ETV Bharat / state

ହନିଟ୍ରାପ ପାଇଁ ହୋଟେଲ ଥିଲା କି ମାଧ୍ୟମ ? ଦ୍ବିତୀୟ ଥର‌ ପାଇଁ EDରେ ଶିବ ପ୍ରସାଦ ଦାସ

author img

By

Published : Dec 3, 2022, 11:31 AM IST

Updated : Dec 3, 2022, 12:54 PM IST

ଇଡିରେ ପୁଣି ଥରେ ହାଜର ହେଲେ ହୋଟେଲର ଶିବ ପ୍ରସାଦ
ଇଡିରେ ପୁଣି ଥରେ ହାଜର ହେଲେ ହୋଟେଲର ଶିବ ପ୍ରସାଦ

ହୋଟେଲ ଓ ହନିଟ୍ରାପ ଲିଙ୍କରେ ଆର୍ଥିକ କାରବାରର ରାଜ ଖୋଜୁଛି ଇଡି । ଏନେଇ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ତାଜ ଓଡ଼ିଶା ହୋଟେଲର ମାଲିକ ଶିବ ପ୍ରସାଦ ଦାସ । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଣଙ୍କ ପରେ ଜଣଙ୍କୁ ସମନ କରି ଅର୍ଚ୍ଚନା ସମ୍ପର୍କିତ ତଥ୍ୟ ହାସଲ କରୁଛି ଇଡି । ହୋଟେଲ ଓ ହନିଟ୍ରାପ ଲିଙ୍କରେ ଆର୍ଥିକ କାରବାରର ରାଜ ଖୋଜୁଛି ଇଡି । ଏନେଇ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ତାଜ ଓଡ଼ିଶା ହୋଟେଲର ମାଲିକ ଶିବ ପ୍ରସାଦ ଦାସ । ପ୍ରଥମ ଥର 14 ଘଣ୍ଟା ଧରି ଶିବ ପ୍ରସାଦଙ୍କୁ ଜେରା କରିଥିଲା ଇଡି । ଆଜି ଦ୍ବିତୀୟ ଥର ପାଇଁ ଅଫିସକୁ ଡକାଇ ଆର୍ଥିକ କାରବାରର କାଗଜ ପତ୍ର ମାଗିଛି ଇଡି ।

ହନିଟ୍ରାପ ପାଇଁ ହୋଟେଲ ଥିଲା କି ମାଧ୍ୟମ

ଅର୍ଚ୍ଚନାଙ୍କ ସହ କିଭଳି ହୋଇଥିଲା ଆର୍ଥିକ କାରବାର ? ଆର୍ଥିକ କାରବାରର ରାଜ କଣ ? ଏହା ବ୍ୟକ୍ତିଗତ ଥିଲା ନା ବ୍ୟବସାୟିକ ? ଜଣେ ହୋଟେଲ ବ୍ୟବସାୟିକଙ୍କ ସହ କାହିଁକି କରାଯାଇଥିଲା ଆର୍ଥିକ କାରବାର । ଏହାର ରାଜ ଜାଣିବାକୁ ଅନେକ ପ୍ରଶ୍ନ ତିଆରି କରି ହୋଟେଲ ମାଲିକଙ୍କୁ ପଚରାଉଚରା କରିଛି ଇଡି । ତେବେ ପଚରାଉଚରା ପରେ ଇଡି ହାତରେ ଲାଗିଥିବା ସୁରାକ ଆଧାରରେ 2019ରୁ ଅର୍ଚ୍ଚନାଙ୍କ ସମ୍ପର୍କରେ ଥିଲେ ହୋଟେଲ ବ୍ୟବସାୟୀ । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଅନେକ ସମୟରେ ଶିବ ପ୍ରସାଦଙ୍କ ହୋଟେଲରେ ବହୁ ସମୟ ଧରି ବିତାଇଛନ୍ତି ।

ତେବେ ହନିଟ୍ରାପର ମାୟାଜାଲ ଏହି ହୋଟେଲରେ ବିଛାଯାଉଥିଲା କି ? ଏହି ହୋଟେଲରେ ହନି ଟ୍ରାପର ଡିଲ ହେଉଥିଲା କି ? ଏନେଇ ଅନେକ ସନ୍ଦେହ ଆଧାରରେ ଆର୍ଥିକ କାରବାର ଲିଙ୍କରେ ସମନ୍ କରିଥିଲା ଇଡି । ଜଣେ ହୋଟେଲ ବ୍ୟବସାୟୀଙ୍କ ସହ ହନିଟ୍ରାପ କୁଇନଙ୍କର କଣ ସମ୍ପର୍କ ତାହା ଜାଣିବାକୁ ଇଡି ଜାଣିବାକୁ ଚାହିଁଛି । ତାଜ ଓଡ଼ିଶାର ମାଲିକ ଶିବ ପ୍ରସାଦଙ୍କ ଲିଙ୍କର ଖୋଳତାଡ଼ ପାଇଁ ଇଡି ପଚରାଉଚରା କରିଛି ।

ତେବେ ହୋଟେଲକୁ ବଡବଡିଆଙ୍କୁ ଡକାଇ ସେମାନଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୁର୍ତ୍ତ ଭିଡିଓ ସୁଟ ହେଉଥିଲା ନା ନାହିଁ ? ଯଦି ଏପରି ହେଉଥିଲା ତାହା ହୋଟଲ ମାଲିକଙ୍କ ଜାଣତରେ ନା ଅଜାଣତରେ ? ଯଦି ଜାଣତରେ ଏଥିପାଇଁ ଆର୍ଥିକ ସୁବିଧା ପାଉଥିଲେ କି ହୋଟେଲ ମାଲିକ ? ଏମିତି ଅନେକ ପ୍ରଶ୍ନ ଆଧାରରେ ଅର୍ଚ୍ଚନା ଲିଙ୍କର ଖୋଳତାଡ଼ ପାଇଁ ଇଡି ପଚରାଉଚରା ଆରମ୍ଭ କରିଛି ଇଡି।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 3, 2022, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.