ETV Bharat / business

ଲଗାତାର ସୁନା ଦାମ ହ୍ରାସ, ରୂପା ସାମାନ୍ୟ ବୃଦ୍ଧି

author img

By

Published : Feb 16, 2021, 6:45 PM IST

ଲଗାତାର ସୁନା ଦାମ ହ୍ରାସ, ରୂପା ସାମାନ୍ୟ ବୃଦ୍ଧି
ଲଗାତାର ସୁନା ଦାମ ହ୍ରାସ, ରୂପା ସାମାନ୍ୟ ବୃଦ୍ଧି

କ୍ରମାଗତ ଭାବେ ମଙ୍ଗଳବାର ମଧ୍ୟ ସାମାନ୍ୟ କମିଛି ସୁନା ମୂଲ୍ୟ । ତେବେ ରୂପା ଦାମ ବୃଦ୍ଧି ହୋଇଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଲଗାତାର ଖସିଚାଲିଛି ସୁନା ଦାମ । କ୍ରମାଗତ ଭାବେ ମଙ୍ଗଳବାର ମଧ୍ୟ ସାମାନ୍ୟ କମିଛି ସୁନା ମୂଲ୍ୟ । ତେବେ ରୂପା ଦାମ ବୃଦ୍ଧି ହୋଇଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ଆଜି ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 9 ଟଙ୍କା କମି 46,900 ଟଙ୍କା ରହିଛି । ଏହା ପୂର୍ବରୁ ସୋମବାର ସୁନା 10 ଗ୍ରାମ ପ୍ରତି 46,909 ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ରୂପା ଆଜି କିଲୋ ପ୍ରତି 95 ଟଙ୍କା ବୃଦ୍ଧି ସହ 69,530 ଟଙ୍କା ଅଛି । ଯାହାକି ପୂର୍ବରୁ 69,435 ଟଙ୍କା ଥିଲା । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି ଯେ, ସୁନାର ବୈଶ୍ବିକ ଦାମ ସୀମିତ ପରିସର ଜାରି ରହିବା ମଧ୍ୟରେ ଦିଲ୍ଲୀରେ 24 କ୍ୟାରେଟ ସୁନାର ଦାମ କମିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବୃଦ୍ଧି ହୋଇ ଆଉନ୍ସ ପ୍ରତି 1,821 ଡଲାର ଓ ରୂପା ଆଉନ୍ସ 27.60 ଡଲାରରେ ଅପରିବର୍ତ୍ତିତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.