ETV Bharat / business

ନିଯୁକ୍ତି ସୃଷ୍ଟି ପ୍ରୟାସ, 10 ମିଲିୟନ ଯୁବପିଢିଙ୍କୁ ଦିଆଯିବ ପ୍ରଶିକ୍ଷଣ

author img

By

Published : Feb 3, 2020, 7:04 PM IST

73.47 Lakh  Candidates Trained Under Pradhan Mantri Kaushal Vikas Yojana
ନିଯୁକ୍ତି ସୃଷ୍ଟି ପ୍ରୟାସ , 10 ମିଲିୟନ ଯୁବପୀଢିଙ୍କୁ ଦିଆଯିବ ପ୍ରଶିକ୍ଷଣ

କୁଶଳ ହେବେ ଯୁବପିଢି । ମାଗଣାରେ ଉପଯୁକ୍ତ ତାଲିମ ସହ ବିଭିନ୍ନ କ୍ଷେତ୍ରରେ ପାଇବେ ନିଯୁକ୍ତି । ଏହି ଉଦ୍ଦେଶ୍ୟରେ 2016ରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (PMKVY) ଆରମ୍ଭ କରାଯାଇଥିଲା । ବଡ କଥା ହେଉଛି ଏହା ଅଧିନରେ ଏବେ ସୁଦ୍ଧା ସମଗ୍ର ଦେଶରେ 73.47 ଆଶାୟୀ ପ୍ରଶିକ୍ଷଣ ପାଇସାରିଛନ୍ତି ।


ନୂଆଦିଲ୍ଲୀ: କୁଶଳ ହେବେ ଯୁବପିଢି । ମାଗଣାରେ ଉପଯୁକ୍ତ ତାଲିମ ସହ ବିଭିନ୍ନ କ୍ଷେତ୍ରରେ ପାଇବେ ନିଯୁକ୍ତି । ଏହି ଉଦ୍ଦେଶ୍ୟରେ 2016ରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (PMKVY) ଆରମ୍ଭ କରାଯାଇଥିଲା । ବଡ କଥା ହେଉଛି ଏହା ଅଧିନରେ ଏବେ ସୁଦ୍ଧା ସମଗ୍ର ଦେଶରେ 73.47 ଆଶାୟୀ ପ୍ରଶିକ୍ଷଣ ପାଇସାରିଛନ୍ତି ।

2020 ସୁଦ୍ଧା ଏହି ସ୍କିମ ଅଧିନରେ 10 ମିଲିୟନ ଯୁବପିଢିଙ୍କୁ ପ୍ରଶିକ୍ଷଣ ପାଇଁ ଲକ୍ଷ ରଖାଯାଇଛି । ଏଥିରେ ଉଭୟ ସହର ଓ ଗ୍ରାମୀଣ ଅଞ୍ଚଳର ଯୁବପିଢି ସାମିଲ ହେବେ ।

ସ୍କିଲ ମିଡିଆ ମିଶନ ଅଧିନରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାକୁ ଆରମ୍ଭ କରି ଲକ୍ଷାଧିକ ବେକାରୀ ଯୁବପିଢିଙ୍କୁ ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଯାଉଛି । ଏନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନୁଯାୟୀ ତାଲିମ ନେଉଥିବା ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରାଯାଇଛି । ସୋମବାର କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ଲୋକସଭାରେ ଲିଖିତ ଉତ୍ତର ଦେଇ ଏ ସମ୍ବନ୍ଧରେ ଜଣାଇଛନ୍ତି ।

ଏଥିରେ ଓଡିଶାର 3,13,446 ଲକ୍ଷ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଛି । ସେହିପରି ଆନ୍ଧ୍ର ପ୍ରଦେଶର 1,91,122, ଆସାମର 2,01,479, ବିହାରର 3,13,251, ଦିଲ୍ଲୀର 2,83,033 ଜଣ ଯୁବପିଢି କୁଶଳୀ ହୋଇ ପାରିଛନ୍ତି।

ଏହି ଯୋଜନା ଅଧିନରେ ଘରୋଇ ସହଯୋଗୀ, ଟେଲରିଂ, କମ୍ପ୍ୟୁଟର ଡାଟା ଅପରେଟର, ମେକାନିକ ଆଦି ବିଭିନ୍ନ ବିଭାଗରେ ପ୍ରଶିକ୍ଷଣ ଦିଆଯାଉଛି । ଏଥିସହ ଟ୍ରେନିଂ ସେଣ୍ଟରକୁ ବ୍ୟାଙ୍କ ସହ ଜଡିତ କରାଯାଇ ମୁଦ୍ରା ଯୋଜନାରେ କମ ସୁଧରେ ଋଣ ଦେବା ନେଇ ବି ବ୍ୟବସ୍ଥା ରହିଛି । ପ୍ରକାଶ ଯେ, 2020-21 ବଜେଟରେ ଦକ୍ଷତା ବିକାଶ ପାଇଁ 3 ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।

Intro:Body:

BLANK FOR LINK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.