ETV Bharat / bharat

UP Election 2022: ଜିତିଲେ ଯୋଗୀ ଆଦିତ୍ୟନାଥ

author img

By

Published : Mar 10, 2022, 4:38 PM IST

Updated : Mar 10, 2022, 5:23 PM IST

ରେକର୍ଡ ସଂଖ୍ୟକ ଭୋଟରେ ଜିତିଲେ ଯୋଗୀ । ଗୋରଖପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିତିଛନ୍ତି । ଅଧିକ ପଢନ୍ତୁ

UP Election 2022: ଜିତିଲେ ଯୋଗୀ ଆଦିତ୍ୟନାଥ
UP Election 2022: ଜିତିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ରେକର୍ଡ ସଂଖ୍ୟକ ଭୋଟରେ ଜିତିଲେ ଯୋଗୀ । ଗୋରଖପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଯୋଗୀ ଆଦିତ୍ୟନାଥ ସପା ପ୍ରାର୍ଥୀ ଶୁଭାବତୀ ଶୁକ୍ଳାଙ୍କୁ ବିପୁଳ ବ୍ୟବଧାନରେ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମୋଟ ୧ ଲକ୍ଷ ୨ ହଜାର ୩୯୯ ଖଣ୍ଡ ଭୋଟରେ ଜିତି ଗୋରଖପୁର ଆସନ ଦଖଲ କରିଛନ୍ତି । ଯୋଗୀଙ୍କ ବିପକ୍ଷରେ ପୂର୍ବତନ ବିଜେପି ନେତା ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କ ପତ୍ନୀ ଶୁଭାବତୀ ଶୁକ୍ଲା, ଆଜାଦ ସମାଜ ପାର୍ଟିରୁ ଚନ୍ଦ୍ରଶେଖର, ବିଏସପିରୁ ଖ୍ବାଜା ଶାମସୁଦ୍ଦିନ ଏବଂ କଂଗ୍ରେସ ପ୍ରାର୍ଥୀ ଚେତନା ପାଣ୍ଡେ ପ୍ରତିଦ୍ବନ୍ଦିତା କରୁଥିଲେ । ୨୦୧୭ରେ ଏହି ଆସନରେ ବିଜେପି ନେତା ରାଧାମୋହନ ଦାସ ଅଗ୍ରୱାଲ ବିଜୟ ମୁକୁଟ ପିନ୍ଧିଥିଲେ ।

ପ୍ରଥମେ ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ପରେ ସବୁ ଚର୍ଚ୍ଚାରେ ବିରାମ ଲଗାଇ ଦଳ ତାଙ୍କୁ ଗୋରଖପୁରରୁ ପ୍ରାର୍ଥୀ କରିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଏଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ଗତ ୧୮ ବର୍ଷ ମଧ୍ୟରେ ୟୁପିରେ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଧାନସଭା ନିର୍ବାଚନ ଲଢିଛନ୍ତି । ୨୦୧୭ରେ ଯେତେବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଲୋକସଭା ସଦସ୍ୟ ଥିଲେ । ଏହାପରେ ଉତ୍ତରପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । ଯୋଗୀଙ୍କ ପୂର୍ବରୁ ୨୦୦୩ରେ ମୁଖ୍ୟମନ୍ତ୍ରୀ ଥିବା ମୁଲାୟନ ସିଂହ ଯାଦବ ମୈନପୁରୀରୁ ନିର୍ବାଚନ ଲଢିଥିଲେ ।

ଏଥର ପୁଣିଥରେ ୟୁପିରେ ବିଜେପି ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି । ୩୭ ବର୍ଷ ହେଲା କେହି ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇନଥିବାବେଳେ ଯୋଗୀ ଏହି ପରମ୍ପରା ଭାଙ୍ଗିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 10, 2022, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.