ETV Bharat / business

ଦ୍ବିତୀୟ ଦିନରେ 1.3 ଗୁଣ ସବସ୍କ୍ରାଇବ କଲା ଜୋମାଟୋ IPO

author img

By

Published : Jul 15, 2021, 8:50 PM IST

ଦ୍ବିତୀୟ ଦିନରେ 1.3 ଗୁଣ ସବସ୍କ୍ରାଇବ କଲା ଜୋମାଟୋ IPO
ଦ୍ବିତୀୟ ଦିନରେ 1.3 ଗୁଣ ସବସ୍କ୍ରାଇବ କଲା ଜୋମାଟୋ IPO

ଜୋମାଟୋ IPOର ଦ୍ବିତୀୟ ଦିନରେ ଖୁଚୁରା ନିବେଶକଙ୍କ ଠାରୁ ମିଳିିଛି ସକରାତ୍ମକ ପ୍ରତିକ୍ରିୟା । ଦ୍ବିତୀୟ ଦିନରେ କମ୍ପାନୀ ଅପରାହ୍ନ 2ଟା ସୁଦ୍ଧା ପାଖାପାଖି 1.3 ଗୁଣ ସବସ୍କ୍ରାଇବ କରିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜି ଜୋମାଟୋ IPO ଖୋଲିବାର ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ କମ୍ପାନୀ ଅପରାହ୍ନ 2ଟା ସୁଦ୍ଧା ପାଖାପାଖି 1.3 ଗୁଣ ସବସ୍କ୍ରାଇବ କରିଛି । ବିଶେଷକରି ଖୁଚୁରା ନିବେଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି ।

ଷକ୍ଟ ଏକ୍ସଚେଞ୍ଜ ଡାଟାରୁ ଜଣାପଡିଛି ଯେ ଏହି ଅଫର 71.92 କୋଟି IPO ଆକାର ତୁଳନାରେ 95.44 କୋଟି ଇକ୍ୱିଟି ସେୟାର ପାଇଁ ବିଡ୍ ଗ୍ରହଣ କରିଛି । ଖୁଚୁରା ନିବେଶକ ନିଜ ପାଇଁ ସଂରକ୍ଷିତ ଅଂଶରୁ 3.6 ଗୁଣ ନିବେଶ କରିଛନ୍ତି । ଖୁଚୁରା ବ୍ୟକ୍ତିଗତ ନିବେଶକଙ୍କ ପାଇଁ ସଂରକ୍ଷିତ 12.95 କୋଟି ସେୟାର ମଧ୍ୟରୁ 51.36 କୋଟି ସେୟାର 1400 ଘଣ୍ଟା ମଧ୍ୟରେ ବିଡ୍ ହୋଇଛି ।

ସେହିପରି ଅଣ ଆନୁଷ୍ଠାନିକ ନିବେଶକ ସେମାନଙ୍କ ପାଇଁ ସଂରକ୍ଷିତ ଅଂଶରୁ 26 ପ୍ରତିଶତ ବିଡ୍ ଲଗାଇଥିବାବେଳେ କ୍ବାଲିଫାଏଡ ଇନଷ୍ଟିଚ୍ୟୁସନାଲ କ୍ରେତା 388 କୋଟି ସେୟାରର କୋଟା ସମ୍ପୂର୍ଣ୍ଣ ଭାବେ ନେଇଛନ୍ତି । ଅନ୍ୟପଟେ କର୍ମଚାରୀଙ୍କ ପାଇଁ ଉର୍ଦ୍ଧିଷ୍ଟ ଅଂଶରୁ 22 ପ୍ରତିଶତ ସବସ୍କ୍ରାଇବ ହୋଇଛି ।

ଚଳିତ ବର୍ଷ ଭାରତର ସବୁଠୁ ବଡ IPOର ସେୟାର ପିଛା 72-76 ପ୍ରାଇସ ବ୍ୟାଣ୍ଡ ମୂଲ୍ୟରେ ଶୁକ୍ରବାର ପର୍ଯ୍ୟନ୍ତ ସବସ୍କ୍ରିପସନ ପାଇଁ ଖୋଲା ଅଛି । ଜୋମାଟୋ ଇସୁ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ 13ରେ 186 ଆଙ୍କର୍ ନିବେଶକ ଠାରୁ 4,196.51 କୋଟି ଟଙ୍କା ସଂଗ୍ରହ କରିସାରିଛି । ଆଇପିଓ ଆକାର ପୂର୍ବରୁ 9,375 କୋଟିରୁ 5,178.49 କୋଟି ଟଙ୍କାକୁ ହ୍ରାସ କରାଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.