ETV Bharat / bharat

କଳାଯାଦୁ ପାଇଁ ବୋହୂର ଋତୁସ୍ରାବ ରକ୍ତ ନେଲେ ଶାଶୁଘର, ୫୦ ହଜାରରେ ବିକିଲେ

author img

By

Published : Mar 11, 2023, 2:11 PM IST

କଳାଯାଦୁ ପାଇଁ ବୋହୂର ଋତୁସ୍ରାବ ରକ୍ତ ନେଲେ ଶାଶୁଘର
କଳାଯାଦୁ ପାଇଁ ବୋହୂର ଋତୁସ୍ରାବ ରକ୍ତ ନେଲେ ଶାଶୁଘର

କଳାଯାଦୁ ପାଇଁ ବୋହୂର ଋତୁସ୍ରାବ ରକ୍ତ ନେଲେ ଶାଶୁଘର ଲୋକେ । ପୁଣେରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ମୁମ୍ବାଇ: ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ଅନ୍ଧବିଶ୍ବାସ କବଳରୁ ମୁକୁଳି ପାରିନି ମଣିଷ । କଳାଯାଦୁ ଓ ଗୁଣିଗାରେଡି ସନ୍ଦେହରେ ଅନେକ ସମୟରେ ଅମାନବୀୟ ଘଟଣାମାନ ଜନମାନସକୁ ଆନ୍ଦୋଳିତ କରୁଛି । ସେହିଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ମହାରାଷ୍ଟ୍ର ପୁଣେରୁ । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏଠାରେ ଜଣେ ୨୭ ବର୍ଷୀୟା ମହିଳାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଅଘୋରୀ ପୂଜା ପାଇଁ ମହିଳାଙ୍କ ଶାଶୁଘର ଲୋକେ ତାଙ୍କୁ ମାସିକ ଋତୁସ୍ରାବ ରକ୍ତ ଦେବାକୁ ବାଧ୍ୟ କରୁଥିଲେ । ବୋହୂର ଋତୁସ୍ରାବ ରକ୍ତ ନେଇ ସେମାନେ ବିକ୍ରି କରୁଥିଲେ । ଏନେଇ ପୀଡିତା ନିଜ ସ୍ବାମୀଙ୍କ ସମେତ ଶାଶୁଘର ଲୋକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ।

ସିନିୟର ପୋଲିସ ଇନ୍ସପେକ୍ଟର ଦତ୍ତାତ୍ରେୟ ଭାପକା କହିଛନ୍ତି, ଅଘୋରୀ ପୂଜା ପାଇଁ ଶାଶୁଘର ଲୋକେ ମହିଳାଙ୍କ ଋତୁସ୍ରାବ ରକ୍ତ ନେଉଥିଲେ । ଏଥିପାଇଁ ସେ ତାଙ୍କୁ ବାଧ୍ୟ କରୁଥିଲେ ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ମହିଳାଙ୍କ ଅଭିଯୋଗକ୍ରମେ ତାଙ୍କର ସ୍ବାମୀ, ଶ୍ବଶୁର, ଶାଶୁ, ଦେଢଶୁର, ପୁତୁରା ଓ ପଡୋଶୀଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ମହିଳା ଅଭିଯୋଗ କରିଛନ୍ତି ଯେ, ୨୦୧୯ ମସିହାରେ ବିଡ୍ ଜିଲ୍ଲାରେ ତାଙ୍କର ବିବାହ ହୋଇଥିଲା । ଗତବର୍ଷ ଅଗଷ୍ଟରେ ଦେଢଶୁର, ପୁତୁରା ଏବଂ ପଡୋଶୀ ତାଙ୍କୁ ଋତୁସ୍ରାବ ରକ୍ତ ଦେବାକୁ କହିଥିଲେ । କଳାଯାଦୁ ପାଇଁ ସେମାନେ ଏହି ରକ୍ତ ଚାହୁଁଥିଲେ । କିନ୍ତୁ ଏଥିରେ ମହିଳା ରାଜି ହୋଇନଥିଲେ । ଯାହାଫଳରେ ଜୋର ଜବରଦସ୍ତ ତାଙ୍କର ଋତୁସ୍ରାବ ରକ୍ତ ନେଇ ବୋତଲରେ ରଖିଥିଲେ । ଏଥିରେ ସ୍ବାମୀ, ଶାଶୁ ଶ୍ବଶୁର ମଧ୍ୟ ସହଯୋଗ କରିଥିଲେ ।

ଜଣେ ନିଃସନ୍ତାନ ଦମ୍ପତିଙ୍କୁ ମହିଳାଙ୍କ ଋତୁସ୍ରାବ ରକ୍ତ ଦରକାର ଥିଲା । ସେମାନେ କଳାଯାଦୁରେ ଏହି ରକ୍ତ ବ୍ୟବହାର କରି ସନ୍ତାନ ପ୍ରାପ୍ତି କରିବାକୁ ଚାହୁଁଥିଲେ । ତେଣୁ ମହିଳାଙ୍କ ଦେଢଶୂର ରକ୍ତ ନେଇ ତାଙ୍କୁ ବିକ୍ରି କରିଥିଲେ । ଏହା ବାବଦରେ ସେ ୫୦ ହଜାର ଟଙ୍କା ପଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବର୍ତ୍ତମାନ ଅଭିଯୋଗକାରୀ ନିଜର ବାପଘରେ ରହୁଥିବା ସୂଚନା ମିଳିଛି ।

କିଛି ଦିନ ତଳେ ଜଣେ ମହିଳାଙ୍କୁ ତାଙ୍କର ଶାଶୁଘର ଲୋକେ ମଣିଷ ହାଡଗୁଣ୍ଡ ଖୁଆଇଥିବା ଅଭିଯୋଗ ହୋଇଥିଲା । ଜଣେ ତାନ୍ତ୍ରିକ କଥାରେ ଶାଶୁଘର ଲୋକେ ସୁଖ ସମୃଦ୍ଧି ଓ ସନ୍ତାନପ୍ରାପ୍ତି ପାଇଁ ଏପରି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.