ETV Bharat / business

ଧସିଲା ପୁଞ୍ଜି ବଜାର, ସେନସେକ୍ସ 1940 ପଏଣ୍ଟ ହ୍ରାସ

author img

By

Published : Feb 26, 2021, 7:01 PM IST

ଧସିଲା ପୁଞ୍ଜି ବଜାର, ସେନସେକ୍ସ 1940 ପଏଣ୍ଟ ହ୍ରାସ
ଧସିଲା ପୁଞ୍ଜି ବଜାର, ସେନସେକ୍ସ 1940 ପଏଣ୍ଟ ହ୍ରାସ

ସପ୍ତାହର ଶେଷ କାରବାର ଦିନରେ ପ୍ରବଳ ହ୍ରାସ ସହ ବନ୍ଦ ହୋଇଛି ଷ୍ଟକ ମାର୍କେଟ । ବିଏସଇ ସେନସେକ୍ସ 1940 ପଏଣ୍ଟ ହ୍ରାସ ହୋଇଛି । ରେଡ ଆଲର୍ଟରେ ବନ୍ଦ ହୋଇଛି କାରବାର ।

ମୁମ୍ବାଇ: ବଜାର ଧରାଶାୟୀ । ସେୟାର ସୂଚକାଙ୍କ ତଳମୁହାଁ । ନିବେଶକ ନିରାଶ । ସପ୍ତାହର ଶେଷ କାରବାର ଦିନରେ ପ୍ରବଳ ହ୍ରାସ ସହ ବନ୍ଦ ହୋଇଛି ଷ୍ଟକ ମାର୍କେଟ । ବିଏସଇ ସେନସେକ୍ସ 1940 ପଏଣ୍ଟ ହ୍ରାସ ହୋଇଛି । ରେଡ ଆଲର୍ଟରେ ବନ୍ଦ ହୋଇଛି କାରବାର ।

ବଣ୍ଡ ବଜାରରେ ରିଟର୍ଣ୍ଣ ବଢିବା ସହ ନିବେଶକ ବିପଦପୂର୍ଣ୍ଣ ଇକ୍ୟୁଟି ବଜାରରୁ ଦୂରେଇ ରହିଛନ୍ତି । ସେପଟେ ବୈଶ୍ବିକ ବଜାରରେ ଚାରିଆଡେ ସେଲଅଫ ଯୋଗୁଁ ସେୟାର ବଜାରରେ ହ୍ରାସ ଦେଖାଦେଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 1,939.32 ପଏଣ୍ଟ କମି 49,099.99 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 568.20 ପଏଣ୍ଟ ଖସି 14,529.15 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସମସ୍ତ 30 ସେୟାର କ୍ଷତିରେ ରହିଛି । ଓଏନଜିସିରେ ସର୍ବାଧିକ ପ୍ରା. 6.50 ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ବ୍ୟତିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବଜାର ଫିନସର୍ଭ, ଆକ୍ସିସ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ପାୱରଗ୍ରୀଡ , ଏଚଡିଏଫସି, ବଜାଜ ଫାଇନାନ୍ସ ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ତଳକୁ ଖସିଛି । ଫାଇନାନ୍ସ ଓ ଦୂରସଞ୍ଚାର ସୂଚକାଙ୍କରେ ମଧ୍ୟ କ୍ରମଶଃ 4.9 ପ୍ରତିଶତ ଓ 3.85 ପ୍ରତିଶତ ହ୍ରାସ ଦେଖାଦେଇଛି । ଏସିଆର ଅନ୍ୟ ବଜାରରେ ମଧ୍ୟ ହ୍ରାସରେ ରହିଛି ।

ବିଶେଷଜ୍ଞଙ୍କ ଅନୁସାରେ ବଣ୍ଡ ଉପରେ ରିଟର୍ଣ୍ଣ ବଢିବା ଦ୍ବାରା ନିବେଶକଙ୍କ ବିପଦପୂର୍ଣ୍ଣ ସେୟାରରେ ରୁଚି କମିଛି । ଏଥିମଧ୍ୟରେ ବ୍ରେଣ୍ଟ କ୍ରୁଡ ଦାମ 1.16 ପ୍ରତିଶତ ହ୍ରାସ ସହ ବ୍ୟାରେଲ ପ୍ରତି 65.34 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.