ETV Bharat / bharat

Delhi liquor scam: ଆସନ୍ତାକାଲି ସିବିଆଇରେ ହାଜର ହେବେନି କବିତା

author img

By

Published : Dec 5, 2022, 12:58 PM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆସନ୍ତାକାଲି(ମଙ୍ଗଳବାର) ସିବିଆଇରେ ହାଜର ନହେବାକୁ ଚିଠି ଲେଖିଲେ ଟିଆରଏସ ବିଧାନ ପରିଷଦ ସଦସ୍ୟା କବିତା ।

ଆସନ୍ତାକାଲି ସିବିଆଇରେ ହାଜର ହେବେ ନାହିଁ କବିତା
ଆସନ୍ତାକାଲି ସିବିଆଇରେ ହାଜର ହେବେ ନାହିଁ କବିତା

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କ ସମ୍ପୃକ୍ତି । ଏନେଇ ଗତ ଡିସେମ୍ବର ୩ତାରିଖରେ ହାଜର ହେବାକୁ କବିତାଙ୍କୁ ସମନ ଜାରି କରିଥିଲା ସିବିଆଇ । କିନ୍ତୁ ଆସନ୍ତାକାଲି(ମଙ୍ଗଳବାର) ପଚରାଉଚରା ପାଇଁ ସେ ହାଜର ହୋଇପାରିବେ ନାହିଁ ବୋଲି ସିବିଆଇକୁ ଚିଠି ଲେଖିଛନ୍ତି ।

କବିତା ସିବିଆଇକୁ ଚିଠି ଲେଖି କହିଛନ୍ତି ଯେ,'' ମୋର ପୂର୍ବ କାର୍ଯ୍ୟସୂଚୀ ହେତୁ ମୁଁ ଡିସେମ୍ବର ୬ରେ ପଚରାଉଚରା ପାଇଁ ହାଜର ହୋଇପାରିବେ ନାହିଁ । ଆସନ୍ତା ଡିସେମ୍ବର ୧୧, ୧୨, ୧୪ କିମ୍ବା ୧୫ରରେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ସମ୍ପୃକ୍ତ ଅଧିକାରୀଙ୍କୁ ଭେଟି ପାରିବେ ବୋଲି କହିଛନ୍ତି''।

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତିର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (CBI) ଶୁକ୍ରବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଟିଆରଏସ ବିଧାନ ପରିଷଦ ସଦସ୍ୟା କବିତାଙ୍କୁ ନୋଟିସ୍‌ ଜାରି କରିଥିଲା । ସିଆରପିସି ଧାରା ୧୬୦ରେ ନୋଟିସ ଜାରି ଡିସେମ୍ବର ୬ରେ ପଚରାଉଚରା ପାଇଁ କୁହାଯାଇଥିଲା । ଏହାପରେ କବିତା ତାଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିବେ ବୋଲି କହିଥଲେ । କିନ୍ତୁ ସେ ଆସନ୍ତାକାଲି ପଚରାଉଚରା ପାଇଁ ଯାଇପାରିବେ ନାହିଁ ବୋଲି ଆଜି ସିବିଆଇକୁ ଚିଠି ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନରେ ଭାରତ ଯୋଡ ଯାତ୍ରା, ରାହୁଲଙ୍କ ସହ ପାଦ ମିଶାଇ ଚାଲୁଛନ୍ତି ଗେହଲଟ-ପାଇଲଟ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ କହିଥିଲା ଯେ, ତଦନ୍ତ ସମୟରେ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଭାରତ ରାଷ୍ଟ୍ର ସମିତି(BRS) ନେତ୍ରୀ ଜାଣିଥିବେ । ତେଣୁ ଯାଞ୍ଚ ଦୃଷ୍ଟିରୁ ଏହି ତଥ୍ୟ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.