ETV Bharat / business

ପଜେଟିଭ ନିକଟତର ଭାରତ ଅଭିବୃଦ୍ଧି ହାର: ଆରବିଆଇ

author img

By

Published : Jan 21, 2021, 6:03 PM IST

ପଜେଟିଭ ନିକଟତର ଭାରତ ଅଭିବୃଦ୍ଧି ହାର : ଆରବିଆଇ
ପଜେଟିଭ ନିକଟତର ଭାରତ ଅଭିବୃଦ୍ଧି ହାର : ଆରବିଆଇ

କୋଭିଡ ଟୀକାକରଣ ସହ ଭାରତ ସଙ୍କଟରୁ ମୁକୁଳି ଅଭିବୃଦ୍ଧି ପଥରେ ଗତି କରିବ ବୋଲି ଆଶା ଜନ୍ମିଛି । ନେଗେଟିଭ ରହୁଥିବା ଅର୍ଥନୀତି ଏବେ ସକରାତ୍ମକ ହେବ ବୋଲି ଆଶାବାଦୀ ଆରବିଆଇ । ଅଧିକ ପଢନ୍ତୁ...

ମୁମ୍ବାଇ: ସକରାତ୍ମକ ଅଭିବୃଦ୍ଧି ଦର ହାସଲ କରିବା ନିକଟତର ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) । ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ଅନୁମାନ ଲଗାଇଛି । କେନ୍ଦ୍ରୀୟ ବ୍ୟାଙ୍କ କହିବା ଅନୁସାରେ ଭି-ଆକାର ସୁଧାରରେ ‘ ଭି’ ର ଉଦ୍ଦେଶ୍ୟ ଭ୍ୟାକ୍ସିନ ଅଟେ ।

ଭାରତ ସରକାର ଲୋକଙ୍କୁ କୋଭିଡ-19 ମହାମାରୀରୁ ରକ୍ଷା କରିବା ପାଇଁ ଦୁନିଆର ସବୁଠୁ ବଡ ଟିକାକରଣ କାର୍ଯ୍ୟକ୍ରମ ଜାନୁଆରୀ 16ରୁ ଆରମ୍ଭ କରିଛନ୍ତି । ରିଜର୍ଭ ବ୍ୟାଙ୍କର ଜାନୁଆରୀ ବୁଲେଟିନରେ ‘ ଅର୍ଥବ୍ୟବସ୍ଥାର ସ୍ଥିତି ’ ଉପରେ ଏକ ଲେଖାରେ କୁହାଯାଇଥିଲା କି, ‘‘ 2021 କିପରି ହେବ ’’ ? ସୁଧାର ଆକାର ଭି-ଆକାରର ହେବ । ‘ଭି’ର ଅର୍ଥ ଭ୍ୟାକ୍ସିନ ଅଟେ ।

ଏହି ଆଲେଖ୍ୟରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର ଓ ଅନ୍ୟମାନେ ଲେଖିଛନ୍ତି କି, ଦୁନିଆର ସବୁଠୁ ବଡ ଟିକାକରଣ ଅଭିଯାନରେ ଭାରତର ସବୁଠୁ ଲାଭର ସ୍ଥିତି ହେଉଛି ସର୍ବବୃହତ୍ତ ଟିକା ବିନିର୍ମାଣ କ୍ଷମତା । ଏହା ବ୍ୟତୀତ ଭାରତ ପାଖରେ ପୋଲିଓ ଏବଂ smallpox ଟିକାକରଣ ଅନୁଭବ ମଧ୍ୟ ରହିଛି ।

ତେବେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି କି ଏହି ଲେଖାର ବିଚାର ଲେଖଙ୍କ ନିଜସ୍ବ । ଏବଂ ଆବଶ୍ୟକ ସ୍ବରୂପ ଏମାନଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ମତ ମଗାଯିବ ନାହିଁ । ଲେଖାରେ କୁହାଯାଇଛି କି ଭାରତ ସ୍ଥିତିକୁ ମୁକୁଳାଇବା କ୍ଷେତ୍ରରେ ଇ-କମର୍ସ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଗୁରୁତ୍ବପୂର୍ଣ୍ଣ ଭୂମିକା ହେବ ।

ମହାମାରୀ ପୂର୍ବ ଉତ୍ପାଦନ ସ୍ତର ଓ ରୋଜଗାର ହାସଲ କରିବା ପାଇଁ ଏବେ ଆହୁରୀ ବହୁତ ସମୟ ଲାଗିବ । ବୃହତ୍ତ ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନର ପରିବର୍ତ୍ତନ ଦ୍ବାରା ମୋଟ ପରିଦୃଶ୍ୟ ଉଜ୍ଜ୍ବଳ ହୋଇଛି । ଆଉ ଜିଡିପିର ବୃଦ୍ଧି ଦର ସକରାତ୍ମକ ହେବା ନିକଟତର ଅଛି । ଏଥିସହ ମୁଦ୍ରାସ୍ପୀତି ମଧ୍ୟ ହ୍ରାସ ହୋଇ ଲକ୍ଷ୍ୟ ପାଖରେ ପହଞ୍ଚିଛି ।

ସରକାରଙ୍କ ଅନୁମାନ ଅନୁସାରେ ଚଳିତ ଆର୍ଥିକ ବର୍ଷ 2020-21ରେ ଭାରତୀୟ ଅର୍ଥବ୍ୟବସ୍ଥାରେ 7.7 ପ୍ରତିଶତ ହ୍ରାସ ଦେଖାଦେଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.