ETV Bharat / business

ସେପ୍ଟେମ୍ବର ୧୭ରୁ ଜୋମାଟୋର Grocery delivery ସେବା ବନ୍ଦ

author img

By

Published : Sep 12, 2021, 5:47 PM IST

ସେପ୍ଟେମ୍ବର ୧୭ରୁ Zomatoର Grocery delivery ସେବା ବନ୍ଦ
ସେପ୍ଟେମ୍ବର ୧୭ରୁ Zomatoର Grocery delivery ସେବା ବନ୍ଦ

ଚଳିତ ବର୍ଷ ଜୁଲାଇ ମାସରୁ ଆରମ୍ଭ କରିଥିବା ଗ୍ରୋସରୀ ଡେଲିଭରି ସେବାକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ବନ୍ଦ କରିବାକୁ ଯାଉଛି ଜୋମାଟୋ। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଅନଲାଇନ ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଗ୍ରୋସରୀ ଡେଲିଭରି ସେବାକୁ ବନ୍ଦ କରିବାକୁ ଯାଉଛି । ତେବେ କିଛି ଗ୍ରାହକ ଅର୍ଡର ପୂରଣ କରିବା ପାଇଁ ଅଧିକ ସମୟ ନେଉଛନ୍ତି । କମ୍ପାନୀ ଏହା ମଧ୍ୟ କହିଛି ଯେ ଅନ୍ୟ ଏକ ଗ୍ରୋସରୀ ଡେଲିଭରି ସଂସ୍ଥା 'ଗ୍ରଫର୍ସ' ଉପରେ ବିନିଯୋଗ କଲେ ଘରୋଇ ଖାଦ୍ୟ ସାମଗ୍ରୀ ଡେଲିଭରି ଅପେକ୍ଷା ଏଥିରୁ ଅଂଶଧନକାରୀମାନେ ଅଧିକ ଲାଭବାନ ହେବ ବୋଲି ଆଶା କରାଯାଇଛି ।

ଘରକୁ ଗ୍ରୋସରୀ ସାମଗ୍ରୀ ଡେଲିଭରି ବନ୍ଦ କରିବା ସମ୍ପର୍କରେ ଜୋମାଟୋ ଅନ୍ୟ କମ୍ପାନୀକୁ ମନା କରିଛି । ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ସହିତ ଅଂଶୀଦାରମାନଙ୍କୁ ସର୍ବବୃହତ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବାରେ କମ୍ପାନୀ ବିଶ୍ବାସ କରେ । ତେବେ ଜୋମାଟୋର ବର୍ତ୍ତମାନର ମଡେଲ୍ ବା ସୁବିଧା ଏହାକୁ ପୂରଣ କରିପାରୁନାହିଁ । ଏଣୁ କମ୍ପାନୀ ପାଇଲଟ୍ ଗ୍ରୋସରୀ ଡେଲିଭରି ସେବାକୁ ଆସନ୍ତା ସେପ୍ଟେମ୍ବର 17 ତାରିଖରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଗ୍ରୋସରୀ ଷ୍ଟୋରରେ ରହୁଥିବା ସାମଗ୍ରୀଗୁଡିକରେ ଖୁବଶୀଘ୍ର ପରିବର୍ତ୍ତନ ଆସୁଛି, ଅର୍ଥାତ ନୂଆ ନୂଆ ଜିନିଷ ଆସୁଛି । ଷ୍ଟୋରର ଜିନିଷକୁ ବାରମ୍ବାର ପରିବର୍ତ୍ତନ କରାଯାଉଛି । ଏଥିଲାଗି ଗ୍ରାହକଙ୍କ ଅର୍ଡର ପୂରଣ ହେବାରେ ସମୟ ଲାଗୁଛି । ଗ୍ରାହକମାନେ ବାହାର ଦୋକାନରୁ ଜିନିଷ କ୍ରୟ କରୁଛନ୍ତି । ସେପଟେ Grofers ୧୦ ମିନିଟ ମଧ୍ୟରେ ଗ୍ରୋସରୀ ସାମଗ୍ରୀ ପହଞ୍ଚାଇବା ସେବା ଆରମ୍ଭ କରିବାକୁ ଯାଉଛି । ଏହି କମ୍ପାନୀ ଉପରେ ବିନିଯୋଗ କଲେ କମ୍ପାନୀର ଅଂଶଧନକାରୀଙ୍କୁ ଲାଭ ହେବ ବୋଲି ଜମାଟୋର ଜଣେ ମୁଖପାତ୍ର କହିଛନ୍ତି ।

ତେବେ ସୂଚନା ଥାଉ କି ଚଳିତ ବର୍ଷ ଜୁଲାଇ ମାସରେ ଜୋମାଟୋ ପାଇଲଟ ଗ୍ରୋସରୀ ଡେଲିଭରି ସେବା ଆରମ୍ଭ କରିଥିଲା । ଏହି ସେବା ମାଧ୍ୟମରେ ୪୫ ମିନିଟ ମଧ୍ୟରେ ଗ୍ରାହକଙ୍କୁ ନିକଟକୁ ସାମଗ୍ରୀ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା କମ୍ପାନୀ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.