ETV Bharat / business

ସ୍ବଦେଶୀ ବିନିର୍ମାଣକୁ ଗୁରୁତ୍ବ: ଭାରତରେ ନବସୃଜନକୁ ପ୍ରୋତ୍ସାହନ ଦେବ PLI ସ୍କିମ

author img

By

Published : Feb 23, 2021, 10:36 PM IST

ସ୍ବଦେଶୀ ବିନିର୍ମାଣକୁ ଗୁରୁତ୍ବ: ଭାରତରେ ନବସୃଜନକୁ ପ୍ରୋତ୍ସାହନ ଦେବ PLI ସ୍କିମ
ସ୍ବଦେଶୀ ବିନିର୍ମାଣକୁ ଗୁରୁତ୍ବ: ଭାରତରେ ନବସୃଜନକୁ ପ୍ରୋତ୍ସାହନ ଦେବ PLI ସ୍କିମ

ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଦ୍ବାରା ଦେଶରେ ନବସୃଜନକୁ ବୃଦ୍ଧି କରିବ । ଏ ନେଇ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଔଷଧ ଓ ଚିକିତ୍ସା ଉପକରଣ ସମେତ 10 ପ୍ରମୁଖ ସେକ୍ଟର ପାଇଁ ଘୋଷିତ ପ୍ରଡକ୍ସନ ଲିଙ୍କଡ ଇନିସେଟିଭ (PLI) ସ୍କିମ ଦ୍ବାରା ଦେଶରେ ଅଭିନବତା, ନବସୃଜନକୁ ଗତି ମିଳିପାରେ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ମଙ୍ଗଳବାର ଏ ନେଇ ଆଶା ପ୍ରକାଶ କରିଛନ୍ତି ।

ଭର୍ଚୁଆଲରେ ଆୟୋଜିତ ବାୟୋ ଏସିଆ 2021ର ଏକ ଅଧିବେଶନରେ କାନ୍ତ କହିଛନ୍ତି କି , କିଛି ଅଧ୍ୟୟନରୁ ସଙ୍କେତ ମିଳିଛି କି ପୂର୍ବରୁ ଅନୁସନ୍ଧାନ ଏବଂ ବିକାଶ ଗତିବିଧି ଉପରେ 200 ପ୍ରତିଶତ କର ପ୍ରୋତ୍ସାହନ ଯୋଜନାର ଦୂରପୋଯୋଗ ହୋଇଛି । ସେ କହିଛନ୍ତି କି, ‘‘ ଏହି ସ୍କିମକୁ ନେଇ ଅଧିକ ଉତ୍ସାହ ଅଛି । ଆମେ 83 ବିନିର୍ମାତାଙ୍କ ଠାରୁ 215 ରୁ ଅଧିକ ଆବେଦନ ମିଳିଛି । ବ୍ୟକ୍ତିଗତ ଭାବେ ମତେ ଲାଗୁଛି କି ପିଏଲଆଇ ଯୋଜନା ଏପିଆଇ ( ଆକ୍ଟିଭ ଫର୍ମାସ୍ୟୁଟିକଲ ଇନଗ୍ରିଡିଏଣ୍ଟ ଅର୍ଥାତ ଔଷଧରେ ବ୍ୟବହୃତ ହେଉଥିବା ପ୍ରମୁକ ଉପାଦାନ) ମାମଲାରେ ଦେଶକୁ ଆତ୍ମନିର୍ଭର କରିବାରେ ସହଯୋଗ ମିଳିବ । କେବଳ ଏତିତି ନୂହେଁ , ଏହା ଦ୍ବାରା ଔଷଧର ବିକାଶରେ ନବସୃଜନକୁ ପ୍ରୋତ୍ସାହନ ମିଳିବ । ’’

ଚର୍ଚ୍ଚାରେ ସାମିଲ ତେଲେଙ୍ଗାନାର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗ ମନ୍ତ୍ରୀ ଟି ରାମରାଓ କହିଛନ୍ତି କି ନବସୃଜନ ପାଇଁ 200 ପ୍ରତିଶତ ଟିକସ ପ୍ରୋତ୍ସାହନକୁ 100 ପ୍ରତିଶତକୁ ହ୍ରାସ କରିବାର ପଦକ୍ଷେପ ପ୍ରତିକୂଳ ପ୍ରଭାବ ପକାଇବ । ଏଥିସହ ଏହାଦ୍ବାରା ନୂଆ ଔଷଧ ସନ୍ଧାନକୁ ନେଇ ଏନଡିଏ ସରକାରଙ୍କ ଆତ୍ମନିର୍ଭର ଭାରତ ପଦକ୍ଷେପ ହତେତ୍ସାହିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.