ETV Bharat / bharat

ଦୁର୍ଘଟଣା ପରେ ଶଯ୍ୟାଶାୟୀ ସ୍କୁଲର ଏକମାତ୍ର ଶିକ୍ଷୟିତ୍ରୀ, 8 ମାସ ବନ୍ଦ ରହିବ ବିଦ୍ୟାଳୟ !

author img

By ETV Bharat Odisha Team

Published : Aug 27, 2023, 8:33 AM IST

ଦୁର୍ଘଟଣା ପରେ ଶଯ୍ୟାଶାୟୀ ସ୍କୁଲର ଏକମାତ୍ର ଶିକ୍ଷୟିତ୍ରୀ
ଦୁର୍ଘଟଣା ପରେ ଶଯ୍ୟାଶାୟୀ ସ୍କୁଲର ଏକମାତ୍ର ଶିକ୍ଷୟିତ୍ରୀ

ଏକମାତ୍ର ଶିକ୍ଷୟିତ୍ରୀ ଦୁର୍ଘଟଣା ପରେ 8 ମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ । ପରୀକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କୋଲକାତା: ସ୍କୁଲରେ ଶିକ୍ଷାଦାନ କରୁଥିଲେ ଜଣେ ମାତ୍ର ଶିକ୍ଷୟିତ୍ରୀ । ଏକ ଭୟଙ୍କର ଦୁର୍ଘଟଣା ପରେ 8 ମାସ ପର୍ଯ୍ୟନ୍ତ ହେଲେ ଶଯ୍ୟାଶାୟୀ । ଫଳରେ ଶିକ୍ଷୟିତ୍ରୀଙ୍କ ସହ ଶଯ୍ୟାଶାୟୀ ହେଲା ସମ୍ପୂର୍ଣ୍ଣ ସ୍କୁଲ । 8 ମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ହେବା ସହ ପରୀକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ । ଏପରି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବଙ୍କୁର ଜିଲ୍ଲାର ଚାନ୍ଦବିଲ ଜୁନିୟର ହାଇସ୍କୁଲରେ । ଏହି ଘଟଣାକୁ ନେଇ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ବଙ୍କୁର ଜିଲ୍ଲାର ଚାନ୍ଦବିଲ ଜୁନିୟର ହାଇସ୍କୁଲରେ ଅମିଆ ଚକ୍ରବତ୍ତୀ ଜଣେମାତ୍ର ଶିକ୍ଷୟିତ୍ରୀ ଭାବେ 32 ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରୁଥିଲେ । ଶିକ୍ଷୟତ୍ରୀ ଜଣକ ସମସ୍ତ ବିଷୟ ଶିକ୍ଷାଦାନ କରିବା ସହ ସ୍କୁଲର ଦାୟିତ୍ବ ମଧ୍ୟ ବହନ କରୁଥିଲେ । କିନ୍ତୁ ଏକ ଦୁର୍ଘଟଣାରେ ଶିକ୍ଷୟିତ୍ରୀଜଣକ ଗୁରୁତର ଆହାତ ହୋଇ ମେଡିକାଲରେ ରହିଛନ୍ତି । ତାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଦେଖି ଡାକ୍ତର ତାଙ୍କୁ 8 ମାସ ପର୍ଯ୍ୟନ୍ତ ବେଡରେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ପରେ ସ୍କୁଲରେ ଶିକ୍ଷକ କି କୌଣସି ଅନ୍ୟ ଶିକ୍ଷୟିତ୍ରୀ ନଥିବା କାରଣରୁ ସ୍କୁଲକୁ 8 ମାସ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଯାହାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିକ୍ଷେପ କରିଛନ୍ତି ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ।

ଅଭିଭାବକମାନେ କହିଛନ୍ତି, ରାଜ୍ୟରେ ଶିକ୍ଷାର ଗୁଣବତ୍ତା ଏବଂ ନିରନ୍ତର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉ ଥିବା ମିଛ ଡିଣ୍ଡିମ ପିଟୁଛି ଗଣଶିକ୍ଷା ବିଭାଗ । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ସ୍କୁଲରେ ନା ଅଛନ୍ତି ଶିକ୍ଷକ ନା କିଛି ବ୍ୟବସ୍ଥା । ଚାନ୍ଦବିଲ ଜୁନିୟର ହାଇସ୍କୁଲରେ ଜଣେ ମାତ୍ର ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିଲେ । ମାତ୍ର ତାଙ୍କ ଦୁର୍ଘଟଣା ପରେ ସେ 8 ମାସ ପର୍ଯ୍ୟନ୍ତ ଶଯ୍ୟାଶାୟୀ ରହିବେ । ଫଳସ୍ୱରୂପ, ଅଧ୍ୟୟନ କିମ୍ବା ପରୀକ୍ଷା ସ୍କୁଲରେ ହେବା ନାହିଁ । ଏହାକୁ ନେଇ ବରମ୍ବାର ଦାବି କଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ ।

ଅଧିକ ପଢନ୍ତୁ: ଛାତ୍ରଙ୍କୁ ମାଡ ଘଟଣା; ‘ଏହା ହିନ୍ଦୁ-ମୁସଲିମ ଘଟଣା ନୁହେଁ, ଆମକୁ ନ୍ୟାୟ ଦରକାର’

ଅନ୍ୟପଟେ ଜିଲ୍ଲା ସ୍କୁଲ ନିରୀକ୍ଷକ ପିୟୁଷକାନ୍ତ ବୀରା କହିଛନ୍ତି,‘‘ଖୁବ ଶୀଘ୍ର ସ୍କୁଲକୁ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କରାଯିବ । ଏହାକୁ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.