ETV Bharat / bharat

ବିଦ୍ରୋହୀ ବିଧାୟକଙ୍କୁ ସିନ୍ଦେଙ୍କ ଆଶ୍ବାସନା, ରହିଛି ଜାତୀୟ ଦଳର ସମର୍ଥନ

author img

By

Published : Jun 24, 2022, 12:40 PM IST

Updated : Jun 24, 2022, 12:55 PM IST

ମହାରାଷ୍ଟ୍ର ମହାନାଟକ, BJP ସମର୍ଥନ ଥିବା ସଂଙ୍କେତ ଦେଲେ ସିନ୍ଦେ
ମହାରାଷ୍ଟ୍ର ମହାନାଟକ, BJP ସମର୍ଥନ ଥିବା ସଂଙ୍କେତ ଦେଲେ ସିନ୍ଦେ

ବିଦ୍ରୋହୀ ଶିବସେନା ବିଧାୟକଙ୍କ ପଛରେ ରହିଛି ଭାରତୀୟ ଜନତା ପାର୍ଟିର (BJP) ସମର୍ଥନ । ଏମିତି କିଛି ସଙ୍କେତ ଦେଇଛନ୍ତି ବିଦ୍ରୋହୀ ବିଧାୟକ ଦଳର ନେତା ଏକନାଥ ସିନ୍ଦେ । ଅଧିକ ପଢନ୍ତୁ

ମୁମ୍ବାଇ: ଶିବସେନାର ବିଦ୍ରୋହୀ ବିଧାୟକଙ୍କ ପଛରେ ରହିଛି ଏକ ଜାତୀୟ ଦଳର ସମର୍ଥନ । ଗୌହାଟୀରେ ଥିବା ବିଦ୍ରୋହୀ ବିଧାୟକଙ୍କ ନେତା ନିର୍ବାଚିତ ହେବାପରେ ସମର୍ଥ ବିଧାୟକଙ୍କୁ ଏପରି କିଛି ଆଶ୍ବାସନା ଦେଇଛନ୍ତି ସିନ୍ଦେ । ଫଳରେ କେନ୍ଦ୍ରରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟିର(BJP) ସମର୍ଥନ ସେମାନଙ୍କ ସହିତ ରହିଥିବା ସଙ୍କେତ ଦେଇଛନ୍ତି ସିନ୍ଦେ ।

ଗୌହାଟୀରେ ବିଦ୍ରୋହୀ ବିଧାୟକଙ୍କ ନେତା ନିର୍ବାଚିତ ହୋଇଛନ୍ତି ଏକନାଥ ସିନ୍ଦେ । ବିଦ୍ରୋହୀ ବିଧାୟକଙ୍କୁ ନେଇ ଗୌହାଟୀରେ ଘନ ଘନ ବୈଠକ ବସୁଛି । ଭବିଷ୍ୟତ ପଦକ୍ଷପ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ ହେଉଛି । ସିନ୍ଦେ ଏକ ଭିଡିଓରେ କହିଛନ୍ତି, "ଆମେ ସମସ୍ତ ପରିସ୍ଥିତିରେ ଏକାଠି ରହିବା ସବୁ ପରିସ୍ଥିତର ସାମ୍ନା କରିବା । ଶେଷ ଯାଏ ଲଢିବା ବିଜୟ ହେବା ।"

ସେ ଆହୁରି କହିଛନ୍ତି, ଜାତୀୟ ଦଳ ବିଜେପି ଏକ ମହାଶକ୍ତି । ସମସ୍ତ ଦେଖିଲେ ପାକିସ୍ତାନ ସହ କଣ ହେଲା । ମୁଁ ଯେଉଁ ନିଷ୍ପତ୍ତି ନେଇଛି ତାଙ୍କୁ ଐତିହାସିକ କହିବା ସହ ସେମାନେ ସମର୍ଥନ କରିଛନ୍ତି । ଆମକୁ କୌଣସି ପରିସ୍ଥିତିରେ ପଛରେ ଛାଡିବେ ନାହିଁ । ଆବଶ୍ୟକ ପଡିଲେ ସେ ଆମକୁ ସମର୍ଥନ କରିବେ ବୋଲି କହିଛନ୍ତି ସିନ୍ଦେ ।

ମହାରାଷ୍ଟ୍ରରେ ବିଜେପି ମୁଖ୍ୟ ବିରୋଧୀ ଦଳ ରହିଛି । ଯାହାକୁ ଶିବସେନାର ସର୍ବଦା ସ୍ବାଭାବିକ ସହଯୋଗୀ ବୋଲି କୁହାଯାଏ । ଦଳ ଅଦଳବଦଳର ସମର୍ଥନରେ ଦେଖା ଦେଇଥିବା ରାଜନୈତିକ ସଙ୍କଟରେ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଜେପି ଏହାକୁ ଖଣ୍ଡନ କରିଛି । ଆମେ ଏକନାଥ ସିନ୍ଦେଙ୍କ ସହ କଥା ହୋଇନାହୁଁ । ଏହା ଶିବସେନାର ବ୍ୟକ୍ତିଗତ ମାମଲା । ବିଜେପିର ଏହା ସହ କୌଣସି ସମ୍ପର୍କ ନାହିଁ । ଆମେ ସରକାର ଗଠନ କରିବାକୁ ଦାବି କରିନାହୁଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ ।

ପ୍ରକାଶ ଥାଉ କି, ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସୃଷ୍ଟି କରି ଶିବସେନାର 46 ବିଦ୍ରୋହୀ ବିଧାୟକ, ଆସାମର ଗୌହାଟୀରେ କ୍ୟାମ୍ପ କରି ଏକ ବଡ଼ ଅସନ୍ତୋଷ ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଦ୍ରୋହୀ ଶିବସେନା ବିଧାୟକମାନେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖି ଏକନାଥ ସିନ୍ଦେଙ୍କୁ ସେମାନଙ୍କର ନେତା ବୋଲି ଘୋଷଣା କରିଛନ୍ତି ।

Last Updated :Jun 24, 2022, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.