ETV Bharat / bharat

ବିଶ୍ବର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ପରିଦର୍ଶନ କଲେ ଉପରାଷ୍ଟ୍ରପତି

author img

By

Published : Oct 26, 2022, 10:19 AM IST

ବିଶ୍ବର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ପରିଦର୍ଶନ କଲେ ଉପରାଷ୍ଟ୍ରପତି
ବିଶ୍ବର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ପରିଦର୍ଶନ କଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଙ୍ଗଳବାର ରାଜସ୍ଥାନ ଗସ୍ତରେ ଯାଇ ରାଜସମନ୍ଦରେ ପହଞ୍ଚିଛନ୍ତି । ସେଠାରେ ସେ ନାଥଦ୍ୱାରସ୍ଥିତ ଶ୍ରୀନାଥଜୀଙ୍କ ଦର୍ଶନ କରିଥିଲେ । ଏହାପରେ ସେ ବିଶ୍ବର ସବୁଠାରୁ ଉଚ୍ଚ ଶିବ ପ୍ରତିମୂର୍ତ୍ତି ପରିଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ଜୟପୁର: ଦିନିକିଆ ରାଜସ୍ଥାନ ଗସ୍ତରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ପହଞ୍ଚି ନାଥଦ୍ବାରରେ ବିଶ୍ବର ସବୁଠାରୁ ଉଚ୍ଚ ଶିବ ପ୍ରତିମୂର୍ତ୍ତି ପରିଦର୍ଶନ କଲେ ଉପରାଷ୍ଟ୍ରପତି । ଏହା ପୂର୍ବରୁ ରାଷ୍ଟ୍ରପତି ପତ୍ନୀଙ୍କ ସହ ଶ୍ରୀନାଥଜୀଙ୍କର ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ । ଚିରଞ୍ଜିବୀ ବିଶାଳ ବାବା ଶ୍ରୀନାଥଜୀଙ୍କର ପ୍ରସାଦ ଭେଟି ଦେଇ ମନ୍ଦିରର ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କର ସ୍ବାଗତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ବିଶ୍ବର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ପରିଦର୍ଶନ କଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ରାଜସ୍ଥାନ ରାଜସମନ୍ଦ ଜିଲ୍ଲାର ନାଥଦ୍ବାରସ୍ଥିତ ବିଶ୍ବର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ପରିଦର୍ଶନ କରିଛନ୍ତି । ଏଠାରେ ମିରାଜ ସମୂହର ମଦନ ପାଲିବାଲ ଉପରାଷ୍ଟ୍ରପତିଙ୍କର ସ୍ବାଗତ କରିବା ସହିତ ୨୯ ତାରିଖରେ ହେବାକୁ ଥିବା ଲୋକାର୍ପଣ କାର୍ଯ୍ୟକ୍ରମକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ।

ବ୍ରହ୍ମକୁମାରୀରେ ୮୫ ତମ ବାର୍ଷିକୋତ୍ସବରେ ସାମିଲ ହେଲେ

ଏହା ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ରାଜସ୍ଥାନର ଆବୁରୋଡସ୍ଥିତ ବ୍ରହ୍ମକୁମାରୀ ସଂସ୍ଥାନର ୮୫ ତମ ବାର୍ଷିକୋତ୍ସବରେ ଯୋଗ ଦେଇଥିଲେ । ସେଠାରେ ସଂସ୍ଥାନର ଡାଇମଣ୍ଡ ହଲ (Diamond Hall) ପହଞ୍ଚିବା ସମୟରେ ଉପରାଷ୍ଟ୍ରପତି ଧନକଡ଼ ଓ ତାଙ୍କ ଧର୍ମପତ୍ନୀଙ୍କର ଭବ୍ୟ ସ୍ବାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକତା ଜୀବନ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଥିଲେ ଉପରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.