ETV Bharat / bharat

ମିଛରେ ଫସାଇ ବାହା ହୋଇଗଲେ, DNA ଟେଷ୍ଟରୁ ଜଣାପଡିଲା ଛୁଆ ଆଉ କାହାର

author img

By

Published : Dec 3, 2022, 12:52 PM IST

ମିଛରେ ଫସାଇ ବାହା ହୋଇଗଲେ ନାବାଳିକା, DNA ଟେଷ୍ଟରୁ ଜଣାପଡିଲା ଛୁଆ ଆଉ କାହାର
ମିଛରେ ଫସାଇ ବାହା ହୋଇଗଲେ ନାବାଳିକା, DNA ଟେଷ୍ଟରୁ ଜଣାପଡିଲା ଛୁଆ ଆଉ କାହାର

ମିଛ ଦୁଷ୍କର୍ମ ଅଭିଯୋଗ ଆଣି ପଡୋଶୀ ଯୁବକଙ୍କୁ ବିବାହ କଲେ ନାବାଳିକା । ୫ ବର୍ଷ ପରେ ଜଣାପଡିଲା ଛୁଆର ପ୍ରକୃତ ବାପା ନୁହଁନ୍ତି ଯୁବକ । ଅଧିକ ପଢନ୍ତୁ

କୋଲକାତା: ଲଭ୍ ସେକ୍ସ ଓ ପ୍ରତାରଣା ଅଭିଯୋଗରେ ୧୩ ବର୍ଷୀୟା ଅନ୍ତଃସତ୍ତ୍ବା ନାବାଳିକାଙ୍କୁ ବିବାହ କରିଥିଲେ ଯୁବକ । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଯୁବକଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଜୋରଜବରଦସ୍ତ ନାବାଳିକାଙ୍କୁ ବିବାହ କରିବାକୁ ପଡିଥିଲା । ଏବେ ବିବାହର ୫ ବର୍ଷ ପରେ ଯୁବକ ଜଣକ ନିର୍ଦ୍ଦୋଷ ଥିଲେ ଏବଂ ନାବାଳିକା ଜଣକ ତାଙ୍କ ପାଇଁ ଗର୍ଭବତୀ ହୋଇନଥିଲେ ବୋଲି ଜଣାପଡିଛି । DNA ଟେଷ୍ଟ ପରେ ତାଙ୍କ ସ୍ତ୍ରୀ ଠାରୁ ଜନ୍ମିତ ଛୁଆର ସେ ବାପା ହୋଇନଥିବା ସ୍ପଷ୍ଟ ହୋଇଛି । ସମସ୍ତଙ୍କୁ ତାଜୁବ କଲାଭଳି ଏହି ଘଟଣା ପଶ୍ଚିମବଙ୍ଗର ମିଡନାପୁରରୁ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୫ ବର୍ଷ ତଳେ ସ୍ଥାନୀୟ ଜଣେ ୧୩ ବର୍ଷୀୟା ନାବାଳିକା ଗର୍ଭବତୀ ଥିବା ଜଣାପଡିଥିଲା । ୨୨ ବର୍ଷୀୟ ପଡୋଶୀ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଯୁବକ ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ମାତ୍ର ତାଙ୍କ କଥା କେହି ବିଶ୍ବାସ କରିନଥିଲେ । ଶେଷରେ ଗାଁ ପଞ୍ଚାୟତରେ କଥା ପଡିଲା । ପଞ୍ଚାୟତର କଙ୍ଗାରୁ କୋର୍ଟରେ ନାବାଳିକା ସହ ବିବାହ କରିବାକୁ ଯୁବକଙ୍କୁ ବାଧ୍ୟ କରାଗଲା । ଶେଷରେ ଚାପରେ ପଡି ବିନା ଦୋଷରେ ଯୁବକ ତାଙ୍କୁ ବିବାହ କରି ନିଜର ସ୍ତ୍ରୀ ପରିଚୟ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ବିବାହ ପାଇଁ ମନା କଲା ପ୍ରେମିକା, ଜୀବନ ନେଇଗଲା ପ୍ରେମିକ

ଏହାପରେ ମିଥ୍ୟା ଅପବାଦ ମୁଣ୍ଡାଇଥିବା ଯୁବକ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ କୋର୍ଟରେ କେସ୍ କରିଥିଲେ । ୧୩ ବର୍ଷୀୟା ନାବାଳିକା ଜଣକ ଏବେ ୧୮ ବର୍ଷରେ ପହଞ୍ଚିଲେଣି । ତାଙ୍କର ଛୁଆ ମଧ୍ୟ ଜନ୍ମ ହୋଇଛି । ତେବେ ଏହି ଘଟଣାକୁ ୫ ବର୍ଷ ବିତିଥିବା ବେଳେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି । ସେ ନାବାଳିକାଙ୍କୁ ପ୍ରତାରଣା କରିନଥିଲେ ବରଂ ନାବାଳିକା ତାଙ୍କୁ ମିଛରେ ଫସାଇ ବାହା ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକାଙ୍କ ଠାରୁ ଜନ୍ମିତ ଛୁଆର DNA ଟେଷ୍ଟରୁ ସେହି ଯୁବକ ଜଣକ ତା'ର ବାପା ହୋଇନଥିବା ସ୍ପଷ୍ଟ ହୋଇଛି । ଯୁବକଙ୍କୁ ମିଛ ଦୁଷ୍କର୍ମ ଅଭିଯୋଗରେ ଫସାଇବା ମାମଲାରେ କୋର୍ଟ ତାଙ୍କର ସ୍ତ୍ରୀ ଓ ଶାଶୁଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପିଲାର ପ୍ରକୃତ ବାପା କିଏ ତାହା ଖୋଜିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.