟାରେ ପଡନ୍ତି ଉପଭୋକ୍ତା

author img

By

Published : Dec 17, 2022, 2:20 PM IST

କ୍ରେଡିଟ କାର୍ଡ
କ୍ରେଡିଟ କାର୍ଡ

କ୍ରେଡିଟ କାର୍ଡ ବିବିଧ ଲାଭ ପ୍ରଦାନ କରେ । କିଣାକିଣି, ଏଟିଏମରୁ ନଗଦ ଉଠାଣ ଠାରୁ ଆରମ୍ଭ କରି ଏଥିରେ ବ୍ୟକ୍ତିଗତ ଲୋନର ସୁବିଧା ମିଳେ । ହେଲେ ଏହିସବୁ ଲାଭ ପାଇଁ କିଛି ମୂଲ୍ୟ ମଧ୍ୟ ଦେବାକୁ ପଡିଥାଏ । କାର୍ଡ ବ୍ୟବହାରରେ ସାମାନ୍ୟ ତ୍ରୁଟି ଆର୍ଥିକ କ୍ଷତି ସାଧନ କରିଥାଏ । ଯାହା କ୍ରମଶଃ ବଡ ଲୋନ ପାଲଟିଯାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କ୍ରେଡିଟ କାର୍ଡ ଆମ ଜୀବନକୁ ସହଜ ଓ ସରଳ କରିଛି । ପାଖରେ ନଗଦ ନଥାଇ ମଧ୍ୟ ଦାମୀ ଜିନିଷ କିଣି ପାରୁଛନ୍ତି ଉପଭୋକ୍ତା । ଏହି କାର୍ଡ ଜରିଆରେ କିଣାକିଣି ସହ ଏଟିଏମରୁ ଟଙ୍କା ଉଠାଣ, ବ୍ୟକ୍ତିଗତ ଲୋନର ସୁବିଧା ମିଳୁଛି । ତେଣୁ ଭାରତରେ ଏହି କାର୍ଡର ବ୍ୟବହାର ବୃଦ୍ଧି ପାଉଛି । କ୍ରେଡିଟ କାର୍ଡରୁ ଅନେକ ଲାଭ ମିଳୁଛି । ହେଲେ ଜାଣନ୍ତି କି, ପ୍ରତିଟି ଲାଭ ପାଇଁ କିଛି ମୂଲ୍ୟ ମଧ୍ୟ ଦେବାକୁ ପଡିଥାଏ । ଯେତେ ପର୍ଯ୍ୟନ୍ତ ଆପଣ ଏହାର ଉପଯୁକ୍ତ ବ୍ୟବହାର କରୁଛନ୍ତି ସେତେ ଯାଏଁ ଏଥିରୁ ମିଳୁଥିବା ସୁବିଧା ଉପଭୋଗ କରିପାରିବେ । ମାତ୍ର ସାମନ୍ୟତମ ତ୍ରୁଟି ବି ଆପଣଙ୍କ ଆର୍ଥିକ କ୍ଷତିର କାରଣ ହୋଇଥାଏ । ଯାହାକି ଆର୍ଥିକ ଦୂରାବସ୍ଥା ସମୟରେ ଲୋନରେ ପରିଣତ ହୋଇ ଜଟିଳ ସମସ୍ୟା ସୃଷ୍ଟି କରେ । ଆସନ୍ତୁ ଜାଣିବା କ୍ରେଡିଟ କାର୍ଡର ଲାଭ ଓ କ୍ଷତି ସମ୍ପର୍କରେ

ନଗଦ ଅଭାବ ସମୟରେ, ଆମେ ବିଭିନ୍ନ ବିକଳ୍ପ ସନ୍ଧାନରେ ଥାଉ । ଏହି ସମୟରେ ଲୋକମାନେ କ୍ରେଡିଟ କାର୍ଡର ଉପଯୋଗ କରିଥାନ୍ତି । ଏହି କାର୍ଡ ଦ୍ବାରା ବିନା ନଗଦରେ ଆପଣ କ୍ଷଣିକରେ କୌଣସି ସାମଗ୍ରୀ କ୍ରୟ କରିପାରିବେ । ଅଧିକାଂଶ ଲୋକେ ଏଥିରେ ବ୍ୟକ୍ତିଗତ ଋଣ ନେବାକୁ ପସନ୍ଦ କରନ୍ତି । ଲୋକମାନେ ନିଜ କ୍ରେଡିଟ କାର୍ଡରୁ ଉଧାର ନେଇଥାନ୍ତି । ଏଥିପାଇଁ ତାଙ୍କୁ କୌଣସି ଦସ୍ତାବିଜ ଦେବାକୁ ପଡିନଥାଏ । ଆଜିକାଲି ଖୁବ୍ କମ୍ ଲୋକେ କୌଣସି ସାମଗ୍ରୀ କ୍ରୟ ପାଇଁ ନଗଦ ରାଶି ଉଠାଣ କରୁଛନ୍ତି ।

କ୍ରେଡିଟ କାର୍ଡ କମ୍ପାନୀଗୁଡିକ ନିଜର ଭଲ ଗ୍ରାହକଙ୍କୁ(good customers) ଅନେକ ସୁବିଧା ପ୍ରଦାନ କରିଥାନ୍ତି । କେଉଁଭଳି ଭାବେ କାର୍ଡର ବ୍ୟବହାର କରିଛନ୍ତି ଏବଂ କ୍ରେଡିଟ ସ୍କୋର ଆଧାରରେ କମ୍ପାନୀ ଲୋନ ପୂର୍ବରୁ ମଞ୍ଜୁର(pre-approve) କରିଥାଏ । ସେ ଏହି ଲୋନ ପ୍ରସ୍ତାବ ସମ୍ପର୍କରେ ଗ୍ରାହକଙ୍କୁ ସୂଚିତ କରିଥାନ୍ତି । ଯାହାଫଳରେ ଆବଶ୍ୟକ ସମୟରେ ଆପଣ ଗୋଟିଏ ମାତ୍ର କ୍ଲିକରେ ଏହି ଲୋନ ପାଇପାରିବେ । ଏଥିପାଇଁ କୌଣସି ଗ୍ୟାରେଣ୍ଟରର ମଧ୍ୟ ଦରକାର ପଡିନଥାଏ । ନିର୍ଦ୍ଦିଷ୍ଟ ଅବଧି ପାଇଁ ନିର୍ଦ୍ଧିଷ୍ଟ ସୁଧ ସହିତ ଏହି ଲୋନ ନିଆଯାଏ । ତେବେ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥା ଗୁଡିକ ଦ୍ବାରା ପ୍ରଦତ୍ତ ଲୋନ ତୁଳନାରେ କ୍ରେଡିଟ କାର୍ଡ ଲୋନ ଉପରେ ସୁଧ ଅପେକ୍ଷାକୃତ ଅଧିକ ଅଟେ ।

କେତେକ ଲୋକ କ୍ରେଡିଟ କାର୍ଡର ଉପଯୋଗ କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ଗୁଡିକୁ ଯାଞ୍ଚ କରିନଥାନ୍ତି । ନଗଦ ନେବା ଓ କ୍ରେଡିଟ କାର୍ଡରେ ଲୋନ ନେବା ଦୁଇଟି ଭିନ୍ନ କଥା । ନଗଦ ଉଠାଣ ଆପଣଙ୍କ କ୍ରେଡିଟ ଲିମିଟ ପ୍ରଭାବିତ କରିଥାଏ । କ୍ରେଡିଟ କାର୍ଡରୁ ଉଠାଣ ଉପରେ ୩୬ରୁ ୪୮ ପ୍ରତିଶତ ଯାଏଁ ସୁଧ ଲାଗୁ ହୋଇଥାଏ । ଆପଣଙ୍କୁ ସବୁତକ ଅର୍ଥ ଶେଷ ପେମେଣ୍ଟ ତାରିଖ ପୂର୍ବରୁ ପେମେଣ୍ଟ କରିବାକୁ ପଡିଥାଏ ।

କ୍ରେଡିଟ କାର୍ଡ ଲୋନର EMI ପ୍ରଦାନ ପାଇଁ ୩୬ ମାସ ପର୍ଯ୍ୟନ୍ତ ଅବଧି ରହିଥାଏ । ଏହାର ସୁଧହାର ପ୍ରାୟତଃ ୧୬ରୁ ୧୮ ପ୍ରତିଶତ । ସେହିପରି କାର୍ଡର ସୀମା ସହ ଲୋନର କୌଣସି ସମ୍ପର୍କ ନଥାଏ । କ୍ରେଡିଟ କାର୍ଡ ନେବା ସମୟରେ ଆପଣ ଦାଖଲ କରିଥିବା ପ୍ରମାଣପତ୍ର ଓ ଦସ୍ତାବିଜ ଆଧାରରେ ଏଥିରେ ବ୍ୟକ୍ତିଗତ ଋଣ ମିଳିଥାଏ । ଲୋନ ନେବା ସମୟରେ କୌଣସି ପ୍ରକାର ଅତିରିକ୍ତ ଦସ୍ତାବିଜର ଆବଶ୍ୟକତା ନଥାଏ । ତେଣୁ ସହଜରେ ଲୋନ ପାଇବା ପାଇଁ କ୍ରେଡିଟ କାର୍ଡକୁ ସବୁଠୁ ଭଲ ବାଟ କୁହାଯାଇପାରିବ ।

ଯେମିତିକି ଆମେ ପୂର୍ବରୁ କହିଛୁ, କ୍ରେଡିଟ କାର୍ଡ ଏବଂ ବିଲ୍ ପେମେଣ୍ଟକୁ ଦେଖି କମ୍ପାନୀଗୁଡିକୁ pre-approved ଋଣ ଅଫର କରିଥାନ୍ତି । ଅନଲାଇନରେ କ୍ରେଡିଟ କାର୍ଡ ଆକାଉଣ୍ଟ ବିବରଣୀ ଯାଞ୍ଚ କରି ଆପଣ ଏ ସମ୍ପର୍କରେ ଜାଣିପାରିବେ । ସେମାନେ SMS ଓ ଇ-ମେଲ୍ ମଧ୍ୟ ପଠାଇଥାନ୍ତି । ଫଳରେ ଆବଶ୍ୟକ ସ୍ଥଳେ କ୍ଷଣିକ ମଧ୍ୟରେ ଆପଣ ଲୋନ ପାରିପାରିବେ । କମ୍ପାନୀ ପକ୍ଷରୁ ସୁଧ, ଟର୍ମ ଓ EMI ପରିମାଣ ବାବଦରେ ସମସ୍ତ ସୂଚନା ଯୋଗାଇ ଦିଆଯାଏ । କ୍ରେଡିଟ କାର୍ଡ ବିଲ୍ ସହ ଆପଣଙ୍କୁ ଏହି କିସ୍ତି ପେମେଣ୍ଟ କରିବାକୁ ହେବ ।

କ୍ରେଡିଟ କାର୍ଡ ଲୋନ ପେମେଣ୍ଟ ଅବଧି ଉପଭୋକ୍ତାଙ୍କ ଦ୍ବାରା ମଧ୍ୟ ସ୍ଥିରୀକୃତ କରାଯାଇପାରିବ । ଏହି ଲୋନ ଟର୍ମ ୬ ମାସରୁ ୩୬ ମାସ ଯାଏଁ ରହିଥାଏ । କିଛି କାର୍ଡ କମ୍ପାନୀ ୫ ବର୍ଷ ପର୍ଯ୍ୟନ୍ତ ସମୟ ମଧ୍ୟ ପ୍ରଦାନ କରିଥାନ୍ତି । ଏସବୁ ଭିତରେ ସବୁଠୁ ବଡ ପ୍ରଶ୍ନ ହେଉଛି କ୍ରେଡିଟ କୋର୍ଡ ଲୋନ ନେବା ଭଲ କି ? ତେବେ କେବଳ ଅତ୍ୟାବଶ୍ୟକ ସମୟରେ ହିଁ ଏହି ଲୋନର ବ୍ୟବହାର କରନ୍ତୁ । କାରଣ ଏଥିରେ ସୁଧହାର ଅଧିକ ରହିଥାଏ । ଆପଣଙ୍କର ମୋଟ EMI ପରିମାଣ ଆୟର ୪୦ ପ୍ରତିଶତରୁ ଅଧିକ ହେବା ଅନୁଚିତ୍ । ଠିକ୍ ସମୟରେ କାର୍ଡ ବିଲ୍ ପେମେଣ୍ଟ କରନ୍ତୁ । ନଚେତ୍ ଏହା କ୍ରମଶଃ ବଡ ଲୋନରେ ପରିଣତ ହେବ ସହ କ୍ରେଡିଟ ହିଷ୍ଟ୍ରି ଓ କ୍ରେଡିଟ ସ୍କୋର ଖରାପ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.