ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପେଟ୍ରୋଲ ୧୦ ଓ ଡିଜେଲ ୫ ଟଙ୍କା ହେବ ଶସ୍ତା

author img

By

Published : Nov 7, 2021, 4:11 PM IST

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପେଟ୍ରୋଲ ୧୦ ଓ ଡିଜେଲ ୫ ଟଙ୍କା ହେବ ସସ୍ତା
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପେଟ୍ରୋଲ ୧୦ ଓ ଡିଜେଲ ୫ ଟଙ୍କା ହେବ ସସ୍ତା

ପେଟ୍ରୋଲ ୧୦ ଓ ଡିଜେଲ ୫ ଟଙ୍କା କମ କରିବେ ପଞ୍ଜାବ ସରକାର । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ଆଜି ମଧ୍ୟରାତ୍ରୀରୁ ନୂଆଦର ହେବ ଲାଗୁ । ଅଧିକ ପଢନ୍ତୁ...

ଚଣ୍ଡିଗଡ: ପଞ୍ଜାବରେ ପେଟ୍ରୋଲ ୧୦ ଟଙ୍କା ଏବଂ ଡିଜେଲ ୫ ଟଙ୍କା ହେବ ଶସ୍ତା । ରାଜ୍ୟ ସରକାର ଉଭୟ ଉପରୁ VAT ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସୂଚନା ଦେଇଛନ୍ତି । ପରିବର୍ତ୍ତିତ ନୂଆ ଦର ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ ।

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ପରେ ରାଜ୍ୟ ସରକାରମାନେ ମଧ୍ୟ VAT କମ କରିବାରେ ଲାଗିଛନ୍ତି । ଭିନ୍ନଭିନ୍ନ ରାଜ୍ୟରେ VAT ହ୍ରାସ ଦର ମଧ୍ୟ ଭିନ୍ନ ରହିଛି । ଏହି କ୍ରମରେ ସାମିଲ ହୋଇଛି ପଞ୍ଜାବ ।

ତେବେ ବର୍ତ୍ତମାନ ପଞ୍ଜାବରେ ପେଟ୍ରୋଲ ଲିଟର ପିଛା ଦର ଦିଲ୍ଲୀ ତୁଳନାରେ ୯ ଟଙ୍କା କମ ରହିଛି । ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ପେଟ୍ରୋଲରୁ ୧୦ ଟଙ୍କା ଏବଂ ଡିଜେଲରୁ ୫ ଟଙ୍କା VAT କମ କରିବେ । ତେଣୁ ପେଟ୍ରୋଲ ୧୦ ଏବଂ ଡିଜେଲ ୫ ଟଙ୍କା ଶସ୍ତା ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.