ETV Bharat / bharat

ମ୍ୟାଲେରିଆରେ ଆକ୍ରାନ୍ତ ପଶ୍ଚିମବଙ୍ଗ ରାଜ୍ୟପାଳ ଧନଖର, ଦିଲ୍ଲୀ ଏମ୍ସରେ ଭର୍ତ୍ତି

author img

By

Published : Oct 25, 2021, 7:56 PM IST

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଦିଲ୍ଲୀ ଏମ୍ସରେ ଭର୍ତ୍ତି
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଦିଲ୍ଲୀ ଏମ୍ସରେ ଭର୍ତ୍ତି

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ମ୍ୟାଲେରିଆ । ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା । ଅଧିକ ପଢନ୍ତୁ..

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଜ୍ବର ଅନୁଭବ ହେବା ପରେ ଧନଖରଙ୍କ ଜଟିଳତା ବଢିଥିଲା । ଆଜି ରକ୍ତ ନମୂନା ପରୀକ୍ଷାରୁ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ଏମ୍ସର ଏକ ଅଭିଜ୍ଞ ଡାକ୍ତରୀ ଟିମ ଚିକିତ୍ସା ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ଧନଖର ୧୦ ଦିନିଆ ଉତ୍ତର ବଙ୍ଗ ଗସ୍ତ ସାରିବା ପରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଥିଲେ । ସେ ସେଠାରେ ପଶ୍ଚିମବଙ୍ଗ ହାଉସରେ ଅବସ୍ଥାନ କରୁଥିବାବେଳେ ଶନିବାର ରାତିରେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ । ଜ୍ବର ହେବା ସହ ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା । ତାଙ୍କର ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯିବାରୁ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଧନଖର ୧୦ ଦିନିଆ ଉତ୍ତର ବଙ୍ଗ ଗସ୍ତରେ ଡାର୍ଜିଲିଂ ଯାଇଥିବାବେଳେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.