ETV Bharat / bharat

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପେଟ୍ରୋଲ 1 ଟଙ୍କା ହ୍ରାସ

author img

By

Published : Feb 21, 2021, 5:26 PM IST

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପେଟ୍ରୋଲ 1 ଟଙ୍କା ହ୍ରାସ
ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପେଟ୍ରୋଲ 1 ଟଙ୍କା ହ୍ରାସ

ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଦାମରେ ଏକ ଟଙ୍କା ହ୍ରାସ କରି ରାଜ୍ୟର ଜନସାଧାରଣଙ୍କୁ ଆସ୍ୱସ୍ତ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା 1 ଟଙ୍କା କମ କରିବା ନେଇ ଘୋଷଣା କରିଛନ୍ତି ଦିଦି । ଅଧିକ ପଢନ୍ତୁ...

କୋଲକାତା: ସାରା ଦେଶର ତେଲରେ ଲାଗିଛି ନିଆଁ । ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ଅନେକ ସ୍ଥାନରେ ଶତକ ଛୁଇଁ ସାରିଲାଣି ତୈଲ୍ୟ ଦର । ତେବେ ତୈଳ ଦର ବୃଦ୍ଧି ନେଇ ସିଧାସଳଖ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିଚାଲିଛନ୍ତି ବିରୋଧୀ । ଏହାରି ମଧ୍ୟରେ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଆସ୍ବସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ।

ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଦାମରେ ଏକ ଟଙ୍କା ହ୍ରାସ କରି ରାଜ୍ୟର ଜନସାଧାରଣଙ୍କୁ ଆସ୍ବସ୍ତ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା 1 ଟଙ୍କା କମ କରିବା ନେଇ ଘୋଷଣା କରିଛନ୍ତି ଦିଦି । ଏହି ଦର ରବିବାର ରାତିରୁ ଲାଗୁ ହେବ । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିଶ୍ର ।

ଅର୍ଥମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଜନସାଧାରଣଙ୍କୁ ଆସ୍ବସ୍ତ କରିବ । ସେ କହିଛନ୍ତି, କେନ୍ଦ୍ର ସରକାର ପେଟ୍ରୋଲର ପ୍ରତି ଲିଟରରୁ 32ଟଙ୍କା 90 ପଇସା ରାଜସ୍ବ ହାସଲ କରୁଥିବା ବେଳେ ରାଜ୍ୟକୁ ମାତ୍ର 18ଟଙ୍କା 46 ପଇସା ମିଳେ । ସେହିପରି ଡିଜେଲରୁ କେନ୍ଦ୍ର ସରକାରଙ୍କୁ 31ଟଙ୍କା 80 ପଇସା ରାଜସ୍ବ ମିଳୁଥିବା ବେଳେ ରାଜ୍ୟକୁ ମିଳେ ମାତ୍ର 12 ଟଙ୍କା 77 ପଇସା ।

ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ନିଜ ଦଳ ତୃଣମୂଳ କଂଗ୍ରେସର ତେଲ ସରି ସରି ଆସୁଥିବା ଦେଖି ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ଦିଦି ଏହି ପଦକ୍ଷେପ ନେଇଛନ୍ତି ବୋଲି ବିରୋଧୀ ଆଲୋଚନା କରୁଛନ୍ତି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାର ତେଲ ଦର ନିର୍ଦ୍ଧାରଣ କରୁଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.