ETV Bharat / business

ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ 545 କୋଟି ଟଙ୍କା, ମାର୍ଚ୍ଚ 30 ସୁଦ୍ଧା ଉଠାଯିବ

author img

By

Published : Feb 26, 2020, 7:44 AM IST

yes bank
ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ 545 କୋଟି ଟଙ୍କା, ମାର୍ଚ୍ଚ 30 ସୁଦ୍ଧା ଉଠାଯିବ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହିଛି 626 କୋଟି 44 ଲକ୍ଷ 78 ହଜାର 444 ଟଙ୍କା । ଯେଉଁଥିରୁ ସ୍ଥାୟୀ ଜମାରେ 545 କୋଟି ଟଙ୍କା ରହିଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହିଛି 626 କୋଟି 44 ଲକ୍ଷ 78 ହଜାର 444 ଟଙ୍କା । ଯେଉଁଥିରୁ ସ୍ଥାୟୀ ଜମା ଆକାରରେ 552 କୋଟି 43 ଲକ୍ଷ 21 ହଜାର ଟଙ୍କା ରହିଛି । ଏହାସହ ଫ୍ଲେକ୍ସି, ସଞ୍ଚୟ ଖାତା, ଚଳନ୍ତି ଖାତାରେ ମୋଟ 74 କୋଟି 1 ଲକ୍ଷ 57 ହଜାର 44ଟଙ୍କା ରହିଛି ।

ତେବେ ପ୍ରଭୁଙ୍କ ପାଣ୍ଠିକୁ ସ୍ଥାୟୀ ଜମା କ୍ଷେତ୍ରରେ ସର୍ବାଧିକ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କରେ ଟେଣ୍ଡର ମାଧ୍ୟମରେ ରଖାଯାଇଛି । ସେଥିମଧ୍ୟରୁ ୟେସ୍‌ ବ୍ୟାଙ୍କରେ ଗତବର୍ଷ ସେପ୍ଟେମ୍ବର 30 ସୁଦ୍ଧା 592 କୋଟି ଟଙ୍କା ଜମା ଥିଲା । ସ୍ଥାୟୀ ଜମାରେ 545 କୋଟି ଓ ଫ୍ଲେକ୍ସି ଜମାରେ 47 କୋଟି ଟଙ୍କା ରଖାଯାଇଥିଲା ।

ଏହାଭିତରେ ଫ୍ଲେକ୍ସି ଜମା ବାବଦରେ ଥିବା 47 କୋଟି ଟଙ୍କା ପ୍ରତ୍ୟାହାର ହୋଇଛି । ତେବେ ସ୍ଥାୟୀ ଜମାରେ ଥିବା 545 କୋଟି ଏବେ ବି ୟେସ ବ୍ୟାଙ୍କରେ ଥିବାବେଳେ ଏହା ମାର୍ଚ୍ଚ 19 ଓ 30 ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ । ମଙ୍ଗଳବାର ବିଧାନସଭାରେ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.