ETV Bharat / bharat

ଆସନ୍ତା ୧୧ରେ କବିତାଙ୍କ ହେବ ବୟାନ ରେକର୍ଡ: ସିବିଆଇ

author img

By

Published : Dec 6, 2022, 8:35 PM IST

ଆସନ୍ତା ୧୧ରେ କବିତାଙ୍କ ହେବ ବୟାନ ରେକର୍ଡ: ସିବିଆଇ
ଆସନ୍ତା ୧୧ରେ କବିତାଙ୍କ ହେବ ବୟାନ ରେକର୍ଡ: ସିବିଆଇ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା (Delhi liquor scam case) । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କ ସମ୍ପୃକ୍ତି ଅଭିଯୋଗ ଘଟଣାରେ ଆସନ୍ତା ୧୧ ତାରିଖରେ ତାଙ୍କ ବୟାନ ରେକର୍ଡ ହେବା ନେଇ ସୂଚନା ଦେଇଛି ସିବିଆଇ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା (Delhi liquor scam case)ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଟିଆରଏସ ବିଧାନ ପରିଷଦ ସଦସ୍ୟା କବିତା (MLC Kavitha)ଙ୍କ ସମ୍ପୃକ୍ତି ଅଭିଯୋଗ । ଏହି ଘଟଣାରେ ଆସନ୍ତା ୧୧ ତାରିଖରେ ସିବିଆଇ କବିତାଙ୍କ ବୟାନ ରେକର୍ଡ କରିବ ବୋଲି କହିଛି (CBI agreed to conduct investigation on 11th December) ।

ଗତ ଡିସେମ୍ବର ୩ ତାରିଖରେ ହାଜର ହେବା ନେଇ ସିବିଆଇ କବିତାଙ୍କୁ ସମନ ଜାରି କରିଥିବା ବେଳେ ସେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । ତେବେ ଆସନ୍ତା ୧୧ ତାରିଖରେ ତାଙ୍କ ବୟାନ ରେକର୍ଡ ହେବ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ପଚରା ଉଚୁରା ପାଇଁ ଗତ ଡିସେମ୍ବର ୩ ତାରିଖ ପରେ ୬ ତାରିଖ ପାଇଁ ସମନ ଜାରି କରିଥିଲେ । ଏହାପରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ହୋଇଥିବା ଅଭିଯୋଗ ପତ୍ରର ଏକ ଦସ୍ତାବିଜ ତାଙ୍କୁ ଦେବା ପାଇଁ ସେ କହିଥିଲେ । ଏହାପରେ ବିଭାଗ ଇ-ମେଲ ଯୋଗେ ଏ ନେଇ ପ୍ରତିକ୍ରିୟା ରଖିଥିଲା । ଅଭିଯୋଗ ପତ୍ର ୱେବସାଇଟରେ ରହିଥିବା ତାଙ୍କୁ ମେଲ୍‌ ଯୋଗେ ଜଣାଇ ଦେଇଥିଲା ବିଭାଗ । କବିତା ଏ ନେଇ ଆଇନ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା ପରେ ସିବିଆଇକୁ ଏକ ଚିଠି ଲେଖିଥିଲେ ।

ଏହା ବି ପଢନ୍ତୁ- Delhi liquor scam: ଆସନ୍ତାକାଲି ସିବିଆଇରେ ହାଜର ହେବେନି କବିତା

ଏଥିରେ କବିତା କହିଥିଲେ,'' ମୁଁ ଏଫଆଇଆର କପିକୁ ଭଲ ଭାବେ ନିରୀକ୍ଷଣ କରିଛି । ଏଥିରେ ମୋ ନାମ ରହିଛି । ତେବେ ମୋର ପୂର୍ବ କାର୍ଯ୍ୟସୂଚୀ ରହିଥିବାରୁ ମୁଁ ଡିସେମ୍ବର ୬ରେ ପଚରାଉଚରା ପାଇଁ ହାଜର ହୋଇପାରିବେ ନାହିଁ । ଆସନ୍ତା ଡିସେମ୍ବର ୧୧, ୧୨, ୧୪ କିମ୍ବା ୧୫ରରେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ସମ୍ପୃକ୍ତ ଅଧିକାରୀଙ୍କୁ ଭେଟିପାରିବେ" ବୋଲି ସେ କହିଥିଲେ । କବିତା ସିବିଆଇ ଡିଆଇଜି ରାଘବେନ୍ଦ୍ରଙ୍କୁ ସୋମବାର ମେଲ୍‌ ଯୋଗେ ଜଣାଇଥିଲେ ।

ତେବେ ଆଜି ଏହାର ଉତ୍ତର ଦେଇଛି ସିବିଆଇ । କବିତାଙ୍କ ଅନୁରୋଧକୁ ରକ୍ଷା କରି ଆସନ୍ତା ୧୧ ତାରିଖରେ କବିତାଙ୍କ ବୟାନ ରେକର୍ଡ ନେଇ ସିବିଆଇ ସୂଚନା ଦେଇଛି । ଏହା ସହିତ କବିତାଙ୍କୁ ମଧ୍ୟ ଏ ନେଇ ମେଲ୍‌ ଯୋଗେ ଜଣାଇ ଦିଆଯାଇଛି । ସୂଚନା ଥାଉ କି ଦିଲ୍ଲୀର ଅବକାରୀ ନୀତି ଦୁର୍ନିତୀର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (CBI) ଶୁକ୍ରବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ନୋଟିସ୍‌ ଜାରି କରିଥିଲା । ସିଆରପିସି ଧାରା ୧୬୦ରେ ନୋଟିସ ଜାରି କରି ଡିସେମ୍ବର ୬ରେ ପଚରାଉଚରା ପାଇଁ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.