ETV Bharat / bharat

ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ଉପରାଷ୍ଟ୍ରପତି ଧନଖର

author img

By

Published : Oct 21, 2022, 10:53 PM IST

vice president Jagdeep Dhankhar met President Droupadi Murmu
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି (Jagdeep Dhankhar diwali wish to Droupadi Murmu)। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଅଧର୍ମ ଉପରେ ଧର୍ମର ଜୟ ସ୍ବରୂପ ଉତ୍ସବ ପାଳିବେ ସାରା ବିଶ୍ବରେ ଥିବା ଭାରତୀୟମାନେ । ଏହି କ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି(Jagdeep Dhankhar diwali wish to Droupadi Murmu) । ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି ।

  • Shri Jagdeep Dhankhar, Vice President of India, along with his wife Dr Sudesh Dhankhar called on President Droupadi Murmu and exchanged Diwali greetings. pic.twitter.com/FrMh3fHenF

    — President of India (@rashtrapatibhvn) October 21, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କୁହାଯାଇଛି, "ଉପରାଷ୍ଟ୍ରପତି ଜଗଦୀପ ଧନଖର ଓ ତାଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।"

ଉପରାଷ୍ଟ୍ରପତି ଜଗଦୀପ ଧନଖର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ନେଇ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଫଟୋ ସେୟାର କରାଯାଇଛି । ଫଟୋରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ତାଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖର ରାଷ୍ଟ୍ରପତିଙ୍କୁ ଭେଟୁଥିବା ଦେଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.