ETV Bharat / business

ଝଟ୍‌କା ଦେଲା ତେଲ ଦର, ୮୦ ପଇସା ବଢିଲା ପେଟ୍ରୋଲ

author img

By

Published : Mar 22, 2022, 9:42 AM IST

ଝଟ୍‌କା ଦେଲା ତେଲ ଦର, ୮୦ ପଇସା ବଢିଲା ପେଟ୍ରୋଲ
ଝଟ୍‌କା ଦେଲା ତେଲ ଦର, ୮୦ ପଇସା ବଢିଲା ପେଟ୍ରୋଲ

ନିର୍ବାଚନ ପରେ ଲାଗିଲା ଝଟ୍‌କା । ୮୦ ପଇସା ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ଗ୍ରାହକଙ୍କ ପକେଟ ଉପରେ ମହଙ୍ଗା ମାଡ । ପୁଣି ବଢିଲା ତୈଳ ଦର । ଆଜି ସର୍ବଭାରତୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ୧୩୭ ଦିନ ପରେ ତୈଳ ଦର ବଢିଛି । ଆଜି ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି । ଫଳରେ ଆଜି ଦିଲ୍ଲୀରେ ପେଟ୍ରୋଲ ରେଟ୍ ୯୫.୪୧ ଟଙ୍କାରୁ ବଢି ୯୬.୨୧ ଟଙ୍କା ହୋଇଯାଇଛି । ଏଠାରେ ଡିଜେଲର ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବର୍ଦ୍ଧିତ ଦର ଲାଗୁ ପରେ ଭୁବନେଶ୍ବରରେ ପେଟ୍ରୋଲ ୧୦୨ ଟଙ୍କା ପାର୍ କରିଛି ।

ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ ୯୨.୮୪ ଟଙ୍କା ହୋଇଯାଇଛି । କହିରଖୁଛୁ କି, ନଭେମ୍ବର ୪ ତାରିଖ ପର ଠାରୁ ତୈଳ ଦରରେ କୌଣସି ବୃଦ୍ଧି ଘଟିନଥିଲା । ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ପେଟ୍ରୋଲ ଡିଜେଲ ଦର ବଢିବ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୦.୮୨ ଟଙ୍କା ଏବଂ ଡିଜେଲ ୯୫ ଟଙ୍କା ହୋଇଥିବା ବେଳେ କୋଲକାତାରେ ଦର ଯଥାକ୍ରମେ ୧୦୫.୫୧ ଟଙ୍କା ଏବଂ ୯୦.୬୨ ଟଙ୍କା ଏବଂ ଚେନ୍ନାଇରେ ୧୦୨.୧୬ ଓ ୯୨.୧୯ ଟଙ୍କା ରହିଛି ।

ସୋମବାର ପୁଣିଥରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛ ୧୧୧ ଡଲାରରେ ପହଞ୍ଚିଛି । ଗତ ସପ୍ତାହରେ ଅଶୋଧିତ ତୈଳ ଦର ୧୩୦ ଡଲାର ପାର୍ କରିବା ପରେ ପୁଣି ୧୦୦ ଡଲାର ତଳକୁ ଖସି ଆସିଥିଲା । ହେଲେ ଏବେ ପୁଣି ଦାମ୍ ବଢିଛି । ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ତୈଳ ଦର ପ୍ରଭାବିତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.