ETV Bharat / business

ପିଏମସି ସ୍କାମ, 14 ଦିନିଆ ନ୍ୟାୟିକ ହେପାଜତରେ ପୂର୍ବତନ ଏମଡି

author img

By

Published : Oct 17, 2019, 1:32 PM IST

ପିଏମସି ସ୍କାମ

ପିଏମସି ବ୍ୟାଙ୍କ ସ୍କାମ ମାମଲାରେ ପୂର୍ବତନ ଏମଡି ଜୟ ଥୋମାସଙ୍କୁ 14 ଦିନର ନ୍ୟାୟିକ ହେପାଜତରେ ପଠାଯାଇଛି । ଏଥିସହ ଏହାର ପୂର୍ବ ନିର୍ଦ୍ଦେଶକ ସୁରଜିତ ସିଂହଙ୍କୁ ମଧ୍ୟ ପୋଲିସ ନିଜ ହେପାଜତରେ ନେଇଛି ।

ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ମୋଡ ନେଉଛି ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ (ପିଏମସି) ବ୍ୟାଙ୍କ ଦୁର୍ନୀତି ମାମଲା । ଏହି ଘଟଣାରେ ବ୍ୟାଙ୍କର ପୂର୍ବତନ ଏମଡି ଜୟ ଥୋମାସଙ୍କୁ 14 ଦିନର ନ୍ୟାୟିକ ହେପାଜତରେ ପଠାଯାଇଛି । ଏଥିସହ ଏହାର ପୂର୍ବ ନିର୍ଦ୍ଦେଶକ ସୁରଜିତ ସିଂହଙ୍କୁ ମଧ୍ୟ ପୋଲିସ ନିଜ ହେପାଜତରେ ନେଇଛି।

ଗୁରୁବାର ସକାଳୁ ମୁମ୍ବାଇର ଏସପ୍ଲେନେଡ କୋର୍ଟରେ 2 ଜଣଙ୍କୁ ହାଜିର କରାଯାଇଯାଇଥିଲା । ମାମଲାର ବିଚାର କରି କୋର୍ଟ ଜୟ ଥୋମାସଙ୍କୁ 14 ଦିନ ପାଇଁ ଓ ସୁରଜିତଙ୍କୁ ଆସନ୍ତା 22 ପର୍ଯ୍ୟନ୍ତ ହେପାଜତରେ ପଠାଇଦେଇଛି। ଏହା ପୂର୍ବରୁ (ବୁଧବାର) ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖା (EOW)ର ସ୍ବତନ୍ତ୍ର ଯାଞ୍ଚ ଟିମ ସୁରଜିତ ସିଂହଙ୍କୁ ପଚରାଉଚରା କରିଥିଲା । ଏହା ପରେ ସେ ତାଙ୍କୁ ଗିରଫ କରାଯାଇଛି ।

Ex-PMC Bank MD Joy Thomas sent to 14-day judicial custody
ପିଏମସି ସ୍କାମ

ପ୍ରକାଶ ଯେ, ପିଏମସି ବ୍ୟାଙ୍କର ପୂର୍ବ ଚେୟାରମ୍ୟାନ ୱାପରସ ସିଂହ, ପ୍ରବନ୍ଧ ନିର୍ଦ୍ଦେଶକ ଥମାସ ଓ ଏଚଡିଆଇଏଲର ମାଲିକ ରାକେଶ ଓ ସାରଙ୍ଗ ୱାଧବନଙ୍କୁ ଗିରଫ କରାଯାଇଛି।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.