ETV Bharat / bharat

Interlocking System: ଇଣ୍ଟରଲକିଂ ସିଷ୍ଟମ କଣ ? ଟ୍ରେନ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ

author img

By

Published : Jun 5, 2023, 8:05 PM IST

ଭାରତୀୟ ରେଳବାଇରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହା ସିଗ୍ନାଲ ଦେବା ପାଇଁ ଏକ ପ୍ରଣାଳୀ । ତଥା ସାଧାରଣ ଭାବେ ବୁଝିବାକୁ ହେଲେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ହେଉଛି ଟ୍ରେନର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ସିଷ୍ଟମ ବା ବ୍ୟବସ୍ଥା । ଏହା ଦ୍ବାରା ରେଳ ଷ୍ଟେସନ, ଜଙ୍କସନ ଗୁଡିକରେ ରେଳଗାଡିର ଯାତାୟାତା ତଥା ସୁପରିଚାଳନା ହୋଇଥାଏ। ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ଦ୍ବାରା ପୁରା ଟ୍ରେନର ଗତିପଥ ନିୟନ୍ତ୍ରିତ ହୋଇଥାଏ । ଅଧିକ ପଢନ୍ତୁ

What is Interlocking System
What is InterlockWhat is Interlocking Systeming System

ନୂଆଦିଲ୍ଲୀ: ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଘଟଣା କେମିତି ଘଟିଲା ? କାହାର ଅପାରଗତା ପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା ? ଏହା ମାନବୀୟ ଅବହେଳା ନା ବୈଷୟିକ ତ୍ରୁଟି ? ଘଟଣାର ଦୋଷୀ ଦଣ୍ଡିତ ହେବେ ତ ? ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଛି । କିନ୍ତୁ ରେଲୱେ ବୋର୍ଡ ଗତକାଲି କୌଣସି ଷଡଯନ୍ତ୍ର ଆଶଙ୍କା କରି ସବିଆଇ ତଦନ୍ତ ପାଇଁ ସୁପାରିଶ କରିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ପ୍ରାଥମିକ ରିପୋର୍ଟ ଅନୁସାରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ କିଛି ତ୍ରୁଟି କାରଣରୁ ଘଟଣା ଘଟିଛି । ରେଳମନ୍ତ୍ରୀଙ୍କ କହିବା ଅନୁସାରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ପାଇଁ ଭୁଲ ସିଗ୍ନାଲ ହୋଇଥାଇପାରେ । ଫଳରେ ଦ୍ରୁତଗତିରେ ଥିବା କରମଣ୍ଡଳ ଏକ୍ସପ୍ରେସ ମେନ ଲାଇନ ଛାଡି ଲୁପ ଲାଇନକୁ ଆସିଯାଇଥିଲା । ତେବେ କଣ ଏହି ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ?

ଏହାବି ପଢନ୍ତୁ- Train Accident: ବୁଧବାର ଓଡିଶା ଆସିବେ ମମତା, ମୃତକଙ୍କ ପରିଜନକୁ ଦେବେ ନିଯୁକ୍ତିପତ୍ର

ଇଲେକ୍ଟ୍ରୋନିକ ଇଣ୍ଟରଲକିଂ କଣ ?: ଭାରତୀୟ ରେଳବାଇରେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହା ସିଗ୍ନାଲ ଦେବା ପାଇଁ ଏକ ପ୍ରଣାଳୀ । ତଥା ସାଧାରଣ ଭାବେ ବୁଝିବାକୁ ହେଲେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ହେଉଛି ଟ୍ରେନର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ସିଷ୍ଟମ ବା ବ୍ୟବସ୍ଥା । ଏହା ଦ୍ବାରା ରେଳ ଷ୍ଟେସନ, ଜଙ୍କସନ ଗୁଡିକରେ ରେଳଗାଡିର ଯାତାୟାତା ତଥା ସୁପରିଚାଳନା ହୋଇଥାଏ । ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ଦ୍ବାରା ପୁରା ଟ୍ରେନର ଗତିପଥ ନିୟନ୍ତ୍ରିତ ହୋଇଥାଏ । କେଉଁ ଟ୍ରାକରେ କେଉଁ ଗାଡି ଯିବ ତାହା ନିର୍ଣ୍ଣୟ ହୋଇଥାଏ । ଅର୍ଥାତ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ କୌଣସି ବି ଟ୍ରେନକୁ ସେଯାଏଁ ଆଗକୁ ବଢିବାକୁ ଦେଇନଥାଏ ଯେପର୍ଯ୍ୟନ୍ତ ସିଗ୍ନାଲ ଲୁପ ଲାଇନ ସେଟ ଅଛି, ଲୋକ ପାଇଲଟଙ୍କୁ ମେନ ଲାଇନର ସିଗ୍ନାଲ ଦିଆଯିବ ନାହିଁ । ଏଭଳି ଭାବେ ଯଦି ମେନ ଲାଇନ ସେଟ ଅଛି ତ ଲୁପ ଲାଇନର ସିଗ୍ନାଲ ଦିଆଯାଇ ନଥାଏ । ଇଣ୍ଟରଲକିଂ ସିଷ୍ଟମ ନିଶ୍ଚିତ କରିଥାଏ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ କେମିତି ଯିବେ ନାହିଁ । ଟ୍ରାକ ପରିବର୍ତ୍ତନ ଓ ସିଗ୍ନାଲ ମଧ୍ୟରେ ସମନ୍ବୟ ରଖିଥାଏ ଇଣ୍ଟରଲକିଂ ସିଷ୍ଟମ । ରେଳ ଧାରଣାରେ ଅନ୍ୟ ଟ୍ରେନ ଅଛି କି ନାହିଁ ସୂଚନା ଦେଇଥାଏ । ସେହି ଆଧାରରେ କେଉଁ ଟ୍ରେନ, କେଉଁ ଟ୍ରାକ ବା ଲାଇନରେ ଯିବ, ନିଷ୍ପତ୍ତି ନେଇଥାନ୍ତି ଷ୍ଟେସନ ମାଷ୍ଟର ।

ରେଳବାଇରେ 2 ପ୍ରକାର ଇଣ୍ଟରଲକିଂ: ରେଳ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭାରତୀୟ ରେଳବାଇରେ ଦୁଇ ପ୍ରକାର ଇଣ୍ଟରଲକିଂ ସିଷ୍ଟମ କାମ କରୁଛି ବା ରହିଛି । ଗୋଟିଏ ଇଲେକ୍ଟ୍ରୋନିକ ଇଣ୍ଟରଲୋକିଂ ଅନ୍ୟଟି ହେଉଛି କମ୍ୟୁଟର ବେସଡ୍‌ ଆଧାରିତ ଇଣ୍ଟରଲକିଂ । ଇଲେକ୍ଟ୍ରୋନିକ ଇଣ୍ଟରଲୋକିଂ ହେଉଛି ବର୍ତ୍ତମାନର ଆଧୁନିକ ଇଣ୍ଟରଲୋକିଂ । ଏଥିରେ ଟ୍ରେନକୁ ସଫ୍ଟୱେର ଓ ଇଲେକ୍ଟ୍ରୋନିକ କମ୍ପୋନେଟ ଜରିଆରେ ସୂଚନା ମିଳିଥାଏ । ଇଲେକ୍ଟ୍ରୋନିକ ଇଣ୍ଟରଲୋକିଂ ସିଷ୍ଟମ ୟାର୍ଡ ଓ ପ୍ୟାନେଲ ଇନପୁଟକୁ ପଢିବା କାମ କରିଥାଏ । ଏହା ଏକ ମାଇକ୍ରୋପ୍ରୋସେସର ଇଣ୍ଟରଲକିଂ ଡିଭାଇସ ।

କେମିତି କାମ କରିଥାଏ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ?: କେବୁଲ ଆଧାରିତ ଇଣ୍ଟରଲକିଂ ସିଷ୍ଟମ ପଏଣ୍ଟ ଓ ସିଗ୍ନାଲକୁ ଇଣ୍ଟରଲକ ରଖିଥାଏ । ପଏଣ୍ଟ ସେହି ଅଂଶ ହୋଇଥାଏ ଯେଉଁଠାରୁ ମେନ ଲାଇନରୁ ଲୁପ ଲାଇନ ପାଇଁ ଟ୍ରାକ ବା ରେଳ ଧାରଣା ବଦଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଇଣ୍ଟରଲକିଂକୁ ଷ୍ଟେସନ ମାଷ୍ଟରଙ୍କ କ୍ୟାବିନରେ ଥିବା ପ୍ୟାନେଲ ରୁମ ଓ ରେଳ ରୁମ ସହ ସଂଯୋଗ ହୋଇଥାଏ । ରେଳ ରୁମ ରୁଟ ଜରିଆରେ ଷ୍ଟେସନ ମାଷ୍ଟରଙ୍କ କ୍ୟାବିନରେ ଥିବା ପ୍ୟାନେଲକୁ ଟ୍ରେନ ଆସିବା ପୂର୍ବରୁ ସିଗ୍ନାଲ ପଠାଇଥାଏ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଇତିହାସ: କରମଣ୍ଡଳ ଏକ୍ସପ୍ରେସ ବର୍ତ୍ତମାନ ସୁଦ୍ଧା 3 ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ବର୍ଷ 2002, 2009 ଓ 2023ରେ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି। ଆଉ ବଡ କଥା ହେଉଛି ସମସ୍ତ 3ଟି ଯାକ ଦୁର୍ଘଟଣା ଶୁକ୍ରବାରରେ ହିଁ ଘଟିଛି । ଆଉ ତିନୋଟି ଯାକ ଦୁର୍ଘଟଣାରେ କରମଣ୍ଡଳ ଚେନ୍ନାଇ ହିଁ ଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.