ETV Bharat / bharat

UPSC 2020 ରେଜଲ୍ଟ ଘୋଷଣା, ଶୁଭମ କୁମାର IAS ଟପ୍ପର

author img

By

Published : Sep 24, 2021, 7:43 PM IST

UPSC 2020 ରେଜଲ୍ଟ ଘୋଷଣା, IAS ଟପ୍ପର ହେଲେ ଶୁଭମ କୁମାର
UPSC 2020 ରେଜଲ୍ଟ ଘୋଷଣା, IAS ଟପ୍ପର ହେଲେ ଶୁଭମ କୁମାର

ସଂଘ ଲୋକସେବା ଆୟୋଗ (UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୨୦ର ଫାଇନାଲ ରେଜଲ୍ଟ ଘୋଷଣା ହୋଇଛି । UPSC-୨୦୨୦ ପରୀକ୍ଷାରେ ଶୁଭମ କୁମାର ହୋଇଛନ୍ତି IAS ଟପ୍ପର । ଅଧିକ ପଢନ୍ତୁ...

ଭୁବନେଶ୍ବର: ପ୍ରକାଶ ପାଇଛି ସିଭିଲ ସର୍ଭିସ ୨୦୨୦ର ଫାଇନାଲ ରେଜଲ୍ଟ । ସଂଘ ଲୋକସେବା ଆୟୋଗ (UPSC) ପକ୍ଷରୁ ରେଜଲ୍ଟ ଘୋଷଣା ହୋଇଛି । UPSC-୨୦୨୦ ପରୀକ୍ଷାରେ ଶୁଭମ କୁମାର ହୋଇଛନ୍ତି IAS ଟପ୍ପର । ସେହପରି ପରୀକ୍ଷାରେ ଜାଗୃତି ଅୱସ୍ତି ଓ ଅଙ୍କିତା ଜୈନ କ୍ରମଶ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ଟପ୍ପର ଶୁଭମ କୁମାର ଆଇଆଇଟି ବମ୍ବେରୁ ବି ଟେକ୍ (ସିଭିଲ୍ ଇଞ୍ଜିନିୟରିଂ) କରିଛନ୍ତି । ସେହପରି MANIT ଭୋପାଳରୁ ବି ଟେକ୍ (ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ) କରିଛନ୍ତି ଜାଗୃତି ଅୱସ୍ତି ।

UPSC-୨୦୨୦ ପରୀକ୍ଷାରେ ମୋଟ୍‌ ୭୬୧ ଜଣ ପାସ୍‌ କରିଛନ୍ତି । ଏଥିରେ ୫୪୫ ପୁରୁଷ ଓ ୨୧୬ ମହିଳା ଅଛନ୍ତି ସାମିଲ । IAS ପାଇଁ ୧୮୦, IPS ପାଇଁ ୨୦୦ ଜଣ ଏବଂ IFS ପାଇଁ ୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏପଟେ ଓଡିଶାରୁ ୪୬ତମ ରାଙ୍କରେ ଜୁବିନ୍ ମହାପାତ୍ର, ୫୨ ରାଙ୍କରେ ଆଶିଷ କୁମାର ମିଶ୍ର ଓ ୪୬୪ ରାଙ୍କରେ ଅଛନ୍ତି ବବିତାରାଣୀ ସ୍ବାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.