ETV Bharat / bharat

ଛାତ୍ରଙ୍କୁ ମାଡ ଘଟଣା; ‘ଏହା ହିନ୍ଦୁ-ମୁସଲିମ ଘଟଣା ନୁହେଁ, ଆମକୁ ନ୍ୟାୟ ଦରକାର’

author img

By ETV Bharat Odisha Team

Published : Aug 26, 2023, 6:50 PM IST

ଛାତ୍ରଙ୍କ ଦ୍ବାରା ଅନ୍ୟଜଣେ ଛାତ୍ରକୁ ମାଡ ମାରିବା ସହ ଅପତ୍ତିଜନକ ଶବ୍ଦର ବ୍ୟବହାର କରୁଥିବା ୟୁପି ଶିକ୍ଷୟିତ୍ରୀ ଭିିଡିଓ ଭାଇରାଲ । ନ୍ୟାୟ ଦାବି କଲା ପରିବାର । ଅଧିକ ପଢନ୍ତୁ

ଛାତ୍ରକୁ ଅନ୍ୟ ଛାତ୍ରଙ୍କ ଦ୍ବାରା ମାଡ ମରାଇଲେ ଶିକ୍ଷୟତ୍ରୀ
ଛାତ୍ରକୁ ଅନ୍ୟ ଛାତ୍ରଙ୍କ ଦ୍ବାରା ମାଡ ମରାଇଲେ ଶିକ୍ଷୟତ୍ରୀ

ଛାତ୍ରକୁ ଅନ୍ୟ ଛାତ୍ରଙ୍କ ଦ୍ବାରା ମାଡ ମରାଇଲେ ଶିକ୍ଷୟତ୍ରୀ

ଲକ୍ଷ୍ନୌ: ଛାତ୍ରଙ୍କ ଦ୍ବାରା ଅନ୍ୟଜଣେ ଛାତ୍ରକୁ ମାଡ ମାରିବା ନେଇ ନିର୍ଦ୍ଦେଶ ଦେଲେ ଶିକ୍ଷୟିତ୍ରୀ । ଛାତ୍ରକୁ ମାଡ ମାରିବା ସହ ଅପତ୍ତିଜନକ ଶବ୍ଦର ବ୍ୟବହାର କରୁଥିବା ଭିିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ । ଭିଡିଓଟି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଖବାପୁର ଗାଁରେ ଥିବା ଏକ ସ୍କୁଲର । ଏହି ଭିଡିଓରେ ଏକ ଶିକ୍ଷୟତ୍ରୀ ଜଣେ ଛାତ୍ରକୁ ଦଣ୍ଡ ଦେବା ପାଇଁ ଅନ୍ଯ ଛାତ୍ରଙ୍କୁ କହୁଥିବା ନଜର ଆସିଛି । ଶିକ୍ଷୟତ୍ରୀ ଜଣକ ଚୌକି ଉପରେ ବସି ଜଣେ ଜଣେ ଛାତ୍ରଙ୍କୁ ଡାକି ଅନ୍ୟ ଛାତ୍ରକୁ ଚାପୁଡା ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଛାତ୍ରକୁ ଅନ୍ୟଜଣେ ଛାତ୍ର ମଧ୍ୟ ମାଡ ମାରୁଛି । ଏହସହ ଶିକ୍ଷୟିତ୍ରୀଜଣକ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇ ଛାତ୍ରକୁ ଗାଳି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

  • #WATCH | UP: "My son is seven years old. This incident happened on 24th August. The teacher made the students beat my child again & again. My nephew made the video and had gone to school for some work...My seven-year-old child was tortured for an hour or two. He is scared...This… https://t.co/qQ7FaiPbza pic.twitter.com/zEelhTdK6G

    — ANI (@ANI) August 26, 2023 " class="align-text-top noRightClick twitterSection" data=" ">

ଭାଇରାଲ ଭିଡିଓକୁ ନେଇ ଖତୌଲୀ ଡିସିପି ରବିଶଙ୍କର କହିଛନ୍ତି, ‘‘ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଶିକ୍ଷୟିତ୍ରୀଜଣକ ଜଣେ ଛାତ୍ରକୁ ଅନ୍ୟ ଛାତ୍ରଙ୍କ ଦ୍ବାରା ମାଡ ମାରୁଥିବା ଦେଖିବାକୁ ମିଳିଛି । ଏହାସହ ସେ କିଛି ଆପତ୍ତିଜନକ ଶବ୍ଦ ମଧ୍ୟ କହୁଥିବା ନଜର ଆସିଛି । ଏହି ଭିଡିଓର ତଦନ୍ତ କରାଯିବା । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଅଧିକ ପଢନ୍ତୁ; Gujarat: 5 ବର୍ଷର ଛାତ୍ରଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ନିଲମ୍ବିତ

ତେବେ ଭିଡିଓରେ ଭାଇରାଲ ହେଉଥିବା ଶିକ୍ଷୟିତ୍ରୀଜଣକ ଘଟଣାକୁ ନେଇ ଏକ ସ୍ପଷ୍ଟୀକରଣ ରଖିଛନ୍ତି । ଶିକ୍ଷୟିତ୍ରୀ ତୃପ୍ତା ତ୍ୟାଗୀ କହିଛନ୍ତି, ‘‘ଏହି ଭିଡିଓରେ ତାଙ୍କ ଶବ୍ଦକୁ ପରିବର୍ତ୍ତନ କରି ଅପଶବ୍ଦ ବ୍ୟବହାର କରାଯାଇଛି । ସେ କୈଣସି ସାମ୍ପ୍ରଦାୟକୁ ନେଇ କିଛି ବି ଖରାପ ମନ୍ତବ୍ୟ ଦେଇନାହାଁନ୍ତି । ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଉପରେ ଆଧାରିତ । ପ୍ରକୃତ ଘଟଣା ହେଲେ ମୁଁ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ନିଜେ ଦଣ୍ଡ ଦେବାରେ ସକ୍ଷମ ନୁହଁନ୍ତି । ଛାତ୍ରକୁ ହୋମୱାର୍କ ଦିଆ ଯାଇଥିବା ବେଳେ ସେ ସେହି ପାଠ କରିନଥିଲା । ଯାହାକୁ ନେଇ ଅନ୍ୟଛାତ୍ରଙ୍କୁ ତାକୁ ଦଣ୍ଡ ଦେବା ପାଇଁ ମୁଁ କହିଥିଲି । ଛାତ୍ର ପାଠ ପଢୁ ନଥିବା କାରଣରୁ ତାର ପିତାମାତା ଛାତ୍ର ଉପରେ କଡା ନଜର ଦେବା ସହ କଠୋର ଦଣ୍ଡ ଦେବାକୁ କହିଥିଲେ । କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିବା ମୋର ଲକ୍ଷ୍ୟ ନୁହେଁ । ଏହା ଏକ ସାମନ୍ୟ ଘଟଣା । ଯାହାକୁ ଭାଇରାଲ କରି ବଡ ଘଟଣାରେ ପରିଣତ କରାଯାଉଛି ।’’

ଏପଟେ ପୀଡିତ ଛାତ୍ରଙ୍କ ବାପା କହିଛନ୍ତି, "ଏହି ଘଟଣା କୌଣସି ହିନ୍ଦୁ-ମୁସଲିମ୍ ପ୍ରସଙ୍ଗ ନୁହେଁ । ଆମକୁ ନ୍ୟାୟ ଦରକାର । ମୋ ପୁଅ ଏହି ଘଟଣା ପରେ ଡରି ଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.