ETV Bharat / briefs

ଧଳା ଜହରର ହବ ପାଲଟିଛି ପାରାଦ୍ବୀପ, ନିଶା ବଳୟରେ ଶିକ୍ଷିତ ଯୁବ ଗୋଷ୍ଠୀ

author img

By

Published : May 18, 2021, 7:14 PM IST

Updated : May 18, 2021, 7:37 PM IST

ଧଳା ଜହାରର ହବ ପାଲଟିଛି ପାରାଦ୍ବୀପ, ନିଶା କାରବାରରେ ସମ୍ପୃକ୍ତ ହେଉଛନ୍ତି ଶିକ୍ଷିତ ଯୁବ ଗୋଷ୍ଠୀ
ଧଳା ଜହାରର ହବ ପାଲଟିଛି ପାରାଦ୍ବୀପ, ନିଶା କାରବାରରେ ସମ୍ପୃକ୍ତ ହେଉଛନ୍ତି ଶିକ୍ଷିତ ଯୁବ ଗୋଷ୍ଠୀ

ପାରାଦ୍ୱୀପ ଅଞ୍ଚଳରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି । ନିଶା କାରବାରରେ ସାମିଲ ହେଉଛନ୍ତି ଶିକ୍ଷିତ ଯୁବକ । ଚାଲିଛି ଗିରଫଦାରି । ଅଧିକ ପଢନ୍ତୁ...

ଜଗତସିଂହପୁର: ପାରାଦ୍ୱୀପ ଅଞ୍ଚଳରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି । ପାରାଦ୍ୱୀପ ଓ ତାହାର ଆଖପାଖ ଅଞ୍ଚଳରେ ଶିକ୍ଷିତ ଯୁବକ ଏହି କାରବାରରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଆଜି ଜଣେ ଶିକ୍ଷିତ ଯୁବକ ବ୍ରାଉନସୁଗାର ବିକ୍ରି କରିବା ସମୟରେ ପାରାଦ୍ୱୀପ ଅବକାରୀ ବିଭାଗ ଚଢ଼ାଉ କରାଯାଇ ଯୁବକଙ୍କୁ ଗିରଫ କରାଯାଇଛି ।

ଜିଲ୍ଲା ଅବକାରୀ ବିଭାଗ ସୂଚନା ଅନୁସାରେ ଆଜି ପାରାଦ୍ୱୀପ ଲକ ଥାନା ନିକଟରେ ଶମ୍ଭୁ ମଜୁମଦାର ନାମକ ଜଣେ ଯୁବକ ବ୍ରାଉନ ସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 10 ଗ୍ରାମର ବ୍ରାଉନ ସୁଗାର ସମେତ ଏକ ମଟର ସାଇକେଲ ଜବତ କରିଛି । ଚଳିତ ମାସ ସୁଦ୍ଧା ପାରାଦ୍ୱୀପରେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 10ରୁ ଅଧିକ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିସାରିଲାଣି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :May 18, 2021, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.