ETV Bharat / bharat

AssemblyElections2023: 3ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

author img

By

Published : Jan 18, 2023, 3:29 PM IST

Updated : Jan 18, 2023, 4:35 PM IST

Etv Bharat
Etv Bharat

ଆସନ୍ତା ଫେବୃୟାରୀ 16 ରେ ତ୍ରିପୁରା, ଫେବୃୟାରୀ 27 ରେ ମେଘାଳୟ ଓ ନାଗଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । ମାର୍ଚ୍ଚ 2 ରେ 3 ରାଜ୍ୟରେ ହେବ ଭୋଟ ଗଣତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ 3 ଟି ରାଜ୍ୟର ବାଜିଲା ବିଧାନସଭା ନିର୍ବାଚନ ବିଗୁଲ । ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧନାସଭା ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର । ପୂର୍ବତ୍ତର ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ(ECI) ଆଜି ପ୍ରେସମିଟ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । 60 ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ 16 ଫେବୃୟାରୀରେ ହେବ । ଏଥିପାଇଁ 21 ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇବ । 30 ଜାନୁୟାରୀ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । 31 ଜାନୁୟାରୀରେ ନାମାଙ୍କାନ ଯାଞ୍ଚ ହେବ । ଫେବୃୟାରୀ 2 ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ ।

ସେହିପରି 60 ଆସନ ବିଶିଷ୍ଟ ମେଘାଳୟ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଫେବୃୟାରୀ 27 ରେ ହେବ । ବିଭିନ୍ନ ସ୍କୁଲ କଲେଜ ପରୀକ୍ଷା ଓ ସୁରକ୍ଷା ଜନିତ କାରଣରୁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ସେହିଭଳି 60 ଆସନ ବିଶିଷ୍ଟ ନାଗଲାଣ୍ଡ ବିଧାନସଭା ନିର୍ବାଚନ ମଧ୍ୟ 27 ଫେବୃୟାରୀରେ ଗୋଟିଏ ପର୍ଯ୍ୟାୟରେ ହେବ । ଉଭୟ ରାଜ୍ୟ ପାଇଁ 31 ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇବ । 7 ଫେବୃୟାରୀ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଫେବୃୟାରୀ 8 ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଫେବୃୟାରୀ 10 ନାମାଙ୍କନ ଦାଖଲର ପ୍ରତ୍ୟାହାର ଦିନ ରହିଛି । ମାର୍ଚ୍ଚ 2 ରେ 3 ରାଜ୍ୟର ଭୋଟ ଗଣତି ହେବ । ମାର୍ଚ୍ଚ 4 ରେ ପୁରା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏନେଇ ଆଜି ଭାରତୀୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି ।

ତ୍ରିପୁରାରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିବାବେଳେ, ମାଣିକ ସାହ ମୁଖ୍ୟମନ୍ତ୍ରୀ ଅଛନ୍ତି । ମେଘାଳୟରେ ବର୍ତ୍ତମାନ ମେଣ୍ଟ ସରକାର ଚାଲିଥିବା ବେଳେ ନେସନାଲ ପିପୁଲ୍ସ ପାର୍ଟି (ଏନପିପି) ନେତା କୋନରାଡ ସାଙ୍ଗାମା ମୁଖ୍ୟମନ୍ତ୍ରୀ ଅଛନ୍ତି । ଏନପିପି ପୂର୍ବତ୍ତୋର ରାଜ୍ୟର ଏକମାତ୍ର ପାର୍ଟି ଯିଏ ଜାତୀୟ ଦଳର ମାନ୍ୟତା ପାଇଛି ।

ଏହାବାଦ ନାଗଲାଣ୍ଡରେ ନେସନାଲିଷ୍ଟ ଡେମୋକ୍ରାଟିକ ପାର୍ଟି ଶାସନ କରୁଛି । ଏଥିରେ ବିଜେପି ମଧ୍ୟ ସହଯୋଗୀ ଦଳ ଭାବେ ସରକାରରେ ସାମିଲ ହୋଇଛି ।

Last Updated :Jan 18, 2023, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.