ETV Bharat / business

ଶୁକ୍ରବାର ହେବ GST ବୈଠକ, ଫୋକସରେ ରାଜ୍ୟ କ୍ଷତିପୂରଣ

author img

By

Published : May 27, 2021, 10:35 PM IST

ଶୁକ୍ରବାର ହେବ ଜିଏସଟି ବୈଠକ , ଫୋକସରେ ରାଜ୍ୟ କ୍ଷତିପୂରଣ
ଶୁକ୍ରବାର ହେବ ଜିଏସଟି ବୈଠକ , ଫୋକସରେ ରାଜ୍ୟ କ୍ଷତିପୂରଣ

ଶୁକ୍ରବାର ଜିଏସଟି ପରିଷଦର 43 ତମ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଶୁକ୍ରବାର ହେବ ଜିଏସଟି ପରିଷଦର 43 ତମ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିନ 11ରେ ଆରମ୍ଭ ହେବ ବୈଠକ । ଦୀର୍ଘ 6 ମାସର ବ୍ୟବଧାନ ପରେ ହେଉଥିବା ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।

ଏହି ବୈଠକରେ କୋଭିଡ-19 ସଂକ୍ରମଣ ଚିକିତ୍ସା ସମ୍ବନ୍ଧୀୟ ଔଷଧ, ଅକ୍ସିଜେନ ଓ ଉପକରଣ ଉପରେ କର ହାର ପ୍ରସଙ୍ଗ ସହ ରାଜ୍ୟକୁ ରାଜସ୍ବ କ୍ଷତିପୂରଣ ବିଷୟରେ ଚର୍ଚ୍ଚା ହେବ । ଏଥିସହ କରଦାତାଙ୍କ ଉପରୁ ବୋଝ ହ୍ରାସ କରାଇବା ପାଇଁ ଜିଏସଟି ରିଟର୍ଣ୍ଣ ଦାଖଲ ବ୍ୟବସ୍ଥାର ସରଳୀକରଣ ନେଇ ବିଚାର ହୋଇପାରେ । 2021 ଆର୍ଥିକ ବର୍ଷ ଆରମ୍ଭ ପରେ ଏହା ଜିଏସଟି ପରିଷଦର ଏହା ପ୍ରଥମ ବୈଠକ । ଜିସଟିଏ ପରିଷଦର 42 ତମ ବୈଠକ ଅକ୍ଟୋବର 5 ରେ ହୋଇଥିଲା ।

ଜିଏସଟି କାଉନସିଲ ବୈଠକରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଅର୍ଥମନ୍ତ୍ରାଳୟର ଅନ୍ୟ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ବ୍ୟତିତ ଅନ୍ୟ ଅଧିକାରୀ ବି ଏହି ବୈଠକରେ ସାମିଲ ହେବେ ।

ପ୍ରକାଶ ଯେ, କିଛି ଦିନ ତଳେ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଜିଏସଟି ପରିଷଦ ବୈଠକକୁ ଭର୍ଚୁଆଲରେ କରିବା ପାଇଁ ଅପିଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.