ETV Bharat / bharat

ଭୟ-ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ: ଯୋଗୀ

author img

By

Published : Feb 27, 2022, 1:19 PM IST

ଭୟ-ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ: ଯୋଗୀ
ଭୟ-ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ: ଯୋଗୀ

ଆଜି ୟୁପିରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଭୟ, ଦଙ୍ଗା ଓ ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଦଙ୍ଗା, ଅପରାଧ ଓ ଭୟ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ । ରାଜ୍ୟରେ ସୁଶାସନ, ଉନ୍ନତି ଓ ନିରାପତ୍ତା ଦିଗରେ ନିଜର ମତସାବ୍ୟସ୍ତ କରନ୍ତୁ । ଆଜି ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପ୍ରଦେଶର ବିକାଶ ପାଇଁ ଲୋକଙ୍କ ଭୋଟ ଦେବାକୁ ଟ୍ବିଟରରେ ଏପରି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅପରାଧମୁକ୍ତ ରାଜ୍ୟ ପାଇଁ ବିଜେପିକୁ ଜିତାଇବାକୁ କରିବାକୁ ଯୋଗୀ ପରୋକ୍ଷରେ ଲୋକଙ୍କୁ ନିବେଦନ କରିଛନ୍ତି ।

  • उत्तर प्रदेश विधान सभा चुनाव-2022 का आज पंचम चरण है।

    अपने प्रदेश के उत्थान के लिए, सुशासन, सुरक्षा व सम्मान की प्राप्ति के लिए, भय मुक्त, दंगा मुक्त, अपराध मुक्त परिवेश के लिए सभी सम्मानित मतदाता गण अपने वोट का प्रयोग अवश्य करें।

    अतः संकल्प करें कि पहले मतदान फिर जलपान...

    — Yogi Adityanath (@myogiadityanath) February 27, 2022 " class="align-text-top noRightClick twitterSection" data=" ">

ଆଜି ୟୁପିରେ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । 12ଟି ଜିଲ୍ଲାର 61ଟି ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ । ପଞ୍ଚମ ପର୍ଯ୍ୟାୟରେ ବିଭିନ୍ନ ଦଳରୁ ମୋଟ 692 ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ରାଜ୍ୟବାସୀଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିବେଦନ କରିଛନ୍ତି । ବିଶେଷକରି ଯୁବବର୍ଗ ଓ ମହିଳାଙ୍କୁ ନିଜର ବହୁମୂଲ୍ୟ ମତସାବ୍ୟସ୍ତ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟତଃ ଆଜି ଅଯୋଧ୍ୟା, ପ୍ରୟାଗରାଜ ଏବଂ ଚିତ୍ରକୁଟରେ ଶାସକ ବିଜେପି ଓ ବିରୋଧିଙ୍କ ମଧ୍ୟରେ ମହା ମୁକାବିଲା ଚାଲିଛି । ଅଯୋଧ୍ୟା, ଲକ୍ଷ୍ନୌ, ଚିତ୍ରକୁଟ ଧାମ, ପ୍ରୟାଗରାଜର ୫ଟି ଡିଭିଜନ ସମେତ ଦେବୀପାଟନ, ଆମେଥି, ରାଏ ବରେଲି, ସୁଲତାନପୁର, ଚିତ୍ରକୁଟ, ପ୍ରତାପଗଡ, କୌଶମ୍ଭି, ପ୍ରୟାଗରାଜ, ବାରବାଙ୍କି, ଅଯୋଧ୍ୟା, ବାହରାଇଚ, ଶ୍ରବାସ୍ତି ଏବଂ ଗୋଣ୍ଡା ଆଦି ୧୨ ଜିଲ୍ଲାରେ ଭୋଟ ଗ୍ରହଣ ହେଉଛି । ଏହି ଅବସରରେ ୟୁପିକୁ ଦଙ୍ଗା, ଅପରାଧ ଓ ଭୟ ମୁକ୍ତ ରଖିବା ପାଇଁ ସମସ୍ତ ଭୋଟର ନିଶ୍ଚୟ ନିଜର ମତଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.