ETV Bharat / crime

ବିବାହ ପାଇଁ ମନା କଲା ପ୍ରେମିକା, ଜୀବନ ନେଇଗଲା ପ୍ରେମିକ

author img

By

Published : Dec 3, 2022, 12:32 PM IST

ବିବାହ ପାଇଁ ମନା କଲା ପ୍ରେମିକା
ବିବାହ ପାଇଁ ମନା କଲା ପ୍ରେମିକା

ବିବାହ ପାଇଁ ମନା କରିବାରୁ ପ୍ରେମିକ ସାଜିଲା ପିଶାଚ, ଟାଙ୍ଗିଆରେ ହାଣି ପ୍ରେମିକାକୁ କଲା ହତ୍ୟା । କେଉଁଠି ଘଟିଛି ଏହି ହତ୍ୟାକାଣ୍ଡ । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ବରଗଡ: ଆଉ ଦିନ କେଇଟା ପରେ ବେଦିରେ ପଡିଥାନ୍ତା ହାତଗଣ୍ଠି, କନ୍ୟା ବେଶରେ ସଜେଇ ହୋଇ ଶାଶୁ ଘର ଯାଇ ଥାନ୍ତେ ଯୁବତୀ, ନୂଆ ଜୀବନ ଆରମ୍ଭ କରିବାକୁ ଦେଖିଥିଲେ ସ୍ବପ୍ନ, କିନ୍ତୁ ସ୍ବପ୍ନ ପୂରଣ ହେବାକୁ ଦେଲା ନାହିଁ ପ୍ରେମିକ । ପ୍ରେମିକାର ବିବାହ ଅନ୍ୟତ୍ର ଠିକ ହୋଇଥିବା ଜାଣିବା ପରେ ପିଶାଚ ପାଲଟିଗଲା ପ୍ରେମିକ । ରାଗରେ ଜର୍ରରିତ ହୋଇ ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକ। ଏଭଳି ହତ୍ୟାକାଣ୍ଡ ଘଟିଛି ବରଗଡ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ଭଡିଗାଁରେ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଭଡିଗାଁର ରଘୁ ଭୁଏଙ୍କ ଝିଅ ସସ୍ମିତା ଭୁଏ ।

ମିଳିଥିବା ସୂଚନା ଅନୁଯାୟୀ, ସସ୍ମିତା ଭୁଏ ଓ ସେହି ଗ୍ରାମର ମଂସି ବରିହାଙ୍କ ପୁଅ ଅଜିତ ବରିହାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । କିନ୍ତୁ ପ୍ରେମିକା ସସ୍ମିତା ବିବାହ ପାଇଁ ପ୍ରେମିକାକୁ ମନା କରିଦେଇଥିଲା । ଘରେ ଯେଉଁଠି ମୋର ବିବାହ କରିବେ ସେଠାରେ ମୁଁ ବାହା ହେବି ବୋଲି କହିଥିଲେ ସସ୍ମିତା । ଏହାର କିଛି ଦିନ ପରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହୋଇଥିଲା । ଯାହା ଜାଣିବାକୁ ପାଇଥିଲେ ପ୍ରେମିକ ଅଜିତ ବରିହା । ଶୁକ୍ରବାର ସକାଳ ସମୟରେ ସସ୍ମିତା ପାଣି ଆଣିବାକୁ ଯାଇ ଥିବା ବେଳେ ଅଜିତ ତାଙ୍କୁ ପଛପଟୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ହନିଟ୍ରାପ ପାଇଁ ହୋଟେଲ ଥିଲା କି ମାଧ୍ୟମ ? ଦ୍ବିତୀୟ ଥର‌ ପାଇଁ EDରେ ଶିବ ପ୍ରସାଦ ଦାସ

ସ୍ଥାନୀୟ ଲୋକେ ଯୁବତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏନେଇ ମୃତ ସସ୍ମିତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନଥିବା ବେଳେ ଅଜିତକୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.